୫ମ ଜିଲ୍ଲା ସ୍ତରୀୟ ଚେସ୍ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଓ ଭାଉଚର ଉନ୍ମୋଚନ
ଭବାନୀପାଟଣା: ତା ୨୪/୧୦/୨୦୨୬, କଳାହାଣ୍ଡି ଚେସ୍ ଏକାଡେମୀ ତରଫରୁ ୫ମ ତମ ଜିଲ୍ଲା ସ୍ତରୀୟ ଚେସ୍ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଓ ଭାଉଚର ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି।
ଭବାନୀପାଟଣାସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ କଳାହାଣ୍ଡି ଚେସ୍ ଏକାଡେମୀ ପକ୍ଷରୁ ଏହି ଜିଲ୍ଲାସ୍ତରୀୟ ଚେସ୍ ପ୍ରତିଯୋଗିତା ପାଇଁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରତିଯୋଗିତାର ସୂଚନା ସମ୍ବନ୍ଧୀୟ ଭାଉଚର ଅତିଥିମାନଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି।
ଆସନ୍ତା ନଭେମ୍ବର ୨୮ ଓ ୨୯ ତାରିଖରେ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ଭାଗ ନେବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନେ ଆସନ୍ତା ନଭେମ୍ବର ୧୬ ତାରିଖ ସୁଦ୍ଧା ନିଜର ନାମ ପଞ୍ଜୀକରଣ କରିପାରିବେ। କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ।ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।
ଏହି ଭାଉଚରକୁ ଭାରତର ସିନିଅର ନ୍ୟାସନାଲ ଆରବିଟର ରବୀନ୍ଦ୍ର ସାହୁଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ପଞ୍ଜିକରଣ ପାଇଁ ମୋବାଇଲ ନମ୍ବର ୯୪୩୭୪୧୧୬୯୩ ଓ ୯୪୩୭୪ ୬୩୦୧୧ ଓ ୯୪୩୭୨୨୪୪୨୦ ଯୋଗାଯୋଗ କରିପାରିବେ ଏକାଡେମୀର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ଶିବରାମ ନାୟକ ସଭା ପରିଚାଳନା କରିବା ସହ ପ୍ରତିଯୋଗିତା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।
ଏହି ପ୍ରସ୍ତୁତି ବୈଠକରେ ଏକାଡେମୀର ବରିଷ୍ଠ ସଦସ୍ୟ ଇଂ. ଲଷ୍ମୀନାରାୟଣ ପଣ୍ଡା, ମୁକୁନ୍ଦ ରେଡ୍ଡୀ, ସରିତା ବାଗେଲ, ସୋମନାଥ ରାଉତ, ରାମେଶ୍ଵର ରାଉତ, ବୈକୁଣ୍ଠ ବାଗ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ପ୍ରତିଯୋଗିତାକୁ ସଫଳ କରିବା ପାଇଁ ଆଲୋଚନା କରିଥିଲେ।

