ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

48ତମ ସାର୍ବଜନୀନ ଦୁର୍ଗାପୂଜା ପାଇଁ ବିଲ୍ୱ ବରଣ ସହ ଅଧିବାସ ଅନୁଷ୍ଠିତ ଧରା ପୃଷ୍ଠରେ ଅବତରଣ କରିବେ ଜଗତଜନନୀ ମା ଦୁର୍ଗା ଅଞ୍ଚଳ ଉତ୍ସବ ମୁଖରିତ 

48ତମ ସାର୍ବଜନୀନ ଦୁର୍ଗାପୂଜା ପାଇଁ ବିଲ୍ୱ ବରଣ ସହ ଅଧିବାସ ଅନୁଷ୍ଠିତ

ଧରା ପୃଷ୍ଠରେ ଅବତରଣ କରିବେ ଜଗତଜନନୀ ମା ଦୁର୍ଗା ଅଞ୍ଚଳ ଉତ୍ସବ ମୁଖରିତ 

ରୁପ୍ରା, 17/10 (ଅଜୟ ସେନାପତି ) : ନର୍ଲାବ୍ଲକ ଅନ୍ତର୍ଗତ ରୁପ୍ରା ଗ୍ରାମ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଆସୁଥିବା ସାର୍ବଜନୀନ ଦୁର୍ଗାପୂଜା 48 ବର୍ଷରେ ପଦାର୍ପଣ କରିଛି। ଏହି ଉପଲକ୍ଷେ ପୂଜା ମଣ୍ଡପ ପରିସରକୁ ଆକର୍ଷଣୀୟ ତୋରଣ ଓ ରଙ୍ଗୀନ ଆଲୋକରେ ସଜ୍ଜିତ କରାଯାଇଛି। କମିଟିର ସଭାପତି ପ୍ରମୋଦ ମିଶ୍ରଙ୍କ ନେତୃତ୍ୱ ଓ କମିଟିର ସମ୍ପାଦକ ଜୟଚନ୍ଦ୍ର ଭୋଇ, ସହ ସମ୍ପାଦକ ବିକ୍ରମ ଗଉଡ, ଯୁଗ୍ମ ସମ୍ପାଦକ ତେଜରାଜ ସାହୁ (ବି), ବରିଷ୍ଠ ସଦସ୍ୟ ତଥା ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦ୍ୱୟ କୃଷ୍ଣଚନ୍ଦ୍ର ସାହୁ ଓ ମହେଶ୍ୱର ସାହୁ, ଅବସରପ୍ରାପ୍ତ ଶିକ୍ଷକ ବିଷ୍ଣୁ ସେନାପତି, ଉଚ୍ଛବ ସାହୁ, ପ୍ରଧାନ ଶିକ୍ଷକ ହରପ୍ରସାଦ ସାହୁ, ଶିକ୍ଷକ ରବିନ୍ଦ୍ର ସାହୁ, ଲୋଚନ ଗଉଡ, ଜାନକୀ ବଲ୍ଲଭ ସାହୁ, କିଶୋର ମହାଲିଙ୍ଗ, ପ୍ରଦୀପ ନନ୍ଦ, ତେଜରାଜ ସାହୁ (ଏ), ହେମନ୍ତ ସାହୁ, କଳାକାହ୍ନୁ ବାରିକ ଓ କମିଟିର ସଦସ୍ୟ ତଥା ସାମ୍ବାଦିକ ଅଜୟ ସେନାପତିଙ୍କ ଉପସ୍ଥିତିରେ ଶନିବାର ସନ୍ଧ୍ୟାରେ ବିଲ୍ୱ ବରଣ ଅନୁଷ୍ଠିତ ହୋଇଥିଲା। ପୂଜା ମଣ୍ଡପରୁ ଘଣ୍ଟ ଶଙ୍ଖ ଧ୍ବନିରେ ଶୋଭାଯାତ୍ରାରେ ଆସି ଯଦୁମଣି ସେନାପତିଙ୍କ ଘର ସମ୍ମୁଖରେ ଥିବା ବେଲଗଛ ମୂଳରେ ରୀତିନୀତି ଅନୁସାରେ ପୂଜାପାଠ କରି ବିଲ୍ୱ ବରଣ କରାଯାଇଥିଲା। ପରେ ଅଧିବାସ ଅନୁଷ୍ଠିତ ହୋଇଥିଲା। ରବିବାର ସକାଳୁ ମା ଦୁର୍ଗାଙ୍କ ପୂଜା ଆରମ୍ଭ ହେବ, ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ବ୍ରହ୍ମପୁରର ପଣ୍ଡିତ ମହେଶ୍ୱର ଶତପଥୀ ଓ ସହଯୋଗୀ ରହିଥିବା ବେଳେ ପୂଜା କର୍ତ୍ତା ଜୟଚନ୍ଦ୍ର ଭୋଇ ଓ ତାଙ୍କ ପତ୍ନୀ ସନ୍ତୋଷିନୀ ଭୋଇ ଦାୟିତ୍ବ ନିର୍ବାହ କରୁଛନ୍ତି। ଏହି ପୂଜା ଅବସରରେ ପ୍ରତିଦିନ ସନ୍ଧ୍ୟାରେ ଭଜନ ସମାରୋହ ସାଙ୍ଗକୁ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି କମିଟିର ସମସ୍ତ କର୍ମକର୍ତ୍ତା ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଯୁବଗୋଷ୍ଠୀ ସହଯୋଗ କରୁଛନ୍ତି।

Related posts

ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲଗେଇବାକୁ ଦାବି

masiha

ନିତ୍ୟ ଦୁର୍ଘଟଣାରେ ଅତିଷ୍ଟ ତାଳଚେର ସଡ଼କ ସୁରକ୍ଷା ପରିଷଦର ଚାରି ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର

masiha

ଛାତ୍ରୀ ଅଙ୍କିତା ଙ୍କୁ ସମ୍ବର୍ଦ୍ଧିତ କଲେ ଶିକ୍ଷକ ଶିକ୍ଷୟିତ୍ରୀ

Sunil Chandra Nayak

Leave a Comment

error: Content is protected !!