ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦିରା ନଗର ଉ ପ୍ରା ବିଦ୍ୟାଳୟରେ ବିଦାୟୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା 

ଇନ୍ଦିରା ନଗର ଉ ପ୍ରା ବିଦ୍ୟାଳୟରେ ବିଦାୟୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା 

ରାୟଗଡ    ରାୟଗଡ ପୌରାଞ୍ଚଳର ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ପଦୋନ୍ନତି ପ୍ରାପ୍ତ ତିନିଜଣ ଶିକ୍ଷକଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବିଦ୍ୟାଳୟରୁ ତିନି ଜଣ ବୈଷୟିକ ଶିକ୍ଷକ ଲେବୁଲ ତିନି ପ୍ରଧାନ ଶିକ୍ଷକ ରୂପେ ପଦୋନ୍ନତି ପାଇଛନ୍ତି । ଏଥିରେ ରାୟଗଡ ବ୍ଲକ ଏବିଇଓ ବଳରାମ ହୁଇକା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । 

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ନିଳାଞ୍ଚଳ ମିଶ୍ର ପଦୋନ୍ନତି ପାଇ ସରକାରୀ ପୂର୍ବତନ ପରିଷଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେହିପରି ପ୍ରଭାତ ରଞ୍ଜନ ସେନାପତି କୋଲନରା ବ୍ଲକ ତାଣ୍ଡିପୁର ଓ ରାଜେଶ ସ୍ୱାଲସିଂ ରାୟଗଡ ବ୍ଲକର କାଞ୍ଚାମୋହିଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ୨୦୨୧ ମସିହାରୁ ଏମାନେ ଇନ୍ଦିରାନଗର ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ । ସେମାନଙ୍କ ବିଦ୍ୟାଳୟ ପ୍ରତି ଅବଦାନ ଓ ନିଷ୍ଠା ନିମନ୍ତେ 

ନୂତନ ଭାବେ ପଦୋନ୍ନତି ପାଇ ଆସିଥିବା ପ୍ରଧାନ ଶିକ୍ଷକ ସରୋଜ କୁମାର ପତ୍ରୀ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକ, ଛାତ୍ର ଛାତ୍ରୀ, ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକ ବୃନ୍ଦ ଭୁୟସୀ ପ୍ରଶଂସା କରିବା ସହ ବରେଣ୍ୟ ଅତିଥିଙ୍କ ଦ୍ୱାରା ବିଦାୟୀ ଶିକ୍ଷକଙ୍କୁ ସମ୍ମାନୀତ କରାଯାଇଥିଲା । ସେହିପରି ପଦୋନ୍ନତି ଯୋଗୁଁ ସିଆରସିସି ଦାୟୀତ୍ଵ ମୁକ୍ତ ସଦାନନ୍ଦ ନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ନୂତନ ଦାୟୀତ୍ଵ ଗ୍ରହଣ କରିଥିବା ସିଆରସିସି ପୁରନ୍ଦର ପାଣି ଓ ନୂତନ ଭାବେ ବିଦ୍ୟାଳୟରେ ଯୋଗ ଦେଇଥିବା ପ୍ରଧାନ ଶିକ୍ଷକ ସରୋଜ ପତ୍ରୀ ଓ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଦାସଙ୍କୁ ସ୍ୱାଗତ କରାଯାଇଥିଲା । ଉପରୋକ୍ତ ବିଦାୟୀ ଶିକ୍ଷକଙ୍କ କାର୍ଯ୍ୟକାଳ ସମୟରେ ବିଦ୍ୟାଳୟର ଅନେକ ଉନ୍ନତି ସାଧିତ ହେବା ସହ ଶିକ୍ଷା ଓ ଶିକ୍ଷାୟତନ ର ବିଶେଷ ପରିବର୍ତ୍ତନ ହୋଇଥିବା ସମସ୍ତ ଶିକ୍ଷୟିତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିବା ସହ ନୂତନ ଦାୟୀତ୍ୱରେ ଅଧିକ ସଫଳତା କାମନା କରିଥିଲେ । ବିଦାୟ କାଳୀନ ପରିବେଶ ଅତୀବ ଦୁଃଖପୁର୍ଣ୍ଣ ଥିଲା । ଛାତ୍ର ଛାତ୍ରୀ କାନ୍ଦି କାନ୍ଦି ସେମାନଙ୍କୁ ବିଦାୟ ଦେଉଥିବା ଦେଖାଗଲା ।କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସରୋଜ ପତ୍ରୀ ସମେତ ପ୍ରମିଳା ପଣ୍ଡା, ବାସନ୍ତୀ ମିଶ୍ର, ସୋନାଲିଶା ସାମଲ, ମନୋରମା ସାହୁ, ମଧୁସ୍ମିତା ତ୍ରିପାଠୀ, ଅଦିତି ସେଠି ପ୍ରମୁଖ ସହଯୋଗ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

“ବଡ’ପଣ୍ଡା-ବଡ’ଭକୁଆ”କମ୍ପାନୀର ନିଜସ୍ୱ କର୍ମଚାରୀ ଶୁଭଙ୍କର ବଦଳେ କମ୍ପାନୀ ପାଇଁ ଭୟଙ୍କର ସାଜିଛି

masiha

ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ମଣଦା ଯୁବ ସଂଗ୍ରାମ କମିଟି ପକ୍ଷରୁ ବିକ୍ଷୋଭ

masiha

ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ରାଇରଙ୍ଗପୁର କଂଗ୍ରେସ ଦଳ ତରଫରୁ ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!