ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ: ଶିଳ୍ପୀଙ୍କ ପ୍ରସ୍ତୁତି

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ: ଶିଳ୍ପୀଙ୍କ ପ୍ରସ୍ତୁତି

କର୍ଲାମୁଣ୍ଡା, (ସୁଶାନ୍ତ ରଣା): କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ଆସନ୍ତା ୦୧ ରୁ ୦୫ ଡ଼ିସେମ୍ବର ୨୦୨୫ ଯାଏ ହେବାକୁ ଥିବା ୧୫ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଅନୁଷ୍ଠିତ ହେବ I ସେଥିରେ ଭାଗନେବା ନେବା ପାଇଁ ପଶ୍ଚିମ ଓଡିଶାର ପ୍ରଖ୍ୟାତ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି I ଏବର୍ଷର ନିୟମ ଅନୁଯାଇ ଏହି ଉତ୍ସବରେ ଭାଗ ନେବାକୁ ଥିବା ପ୍ରତ୍ୟେକ ଶିଳ୍ପୀ ତିନୋଟି ଲେଖାଏଁ ନୂତନ ମଡେଲର ଫଟୋ ଆବେଦନ ଫର୍ମ ସହ ପଠାଇବେ I ଯାହାକି ୨୭ସେପ୍ଟେମ୍ବର ରୁ ୨୪ ଅକ୍ଟୋବର ଭିତରେ ନିର୍ମିତ ହୋଇଥିବା ଓ ଗୋଟିକର ଉଚ୍ଚତା ଅତି କମରେ ପାଞ୍ଚ ଫୁଟ ହୋଇଥିବା ଆବଶ୍ୟକ l ଏହି ପରିପ୍ରେକ୍ଷୀରେ ଶ୍ରୀ ସାହୁ ତାଙ୍କର ଜଣେ ସହଯୋଗୀ ତଥା କୁମ୍ଭାର କାରିଗର ଶ୍ରୀ ଦଶରଥ ରଣା(୭୫)ଙ୍କର ମଡେଲ ନିର୍ମାଣ କରି ଓଡିଶା ପର୍ଯ୍ୟଟନ ବିଭାଗକୁ ପଠାଇଛନ୍ତି ଓ ତାହା ଚୟନ କମିଟି ଦ୍ୱାରା ମନୋନୀତ ହେବ ବୋଲି ବାଲୁକା ଶିଳ୍ପୀ ଶ୍ରୀ ସାହୁ ଆଶା ରଖିଛନ୍ତି I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପୋଲିସ କର୍ମାଚାରୀଙ୍କ ପୋଷାକ ଭତ୍ତା ଦ୍ବିଗୁଣିତ,  କନେଷ୍ଟବଳ, ହାବିଲଦାର ଓ ସିପାହୀ ମାନଙ୍କ ‘ଏକ୍‌ଷ୍ଟ୍ରା ଡ୍ୟୁଟି ପ୍ରୋତ୍ସାହନ ରାଶି’ରେ ମଧ୍ୟ ବୃଦ୍ଧି

masiha

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

masiha

ରାଉରକେଲା ନିଟ ରେ ବାଣପୁର ଝିଅ କୁମାରୀ ଶତାବ୍ଦୀ ନନ୍ଦ ର କୁର୍ତ୍ତିତ୍ୱ

Sunil Chandra Nayak

Leave a Comment

error: Content is protected !!