ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଁ ଦୁର୍ଗାଙ୍କ ପୀଠରେ ଝିଅମାନଙ୍କ ଭାଇ ଜିଉଁନ୍ତିଆ ପୂଜା ପାଳିତ

ମାଁ ଦୁର୍ଗାଙ୍କ ପୀଠରେ ଝିଅମାନଙ୍କ ଭାଇ ଜିଉଁନ୍ତିଆ ପୂଜା ପାଳିତ

ଯୋରାଡ଼ବରା ତା.୧୮/୧୦/୨୦୨୬ (ରମେଶ ଚନ୍ଦ୍ର ପୁଟେଲ) କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ଗ୍ରାମ ପଞ୍ଚାୟତ ସ୍ଥିତ ଯୋରାଡ଼ବରା ଗ୍ରାମରେ ମାଁ ଦୁର୍ଗାଙ୍କର ମନ୍ଦିର ପୀଠରେ ଝିଅମାନଙ୍କର ପୂଜା ପାଳିତ ହୋଇଯାଇଛି । ଏହି ପୂଜାଟି ସପ୍ତମୀ ଦିନ ଝିଅ ମାନେ ଏକତ୍ରିତ ହୋଇ ନିକଟସ୍ଥ ପୋଖରୀକୁଠକୁ ଯାଇ ବାଲିକା ପୂଜା କରିଛନ୍ତି । ଏହି ପୂଜା କାର୍ଯ୍ୟରେ ଅନେକ ପ୍ରକାର ଭୋଗ ଦେଇ ପୂଜାର୍ଚ୍ଚନା କରିଛନ୍ତି। ପୋଖରୀ କୁଠରୁ ଆସିବା ପରେ ଘରେ ପହଞ୍ଚି ଶୁକ୍ଳ ବସ୍ତ୍ର ପରିଧାନ କରି ସନ୍ଧ୍ୟାରେ ପୂଜା ସାମଗ୍ରୀ ଧରି ମାଁଙ୍କର ପୀଠକୁ ଯାଇଥାଆନ୍ତି । ସେହିଠାରେ ପୁରୋହିତଙ୍କୁ ଡାକି ପୁରାଣପାଠ ଶୁଣିଥାନ୍ତି । ପୂଜା ସମାପନ ହେବାପରେ ମାଁ ଙ୍କ ଚରଣରେ ଅନେକ ପ୍ରକାର ଫଳ ମୂଳ ସହ ଲଡୁ ପ୍ରଦାନ କରିଛନ୍ତି । ନିଷ୍ଠାର ସହ ଘରକୁ ଆସି ଫଳମୂଳ ଭକ୍ଷଣ କରି ରାତ୍ରି ଉଜାଗର ରହିଥାନ୍ତି । ପ୍ରାତଃ ପାଞ୍ଚଘଣ୍ଟା ସମୟରେ ହୁଲହୁଲି ସହ ଅନେକ ପ୍ରକାର ଭୋଗ ଧରି ଗାଁ ତୁଠ ପୋଖରୀକୁ ଯାଇଥାନ୍ତି । ସେହିଠାରେ ପୂଜାର୍ଚ୍ଚନା କରି ଘରକୁ ଫେରିଥାନ୍ତି। ଘରେ ଦୀପ ପ୍ରଜ୍ବଳନ ସହ ବଡ଼ଭାଇ କିମ୍ବା ଛୋଟ ଭାଇଙ୍କୁ ପୂଜାର୍ଚ୍ଚନା ସହ ଭାଇ ଜିଉନ୍ତିଆ ଡାହାଣ ହାତରେ ବାନ୍ଧିଥାନ୍ତି। ଏହା କରିବା ଦ୍ଵାରା ଭାଇ ଓ ଭଉଣୀର ସମ୍ପର୍କ ଅତୁଟ ହୋଇଥାଏ । ଏହି ପୂଜା କାର୍ଯ୍ୟରେ ପ୍ରାୟ ଶହେରୁ ଦୁଇଶହ ଜଣ ଝିଅ କିମ୍ବା ନୂତନ ବିବାହିତ ହୋଇଥିବା ଝିଅମାନେ ଆସି ଏହି ପୂଜା କାର୍ଯ୍ୟରେ ସାମିଲ ହୋଇଥାନ୍ତି । ସମସ୍ତ ଝିଅ ମାନେ ଏକତ୍ରିତ ହୋଇ ମନ୍ଦିର ପୀଠରେ ଖିରି, ପୁରୀ, ଇତ୍ୟାଦି ତିଆରି କରି ସମସ୍ତଙ୍କୁ ଦେଇଥାନ୍ତି।

ରମେଶ ଚନ୍ଦ୍ର ପୁଟେଲଙ୍କ ରିପୋର୍ଟ

Related posts

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ମେଦିନୀପୁର ସ୍କୁଲ ଛାତ୍ର ୟତନରାଜ ଜିଲ୍ଲା ଟପର

masiha

ଗୋଳାମୁଣ୍ଡା ଓ କେଗାଁରେ ଚାଲିଛି ଯାନବାହାନ ର କଡ଼ା କଡ଼ି ଚେକିଙ୍ଗ

Sunil Chandra Nayak

ବ୍ରିଜରୁ ଖସିପଡ଼ିଲା ହାଇବା ଗାଡି ! ଡ୍ରାଇଭର, ହେଲଫର ଗୁରୁରର

Sunil Chandra Nayak

Leave a Comment

error: Content is protected !!