ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଗାୟତ୍ରୀ ଶକ୍ତିପୀଠରେ ନବରାତ୍ର ମହୋତ୍ସବ ର ପୂର୍ଣ୍ଣାହୁତି ,୨-ମାଁ ବନଦୁର୍ଗାଙ୍କ ପୀଠରେ ମହାଷ୍ଟମୀ ପୂଜା ଧୂମଧାମରେ ପାଳିତ ,୩ – ମା’ କନକ ଦୁର୍ଗାଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା, ନବମ ଦିବସରେ ମହିଷାସୁର ମର୍ଦିନି ଦେବୀ ବେଶରେ ଦର୍ଶନ ଦେଲେ ମା’ , ୪- ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ନୂତନ ଶାଢ଼ୀ ବଣ୍ଟନ , ୫- ଟାଟା ପାୱାର ଅତ୍ୟାଚାର ଓ ଶୋଷଣ

ଗାୟତ୍ରୀ ଶକ୍ତିପୀଠରେ ନବରାତ୍ର ମହୋତ୍ସବ ର ପୂର୍ଣ୍ଣାହୁତି

ଢେଙ୍କାନାଳ, କୈବଲ୍ୟ ବଜାରସ୍ଥିତ ଗାୟତ୍ରୀ ଶକ୍ତିପୀଠରେ ନବରାତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଶାନ୍ତି ପ୍ରତିଷ୍ଠା ଓ ମାନବ ଦେହେ ଦେବତ୍ବର ଅବତରଣ ନିମନ୍ତେ ଯୁଗଦ୍ରଷ୍ଟା ତଯୋନିଷ୍ଠ ଗୁରୁଦେବ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଓ ବନ୍ଦନୀୟା ମାତାଜୀ ଦେବୀ ଭଗବତୀ ଶର୍ମାଙ୍କ ଯୁଗ୍ମ ସଂରକ୍ଷଣରେ ଶାରଦୀୟ ନବରାତ୍ର ଅବସରରେ ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଗତ ୧୦ ତାରିଖରେ ସଂକଳ୍ପ ସମାରୋହ ହୋଇଥିବାବେଳେ ଗତ ରବିବାର ୧୧ ତାରିଖ ଠାରୁ ଯଜ୍ଞ ଆରମ୍ଭହୋଇଅଛି । ୧୯ ତାରିଖ ସୋମବାର ଦିନ କୁମାରୀ ପୂଜା ଯଜ୍ଞର ପୂର୍ଣାହୁତି ଓ ପ୍ରସାଦସେବନ ଅନୁଷ୍ଠିତ ହୋଇଛି । ଉକ୍ତ ଯଜ୍ଞକୁ ବସନ୍ତ ମଞ୍ଜରୀ ମିଶ୍ର ଓ ବଂଶୀଧର ରାଉତ ପରିଚାଳନା କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ୟବସ୍ଥାପକ ଓ ମୁଖ୍ୟ ଟ୍ରଷ୍ଟି ଶିବ ପ୍ରସାଦ ଶତପଥୀ, ସହ ଟ୍ରଷ୍ଟି ସନ୍ତୋଷ କୁମାର ଅଗ୍ରୱାଲା, କୋଷାଧ୍ୟକ୍ଷ ଦେବରାଜ ସାହୁ, ଜିଲ୍ଲା ସଂଯୋଜକ ନରହରି ବିହାରୀ, ପରିବ୍ରାଜକ ବଂଶୀଧର ରାଉତଙ୍କ ସମେତ ଟ୍ରଷ୍ଟି ସଦସ୍ୟ ଗୋପିନାଥ ସାହୁ, ମନୋଜ କୁମାର ଅଗ୍ରୱାଲା, ବସନ୍ତ ମଞ୍ଜରୀ ମିଶ୍ର ଓ ଭାରତୀ ମହାପାତ୍ର ପ୍ରମୁଖ ପରିଚାଳନା କରୁଛନ୍ତି ।

ମାଁ ବନଦୁର୍ଗାଙ୍କ ପୀଠରେ ମହାଷ୍ଟମୀ ପୂଜା ଧୂମଧାମରେ ପାଳିତ

ଢେଙ୍କାନାଳ:୧୯/୧୦ – ଢେଙ୍କାନାଳ ସହର କୈବଲ୍ଯ ବଜାର ସ୍ଥିତ ଦୁର୍ଗତି ନାସିନୀ ମାଁ’ ବନଦୁର୍ଗାଙ୍କ ପୀଠରେ ମହାଅଷ୍ଟମୀ ପୂଜା ଧୂମଧାମରେ ପାଳିତ ହୋଇଯାଇଛି। ଗତ ସପ୍ତମୀ ହୋଇଥିବା ବେଳେ ଅଷ୍ଟମୀ ତିଥିରେ ମାଁ’ ଙ୍କୁ ପ୍ରାତଃରୁ ମଙ୍ଗଳାଆରତୀ କରାଯାଇ ମହାସ୍ନାନ, ନୂତନ ବସ୍ତ୍ର ଓ ବିଭିନ୍ନ ଫୁଲମାଳରେ ସଜା ହୋଇଥିଲା। ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଗୋ’ପୂଜା, କଳସ ପୂଜା, ମଣ୍ତଳ ପୂଜା, ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ, ସପ୍ତଚଣ୍ତିଙ୍କୁ ଆହୁତି ସମେତ୍ ବିଭିନ୍ନ ଭୋଗ ଲାଗି କାରାଯାଉଛି। ସଂନ୍ଧ୍ୟାରେ ଭକ୍ତ ଓ ଶ୍ରଧାଳୁମାନଙ୍କ ପାଇଁ ପ୍ରସାଦ ସେବନ ସହିତ ସତରୂପା ଭଜନ ସଂନ୍ଧ୍ୟା ଅନୁଷ୍ଠାନର କଳାକାର ମାନଙ୍କ ପକ୍ଷରୁ ଭଜନ ପରିବେଷଣ କରାଯାଉଅଛି। ମହାଅଷ୍ଟମୀ ଉପଲକ୍ଷେ ସହରର ବହୁ ଭକ୍ତ ଓ ଶ୍ରଧାଳୁ ମାଁଙ୍କୁ ଦର୍ଶନ କରି କୃପା ଲାଭ କରିବା ଦୃଶ୍ୟ ଅତି ମନୋରମ ପରିବେଶ ସୃଷ୍ଟି କରୁଥିଲା। ସୋମବାର ଦିନ ମହାନବମୀ ପୂଜା ଆୟୋଜିତ ହୋଇଛି। ପୂଜକ ଅମୀୟ କର ଓ କର୍ତ୍ତା ଭାବରେ କୁଞ୍ଜ ବିହାରୀ ମହାପାତ୍ର ସମସ୍ତ ପୂଜା ଦାୟିତ୍ୱ ସୁରୁଖୁରୁରେ ତୁଲାଉଛନ୍ତି।ଏଥିରେ ସଭାପତି ନରେନ୍ଦ୍ର ବେହେରା, ସମ୍ପାଦକ ସୂର୍ଯ୍ୟକାନ୍ତ ମହାନ୍ତି ଓ କୋଷାଧ୍ୟକ୍ଷା ମନୋଜ ମହାନ୍ତି ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଉକ୍ତ ପୂଜା ପରିଚାଳିତ ହେଉଥିବା ଜଣାପଡିଛି।

ମା’ କନକ ଦୁର୍ଗାଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା, ନବମ ଦିବସରେ ମହିଷାସୁର ମର୍ଦିନି ଦେବୀ ବେଶରେ ଦର୍ଶନ ଦେଲେ ମା’

ଢେଙ୍କାନାଳ: ଢେଙ୍କାନାଳ ଦେଉଳ ସାହିସ୍ଥିତ ଜୁବୁଲି ଟାଉନରେ ମା’ କନକ ଦୁର୍ଗାଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି। ନବରାତ୍ର ପୂଜାର ନବମ ଦିବସରେ ଦେବୀ ମା’ କନକ ଦୁର୍ଗା ମହିଷାସୁର ମର୍ଦିନି ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।ପ୍ରତିଦିନ ମା’ଙ୍କ ପୀଠରେ ପାରମ୍ପରିକ ରୀତିନୀତି ଅନୁଯାୟୀ ସୂର୍ଯ୍ୟ ପୂଜା, କଳସ ପୂଜା, ମଣ୍ଡଳ ପୂଜା ଏବଂ ଷୋଡ଼ଶ ଉପଚାରରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ଏଥିସହ ଚଣ୍ଡୀପାଠ ଓ ସପ୍ତଚଣ୍ଡୀ ଯଜ୍ଞରେ ଆହୁତି ପ୍ରଦାନ କରାଯାଉଛି।

ମା’ଙ୍କ ନିକଟରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଉଛି। ପଣା ଭୋଗ, ମଧ୍ୟାହ୍ନରେ ଅନ୍ନଧୂପ, ସନ୍ଧ୍ୟାରେ ଆଳତି ଏବଂ ରାତ୍ରିରେ ବଡ଼ସିଂହାର ଭୋଗ ଅନୁଷ୍ଠିତ ହେଉଛି।ମା’ କନକ ଦୁର୍ଗା ଙ୍କ କୁମାରୀ ପୂଜା ସହ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଛି ମା’ଙ୍କ ଏହି ପବିତ୍ର ପୂଜା ଉତ୍ସବ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିବାବେଳେ ଭକ୍ତମାନେ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରୁଛନ୍ତି।

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ନୂତନ ଶାଢ଼ୀ ବଣ୍ଟନ 

ସାମାଜିକ ସାଂସ୍କୃତିକ ବିକାଶ ସଂଘ ତରଫରୁ ଦଶହରା ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ଭାପୁର ଶବର ସାହିରେ ଅସହାୟ ମହିଳା ମାନଙ୍କୁ ଶାଢ଼ୀ ବଣ୍ଟନ କରାଗଲା।ସବୁବର୍ଷ ଏହି ପରମ୍ପରା ଚାଲି ଆସିଛି ଆଗକୁ ମଧ୍ୟ ଏହା ଚାଲିବ।

ପ୍ରତିବର୍ଷ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ହୋଲିରେ ରଙ୍ଗ ବଣ୍ଟନ, ରଜରେ କୁନିକୁନି ପିଲାଙ୍କୁ ନୂତନ ବସ୍ତ୍ର ବଣ୍ଟନ,ଦଶହରାରେ ନୂତନ ଶାଢ଼ୀ ବଣ୍ଟନ ଦୀପାବଳିରେ କମ୍ବଳ ବଣ୍ଟନ ଓ ଖରାଦିନେ ଜୋତା ଓ ଛତା ବଣ୍ଟନ କରାଯାଏ।ଏଥିରେ ସବୁବେଳେ କିଛି ସହୃଦୟ ବ୍ୟକ୍ତି ଦାନ କରନ୍ତି।ସେହିଭଳି ଲୋକଙ୍କ ପାଇଁ ସଂଘ ଆଜି କିଛି ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇବାକୁ ସକ୍ଷମ ହେଇ ପାରିଛି।

ଆଜିର କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ସୌମ୍ୟା ମିଶ୍ର ଓ ଭାପୁରର ସମାଜସେବୀ ଶୁଭ ପ୍ରସାଦ ପଣ୍ଡା ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟ କରିଥିଲେ।

ଟାଟା ପାୱାର ଅତ୍ୟାଚାର ଓ ଶୋଷଣ

ଟାଟା ପାୱାର ଅତ୍ୟାଚାର ଓ ଶୋଷଣ ର ସୀମା ବାହାରେ. ଉପଭୋକ୍ତା ଙ୍କୁ ଶୋଷଣ କରିବା ଠାରୁ ଜରଜବରସ୍ତ ସ୍ମାର୍ଟ ମିଟର ବସେଇ ଲୋକ ମାନଙ୍କୁ ଶୋଷଣ କରିବା ଜାରି ରଖିଛି. ଏଥିରେ ଉପଭୋକ୍ତା ଅସନ୍ତୋଷ ପ୍ରକାଶ କରି ଟାଟା ପାୱାର କୁ ଓଡିଶା ମାଟିରୁ ହଟେଇବା ପାଇଁ ସରକାର ଙ୍କୁ ଅନୁରୋଧ.ନ ହେଲେ ଜନସାଧାରଣ ରାଜା ରାସ୍ତା କୁ ଓଲେହି ଟାଟା ପାୱାର କୁ ବାହାର କରିବା କୁ ବେଶୀ ସମୟ ଲାଗିବ ନାହିଁ.ଭୁବନ ରୂ ବ୍ୟବସାୟୀ ଙ୍କ ଖବର।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଏବିଭିପି କଳାହାଣ୍ଡି ର ସାମ୍ବାଦିକ ସମ୍ମିଳନୀ

masiha

କେନ୍ଦ୍ରାପଡ଼ା ବାରିମୂଳ ଜେଲ ରେ ଥିବା ଅନ୍ତେବାସୀ ମାନଙ୍କୁ ଏସବିଆଇ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରତିଷ୍ଠାନ ତରଫରୁ ମାଗଣା ରେ ଉଦ୍ୟଗ ବିକାଶ ମହମ ବତୀ, ଫିନାଇଲି,ଅଗର ବତୀ ତାଲିମ ପ୍ରଦାନ

masiha

ନବରଙ୍ଗପୁର ଜିଲ୍ଲାରେ ବନ୍ଦ ସଫଳ

Sunil Chandra Nayak

Leave a Comment

error: Content is protected !!