ଆମେ ଓଡ଼ିଆ ଆଗାମୀ କାର୍ଯ୍ୟକ୍ରମ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ
ରାଉରକେଲା: ସାମାଜିକ ଅନୁଷ୍ଠାନ ଆମେ ଓଡ଼ିଆ ର ଆଗାମୀ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ରାଉରକେଲା ଶାଖା ସଭାପତି ଶମ୍ଭୁନାଥ ପରିଡ଼ା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ମହାସଚିବ ନିରୋଦ କୁମାର ରାଉତ ଅତିଥି ଭାବେ ଯୋଗଦେଇଥିଲେ। ଅନୁଷ୍ଠାନ ତରଫରୁ ଚଳିତ ଆର୍ଥିକ ବର୍ଷରେ ଅର୍ଥାତ୍ ଆସନ୍ତା ନଭେମ୍ବର ଓ ମାର୍ଚ୍ଚ ମାସରେ ଦୁଇଟି ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ସଭାପତି ଶ୍ରୀ ପରିଡ଼ା ଅଧିକାଂଶ ସମୟ ଭୁବନେଶ୍ଵରରେ ରହୁଥିବାରୁ ତାଙ୍କ ସ୍ଥାନରେ ଶଶଧର ପାତ୍ରଙ୍କୁ କାର୍ଯ୍ୟକ୍ରମ ସଂଚାଳନ ପାଇଁ ଦାୟିତ୍ଵ ଅର୍ପଣ କରାଯାଇଛି। ଶେଷରେ ବରିଷ୍ଠ ସଦସ୍ୟ ଜଗନ୍ନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ସଭାପତି ଶମ୍ଭୁନାଥ ପରିଡ଼ା, ରାଜ୍ୟ ମହାସଚିବ ନିରୋଦ କୁମାର ରାଉତ, ଶଶଧର ପାତ୍ର, ଜଗନ୍ନାଥ ରାଉତ, ସୁବାସ ନାୟକ, ସଂଜୀବ ନାୟକ, ଉପେନ୍ଦ୍ର ନାୟକ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

