ହୃଦ୍ଘାତରେ ପୋଷ୍ଟମାଷ୍ଟର ହରେକୃଷ୍ଣ ବାରିକଙ୍କ ପରଲୋକ
ରତନପୁର ଗାଁରେ ଶୋକାକୁଳ ପରିବେଶ, ଶେଷକୃତ୍ୟ ସମ୍ପନ୍ନ
ଝୁମ୍ପୁରା: ଏକ ଦୁଃଖଦ ଘଟଣାରେ ହରେକୃଷ୍ଣ ବାରିକଙ୍କ ହୃଦ୍ଘାତରେ ପରଲୋକ ଘଟିଛି। କଟକ ବଡ଼ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିବାରୁ ସିଲିଯୋଡ଼ା ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।
ସ୍ୱର୍ଗତ ହରେକୃଷ୍ଣ ବାରିକ ସିଲିଯୋଡ଼ା ଗ୍ରାମରେ ପ୍ରଥମ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ଝୁମ୍ପୁରା ବ୍ଲକ ଅନ୍ତର୍ଗତ ରତନପୁର ଗ୍ରାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏହି ସମୟରେ ତାଙ୍କର ଦୁଇ ପୁଅ ଆଶିଷ କୁମାର ବାରିକ ଓ ସୌମ୍ୟ ରଞ୍ଜନ ବାରିକଙ୍କ ସହ ଝିଅ ଊର୍ବଶୀ ବାରିକ ଉପସ୍ଥିତ ଥିଲେ।
ଜଣେ ପରିଚିତ ବ୍ୟକ୍ତିତ୍ୱଙ୍କୁ ହରାଇ ସିଲିଯୋଡ଼ା ଗ୍ରାମବାସୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ତାଙ୍କର ବିୟୋଗରେ ପରିବାର ଓ ପରିଚିତ ମହଲରେ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି।
ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍

