ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ପାପାଙ୍କୁଶା ଏକାଦଶୀ ନୀତି ପାଳିତ
ଢେଙ୍କାନାଳ ସହରର କୈବଲ୍ୟ ବଜାରସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ପବିତ୍ର ପାପାଙ୍କୁଶା ଏକାଦଶୀ ନୀତି ଧାର୍ମିକ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି।
ଏହି ଅବସରରେ ପ୍ରାତଃକାଳରୁ ମଙ୍ଗଳ ଆଳତି, ସ୍ନାନ, ତୁଳସୀ ହାର ଓ ଫୁଲ ହାର ଲାଗି ସହ ବଲ୍ଲଭ ଭୋଗ ଅର୍ପଣ କରାଯାଇଥିଲା। ପରେ ସକାଳ ୧୦ଟାରେ ଖେଚେଡ଼ି ଭୋଗ ଏବଂ ମଧ୍ୟାହ୍ନରେ ଅନ୍ନଧୂପ ନୀତି ସମ୍ପନ୍ନ ହୋଇଥିଲା।
ସନ୍ଧ୍ୟାରେ ଆଳତି ଏବଂ ରାତ୍ରିରେ ରାତ୍ରଧୂପ ନୀତି ପରେ ଏକାଦଶୀ ବେଢ଼ା ପରିକ୍ରମା ସହ ମନ୍ଦିର ଶିଖରକୁ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି।
ପୂଜକ ମଳୟ କର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର ଓ ବ୍ରଜମୋହନ ମହାପାତ୍ର, କାହାଳିଆ ଟିକନ ବେହେରା ଏବଂ ମନ୍ଦିର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଆଶ୍ୱିନ ମାସର ଏହି ପବିତ୍ର ପାପାଙ୍କୁଶା ଏକାଦଶୀ ନୀତି ପାଳନ କରାଯାଇଥିଲା।
ଏହି ପବିତ୍ର ଦିନରେ ଶ୍ରୀଜୀଉଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ମାଧ୍ୟମରେ ଭକ୍ତିମୟ ହୋଇଉଠିଥିଲା ମନ୍ଦିର ପରିବେଶ।
ଶୁଭମ୍ ପାଣି ଙ୍କ ରିପୋର୍ଟ୍

