ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚତୁର୍ଥ ବର୍ଷରେ ଧର୍ମଗଡ ରେ ମା’ ଗଜଲକ୍ଷ୍ମୀ ପୂଜା

ଚତୁର୍ଥ ବର୍ଷରେ ଧର୍ମଗଡ ରେ ମା’ ଗଜଲକ୍ଷ୍ମୀ ପୂଜା

ଧର୍ମଗଡ ସହର ର ଚାରିଛକ ଠାରେ ଧନଦାତ୍ରୀ ମା, ଗଜଲକ୍ଷ୍ମୀଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହେଉଛି। ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ ଓ ଉଦ୍ୟୋକ୍ତା ରାମଦାସ ମେହେର ଙ୍କ ପ୍ରତ୍ୟକ୍ଷ ଉଦ୍ୟମକ୍ରମେ ମାଁ ଙ୍କର ପୂଜା ସହରରେ ହେଉ ଥିବାରୁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଗତ ୨୩ ତାରିଖ ଦିନ ଏକ ବିଶାଳ କଳସ ଯାତ୍ରା ସହ ଓ ମା ଙ୍କର ଅଁଳା ବରଣ ହୋଇଥଲା।୨୪ ତାରିଖ ଦିନ ମା ଙ୍କ ଯଥାରୀତି ପୂଜା ଆରମ୍ଭ ହୋଇ ଚକ୍ଷୁଦାନ ଓ ଜୀବନ୍ୟାସ ପରେ ମା’ ଙ୍କ ମୁଖ ଦର୍ଶନ ହୋଇଛି। ପ୍ରତିଦିନ ମା ଙ୍କ ଉପଚାର ପୂଜା, ପୁରାଣ ପାଠ, ହବନ, ମଣ୍ଡଳ ପୂଜା ମଣ୍ଡପରେ ଚାଲିଛି। ମା ଙ୍କ ଏହି ପୂଜା ରେ ମୂଖ୍ୟ ପୂଜକ ଭାବେ ପଣ୍ଡିତ ଉପେନ୍ଦ୍ର କୁମାର ପଣ୍ତା ଓ ସହଯୋଗୀ ପୂଜକମାନେ ପୁଜା କର୍ମରେ ନିୟୋଜିତ ଥିବା ବେଳେ କର୍ତ୍ତା ଭାବେ ଶ୍ରୀ ଆଶିଷ କୁମାର ପଟ୍ଟଯୋଶୀ ଓ ଧର୍ମପତ୍ନୀ ଶ୍ରୀମତି ରୋଜାଲିନ ପଟ୍ଟଯୋଶୀ ଦାୟିତ୍ଵ ନିର୍ବାହ କରୁଛନ୍ତି। ପ୍ରତ୍ୟହ ମାଁ ଙ୍କର ରୀତି ନୀତି ସହ ପୂଜାର୍ଚ୍ଚନା କରାଯିବା ସହ ଭକ୍ତ ମାନଙ୍କ ପାଇଁ ପ୍ରତ୍ୟହ ଅନ୍ନ ଭୋଗ ଓ ଶୁକ୍ଳ ଭୋଗର ବ୍ୟବସ୍ଥା କରାଯାଇଛି।ସମଗ୍ର ଅଞ୍ଚଳ କୁ ଉଜ୍ବଳ ଆଲୋକ ମାଳ ରେ ସୂସଜ୍ଜିତ କରାଯାଇଛି।ସ୍ଥାନୀୟ ମୂର୍ତ୍ତି କାରିଗର ସଦନ ବିହାରୀ ମାଁ ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିଥିବା ବେଳେ ଅଜିତ କୁମାର ସେନା ଓ ବାପି ପ୍ରଧାନ ମଣ୍ଡପ ସାଜ ସଜ୍ଜା ଓ କଳିଙ୍ଗ ଟେଣ୍ଟ ହାଉସ ପକ୍ଷରୁ ତୋରଣ ପ୍ରସ୍ତୁତ ସହ ଆଲୋକ ସାଜ ସଜ୍ଜା କରାଯାଇଛି।ଗଜଲକ୍ଷ୍ମୀ ପୂଜା କମିଟି ର ସଭାପତି ଧନରାଜ ରାଉତ,ସଂପାଦକ ଘନଶ୍ୟାମ ଭାଟି,କୋଷାଧ୍ୟକ୍ଷ ଅଜୟ କୁମାର ପଣ୍ତା ତଥା ସଦସ୍ୟ ମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ଧୁମ୍ ଧାମରେ ମା ଙ୍କ ପୂଜା କରାଯାଉ ଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ବିଭିନ୍ନ ଦିବସରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରଖା ଯାଇଛି। ଆସନ୍ତା ୨୭ ତାରିଖରେ ପୂଜାର ପୂର୍ଣ୍ଣାହୁତି ସହ ମା ଙ୍କର ଭବ୍ୟ ଭସାଣି ହେବ ବୋଲି ଆୟୋଜକ କମିଟି ପକ୍ଷରୁ ପ୍ରକାଶ ପାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଧର୍ମଗଡ଼ ଓକିଲ ସଂଘ ତରଫରୁ ହାଇକୋର୍ଟ ମାନ୍ୟବର ବିଚାରପତିଙ୍କୁ ସମ୍ବର୍ଦ୍ଧନା 

masiha

ମାନ୍ୟବର ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ଅଵ୍ୟ ବହିତ ପୂର୍ବରୁ “ସ୍ୱଛତା ସେ ସ୍ୱାଗତ ” କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଛୁଆ ଚୋର ସନ୍ଦେହରେ ଯୁବକକୁ ନିସ୍ତୁକ ମାଡ଼ 

Sunil Chandra Nayak

Leave a Comment

error: Content is protected !!