ଜିଲ୍ଲାପାଳଙ୍କ କୋଷାଗୁମୁଡ଼ା ବ୍ଲକ୍ ଗସ୍ତ; ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ନବରଙ୍ଗପୁର:( ତାରିଖ: ୨୨.୧୦.୨୦୨୬)(ରବି ନାରାୟଣ ମହାନ୍ତି)ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଆଜି କୋଷାଗୁମୁଡ଼ା ବ୍ଲକ୍ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ସମୀକ୍ଷା କରିବା ସହ ବିଭିନ୍ନ ଅନୁଷ୍ଠାନ ଓ ପ୍ରକଳ୍ପ ପରିଦର୍ଶନ କରି ସମ୍ପୃକ୍ତ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।ଗସ୍ତ ଅବସରରେ ଜିଲ୍ଲାପାଳ ରାଜୋଡ଼ାସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର-୨, ବଡ଼ଆମ୍ବଡ଼ାସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଉପଲବ୍ଧ ସେବା ଓ କାର୍ଯ୍ୟକଳାପ ସମ୍ପର୍କରେ ସେ ଅବଗତ ହୋଇଥିଲେ।ଏହାପରେ ଜିଲ୍ଲାପାଳ ଘାଟବାସୁଲିସ୍ଥିତ ଇଣ୍ଟେକ୍ ୱାଲ୍ ପରିଦର୍ଶନ କରିବା ସହ ବନ୍ୟା ପ୍ରଭାବିତ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।ପରବର୍ତ୍ତୀ ସମୟରେ କୋଷାଗୁମୁଡ଼ା ବ୍ଲକ୍ କାର୍ଯ୍ୟାଳୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ଯୋଜନାର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ବ୍ଲକ୍ ସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା କରିବା ସହ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟର ସଠିକ୍ କାର୍ଯ୍ୟାନ୍ୱୟନ, ଜନସାଧାରଣଙ୍କୁ ଗୁଣାତ୍ମକ ସେବା ପ୍ରଦାନ ଏବଂ ସ୍ଥାନୀୟ ସମସ୍ୟାର ସମାଧାନ ଉପରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

