ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ବିଜାତଳାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ରାଇରଙ୍ଗପୁର – ୧୬/୧୦ ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର କୃଷି ବିଭାଗ ତରଫରୁ ଅନ୍ତର୍ଜାତୀୟ ମହିଳା କୃଷକ ଦିବସ ଗୁରୁବାର ଦିନ ୧୦ଘଟିକା ସମୟରେ କୃଷି କାର୍ଯାଳୟ ପରିସରରେ ପାଳନ କରାଯାଇଛି। ବିଜାତଳା ବ୍ଲକର ବିଭିନ୍ନ ପଂଚାୟତରୁ ୫୦ ରୁ ଉର୍ଦ୍ଧ ମହିଳା କୃଷକ ତଥା ଏସଏଚ ଜି ର ସଦସ୍ୟା ମାନେ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର କୃଷି ଜିଲ୍ଲା ଅଧିକାରିଣୀ ଶ୍ରୀମତୀ ଜୁନ୍ମୟୀ ମହାନ୍ତି ଯୋଗଦାନ କରିବା ସହିତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ବ୍ଲକ କୃଷି ଅଧିକାରୀ ପ୍ରଦୀପ୍ତ କୁମାର ନାୟକ, ସହକାରୀ କୃଷି ଅଧିକାରୀ ଅଜୟ କୁମାର ମହାନ୍ତି, ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୋମନାଥ ଦାସ, ସମସ୍ତ କୃଷି ଅଧିଦର୍ଶକ, ଗ୍ରାମ୍ୟ କୃଷି କର୍ମଚାରୀ, ଏ ଟି ଏମ ତଥା ବିଜାତଳା ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ଟୁଡୁ ଉପସ୍ଥିତ ଥିଲେ। ପ୍ରଦୀପ୍ତ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ସଭାକାର୍ଯ୍ୟର ଶୁଭାରମ୍ଭ କରିଥିଲେ। ମହିଳା ମାନଙ୍କୁ କିଭଳି ସଶକ୍ତ କରାଯାଇ ପାରିବ ସେ ବିଷୟରେ କୃଷିଜିଲ୍ଲା ଅଧିକାରୀ ଆଲୋକପାତ କରିଥିଲେ। ସରକାରଙ୍କ ଚାଲିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ମହିଳା ମାନଙ୍କ ପାଇଁ ଥିବା ସବସିଡ଼ି ଆଦି ସୁବିଧା ସୁଯୋଗ ବିଷୟରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ପୁଙ୍ଖାନୁପୁଙ୍ଖ ଭାବେ ମହିଳା ମାନଙ୍କୁ ଅବଗତ କରାଇଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ତିରିଂ ଥାନା ! ଅଂଶୁଘାତରେ ଯୁବକ ମୃତ

ଦାସୀ ଗାଁରେ ୫ ଟି ସ୍କୁଲ ଲୋକାର୍ପିତ

ବିଜେଡି ସଭାପତି ଅସୁସ୍ଥ ଚିକିତ୍ସା ପାଇଁ ମେଡିକାଲ ରେ ଭର୍ତ୍ତି କାମ କରୁ ନାହିଁ ଆୟୁଷ୍ମାନ କାର୍ଡ 

Sunil Chandra Nayak

Leave a Comment

error: Content is protected !!