ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଏସ୍‌ୟୁସିଆଇ କମ୍ୟୁନିଷ୍ଟ ପାର୍ଟିର ୧୪ଦଫା ନେଇ ବିକ୍ଷୋଭ , ୨- ସେପ୍ଟେମ୍ବର ମାସର ପାରିଶ୍ରମିକ ପ୍ରଦାନ ନିମନ୍ତେ ଏମ୍‌ଡିଏମ୍ ପାଚିକା ସଂଘ ପକ୍ଷରୁ ଶିକ୍ଷା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ଏସ୍‌ୟୁସିଆଇ କମ୍ୟୁନିଷ୍ଟ ପାର୍ଟିର ୧୪ଦଫା ନେଇ ବିକ୍ଷୋଭ

ଢେଙ୍କାନାଳ, ୨୩/୧୦: ଏସ୍‌ୟୁସିଆଇ କମ୍ୟୁନିଷ୍ଟ ପାର୍ଟିର ୧୪ ଦଫା ନେଇ ବାଜିଚୌକ ଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ ସହିତ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଢେଙ୍କାନାଳ ମୁଖ୍ୟ ମେଡିକାଲ୍‌କୁ ମେଡିକାଲ୍ କଲେଜ୍‌ ପ୍ରତିଷ୍ଠା କରିବା, ଢେଙ୍କାନାଳ ଓ କାମାକ୍ଷାନଗର ମେଡିକାଲ୍‌ରେ ଏମ୍‌ଆର୍‌ଆଇ ସୁବିଧା, ଯୋଗାଇଦେବା ସହ ବିଶେଷଜ୍ଞ ଡାକ୍ତରମାନଙ୍କୁ ନିଯୁକ୍ତି ଦେବା, ସମସ୍ତ ମେଡିକାଲ୍‌ରେ ସାପ କାମୁଡା ଓ କୁକୁର କାମୁଡ଼ା ଇଂଜେକ୍ସନ୍ ଯୋଗାଇଦେବା, ଜିଲ୍ଲାର ଜଙ୍ଗଲ ଅଧ‌ିବାସୀମାନଙ୍କୁ ଘରଡିହ ପଟ୍ଟା ଓ ଚାଷଜମି ପଟ୍ଟା ପ୍ରଦାନ କରିବା, ଏସ୍‌ଆଇଆର୍ ନିୟମକୁ ବନ୍ଦ କରିବା, କାମାକ୍ଷାନଗର ମେଡିକାଲ୍‌ରେ ସିଟି ସ୍କାନ୍ ଓ ଏଣ୍ଡୋସ୍କପି ବ୍ୟବସ୍ଥା କରାଯାଉ, ବିଭିନ୍ନ ସ୍କୁଲ୍ କଲେଜ୍‌ରେ ଖାଲି ପଡିଥିବା ଶିକ୍ଷକ ଓ ଅଧ୍ୟାପକ ପଦବୀକୁ ପୂରଣ କରାଯାଉ, ବିଜ୍ଞାନ ଭିତିକ ପାଠ ଉପକରଣ ଯୋଗାଇ ଦିଆଯାଉ, ସମସ୍ତ ଗ୍ରାମକୁ ପିଇବା ପାଣି ଓ ଜମିକୁ ପାଣି ସୁବିଧା କରାଯାଉ ଇତ୍ୟାଦି ଦାବୀ ପୂରଣ ନିମନ୍ତେ ଜିଲ୍ଲାପାନଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ବିଷୟରେ ତଦାରଖ କରି ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ଏହି ବିକ୍ଷୋଭରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଅଧିବାସୀମାନେ ଯୋଗଦେଇଥିଲେ ।

ସେପ୍ଟେମ୍ବର ମାସର ପାରିଶ୍ରମିକ ପ୍ରଦାନ ନିମନ୍ତେ ଏମ୍‌ଡିଏମ୍ ପାଚିକା ସଂଘ ପକ୍ଷରୁ ଶିକ୍ଷା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ଢେଙ୍କାନାଳ, ୨୩/୧୦ : ନିଖିଳ ଓଡିଶା ଏମ୍‌ଡିଏମ୍ ପାଚିକା ସହାୟିକା ସଂଘ ଜିଲ୍ଲା କମିଟି ପକ୍ଷରୁ ଗତ ସେପ୍ଟେମ୍ବର ମାସର ପାଚିକାମାନଙ୍କର ପାରିଶ୍ରମିକ ପ୍ରଦାନ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ପ୍ରତି ମାସ ୧୦ ତାରିଖରେ ପାରିଶ୍ରମିକ ପ୍ରଦାନ କରିବାକୁ ଘୋଷଣା କରିଥିଲେ । କିନ୍ତୁ ବିଗତ ୫ ମାସରେ କିପରି ଭାବରେ ୨ ମାସର ପାରିଶ୍ରମିକ ମିଳିଲା ବୋଲି ପ୍ରକାଶ କରିଛନ୍ତି । ଏପରି ହେଲେ ଗୋଟିଏ ପାଚିକା ପରିବାର ୫ ମାସରେ ମାତ୍ର ୬ ହଜାର ଟଙ୍କା ଚଳିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ଗତ ସେପ୍ଟେମ୍ବର ମାସର ପାରିଶ୍ରମକି ଜିଲ୍ଲାପାଳଙ୍କ ପାଣ୍ଠିରୁ ପ୍ରଦାନ କଲେ ପାଚିକାମାନେ ଯନ୍ତ୍ରଣାରୁ ଉପସମ ପାଇପାରିବେ ବୋଲି ସଂଘ ସଭାପତି ରବି ରଥ, ପାଚିକା ଶାନ୍ତିପ୍ରିୟା ସାହୁ, ଭାରତୀ ଦାସ ପ୍ରମୁଖ ପ୍ରକାଶ କରିଛନ୍ତି ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ରାଉରକେଲା ର ବିଭିନ୍ନ ସ୍ଥାନରେ ବିଶ୍ୱ ଯୋଗ ଦିବସ ପାଳିତ 

masiha

ବାବା ସାହେବ ଅମ୍ବେଦକର ଙ୍କ ଜନ୍ମ ଜୟନ୍ତି ପାଳନ

Sunil Chandra Nayak

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନ ୧୮୩ତମ ଜୟନ୍ତୀ ପାଳିତ.

masiha

Leave a Comment

error: Content is protected !!