ଧର୍ମଗଡ଼ ର ବିଶିଷ୍ଟ କ୍ରୀଡ଼ାବିତ୍ ଜୟ ସିଂ ନାଏକ ଙ୍କ ପରଲୋକ
ଧର୍ମଗଡ଼ ସହରର ପୂର୍ବତନ ଫୁଟବଲ୍ ଖେଳାଳି ଜୟ ସିଂ ନାଏକ ଙ୍କ ଆଜି ୬୮ ବର୍ଷ ବୟସରେ ପରଲୋକ ହୋଇ ଯାଇଛି।୮୦ ଦଶକ ରେ ସେ ଜଣେ ଖ୍ୟାତନାମା ଫୁଟବଲ ଖେଳାଳି ଭାବରେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥାଇ ଶଯ୍ୟାଶାୟୀ ଥିଲେ। ଆଜି ତାଙ୍କର ପରଲୋକ ଘଟିଛି।
ସୂଚନା ଯୋଗ୍ୟ ଯେ,ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାର ଘରଣୀ ଦଶହରା ଛତର ଯାତ୍ରାରେ ମା ଙ୍କ ଛତର ତାଙ୍କ ଘରୁ ପ୍ରତି ବର୍ଷ ଆସୁଥିଲା। ସେ ନିଜେ ଛତର ଧରି ଏକ ବିରାଟ ଶୋଭାଯାତ୍ରାରେ ମା ଙ୍କ ମନ୍ଦିରକୁ ଆସୁଥିଲେ।
ସେ ଜଣେ ମିଷ୍ଟଭାଷୀ ପରୋପକାରୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ। ତାଙ୍କର ବିୟୋଗରେ ସହରରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ଶ୍ମଶାନ ରେ ପରିବାର ବର୍ଗ,ଆତ୍ମୀୟ ସ୍ୱଜନ ଗହଣରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….

