ହୁଣ୍ଡାଇ ବାୟନ କାର୍ ର ମାର୍କେଟ ପ୍ରବେଶ
ରାଉରକେଲା: ବେଦବ୍ୟାସ ସ୍ଥିତ କୋସଲା ହୁଣ୍ଡାଇ ସୋ ରୁମ୍ ଠାରେ ହୁଣ୍ଡାଇ ର ବାୟନ କାର୍ ର ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୋ ରୁମ୍ ର ନିର୍ଦ୍ଦେଶିକା ଡ ପଦ୍ମନୀ ପାଣିଗ୍ରାହୀ ଙ୍କ ସଭାପତିତ୍ବ ଓ ମୁଖ୍ୟ ମହାପ୍ରବନ୍ଧକ ଅପର୍ଣ୍ଣା ପାଣିଗ୍ରାହୀଙ୍କ ଆବାହକତ୍ୱ ତଥା ସଞ୍ଜୁଶ୍ରୀ ପାଢ଼ୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀ ଓ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି, ଆପୋଲୋ ହସ୍ପିଟାଲର ସିଇଓ ଡ ଅଖିଲ ଜୈନ ଓ ଉଦିତନଗର ଏସବିଆଇ ର ମହାପ୍ରବନ୍ଧକ ରମେଶ ନାଗ୍ ସମ୍ମାନିତ ଅତିଥି,ବିପିୟୁଟି ର ପ୍ର ପିୟୁଷ ରଞ୍ଜନ ଦାସ, ସମାଜସେବୀ ରିଙ୍କୁ ଜୟସ୍ବାଲ,ଶ୍ରୀଧର ମଲ୍ଲିକ ପ୍ରମୁଖ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ଏହି କାର୍ କୁ ଉଦଘାଟନ କରିଥିଲେ। ସୂଚନାଯୋଗ୍ୟ ଯେ ହୁଣ୍ଡାଇ ବାୟନ କାର୍ ସାଢେ଼ ୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ଟପ୍ ମଡେଲ ୧୬ ଲକ୍ଷ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ନୂତନ କାର୍ ରେ ଏଲଇଡି ଲାଇଟ୍, ଅଟୋ ଏସି,ବୋସ ମ୍ୟୁଜିକ ସିଷ୍ଟମ, ଲେଦର ସିଟ୍ ର ବ୍ୟବସ୍ଥା ରହିଛି। ଲକ୍ସରୀ ପ୍ରିମିୟମ ମଡେଲ ରେ ସନ୍ ରୁଫ୍,୧୭ ଇଞ୍ଚ୍ ଡାଇମଣ୍ଡ ଡକେଟ ଆଲୟ ହ୍ବିଲ ଗାଡ଼ିକୁ ଏହାର ମୁଖ୍ୟ ଆକର୍ଷଣ ଥିବା ବେଳେ ଏଥିରେ ଅତିକମରେ ୫ ଜଣ ବସି ପାରିବେ। ସେହିପରି ପାଣିପାଗ ସୂଚନା,ଡାସ କ୍ୟାମେରା, ଡ଼୍ରାଇଭର ସିଟ୍ ଆଡଜଷ୍ଟ ସହ ୧୮୦ ଡିଗ୍ରୀ କ୍ୟାମେରା ରହିଛି। ତେବେ ଉଦଘାଟନୀ ଉତ୍ସବରେ ଏହାର ପ୍ରଥମ ଗ୍ରାହକ ଡ ଲିଜା ଦେଓ ଙ୍କୁ ମୁଖ୍ୟ ଅତିଥି ଦ୍ବୟ ଗାଡିର ଚାବି ହସ୍ତାନ୍ତର କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ହୁଣ୍ଡାଇ ସୋ ରୁମ୍ ରାଉରକେଲା ବାସୀଙ୍କ ଆବଶ୍ୟକତା ପୂରଣ କରୁଥିବାରୁ ସାଧୁବାଦ ଦେଇଥିବା ବେଳେ ନିର୍ଦ୍ଦେଶିକା ଶ୍ରୀମତୀ ପାଣିଗ୍ରାହୀ ଏହା ଏକ ଶ୍ରେଷ୍ଠ ସମୟ ଓ ହୁଣ୍ଡାଇ ବାୟନ ମଡେଲ କାର୍ ଶସ୍ତା ହୋଇଥିବାବେଳେ ଏହାକୁ ସାଧାରଣବର୍ଗ କିଣିପାରିବେ ବୋଲି ମତ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡ୍ରିମ୍ ଟିମ୍ ଫାଉଣ୍ଡେସନର ମୁଖ୍ୟ ଅମୀୟ କୁମାର ଦାସ,ସୋ ରୁମ୍ ସେଲ୍ସ ମୁଖ୍ୟ ଗୁରୁଦୀପ ସିଂ,ଏଚଆର ଫରୀନ ରବ୍ ଙ୍କ ସମେତ ଦୀପ୍ତି ମହାପାତ୍ର, ପ୍ରକାଶ ବଳ,ପ୍ରସନଜିତ ମହାପାତ୍ର, ବିଭୁପ୍ରସାଦ ନାୟକ, ଶୁଭଦର୍ଶନୀ ସାମଲ, ନୀଳମାଧବ ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ମୁଖ୍ୟ ମହାପ୍ରବନ୍ଧକ ଅପର୍ଣ୍ଣା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

