ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନସିକ ସଚେତନତା ଶିବିର 

ମାନସିକ ସଚେତନତା ଶିବିର 

ରାଉରକେଲା: ରାଉରକେଲା ଆଇନ ମହାବିଦ୍ୟାଳୟ ଠାରେ ଭାରପ୍ରାପ୍ତ ଅଧ୍ୟକ୍ଷା ଡକ୍ଟର ସମ୍ପାଦିକା ମହାନ୍ତିଙ୍କ ଅଧକ୍ଷତା ଓ ଯୁବ ରେଡକ୍ରସ୍ ର ମିଳିତ ଉଦ୍ୟମରେ ଏକ ମାନସିକ ସଚେତନତା ଶିବିରର ଆୟୋଜନ କରାଯାଇଥିଲା l ଜାତୀୟ ସଂଗୀତ ଗାନ ସହିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ କରାଯାଇଥିଲା l ଏହି ସଚେତନତା ଶିବିରର ଆଲୋଚନାର ବିଷୟ ବସ୍ତୁ ଥିଲା “ପ୍ରକୁତ ଖୁସି ନିଜ ଭିତରୁ ମିଳିଥାଏ ” l ଏହି ଆଲୋଚନା ଚକ୍ରରେ ରେ ମୁଖ୍ୟଅତିଥି ରୂପେ ରାଉରକେଲା ନିରୀକ୍ଷଣ ତଥା ସ୍ବତନ୍ତ୍ର ଗୃହର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ ଚରଣ ତ୍ରିପାଠୀ, ପ୍ରେରଣାଦାୟକ ବକ୍ତା ଅନ୍ୟତମ ଅତିଥି ରୂପେ ବରଗଡ ସାଇ ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ସ୍ନାୟୁ ବିଶେଷଜ୍ଞ ଡାକ୍ତର ଅଜିତ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଆତ୍ମସ୍ୱୀକୃତି, ଆବେଗିକ ଦୃଢ଼ତା, ସଚେତନତା, ଭ୍ରମାତ୍ମକ ଧାରଣା ଦୂରକରିବା,ଧ୍ୟାନ, ବ୍ୟାୟାମ, ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ କିପରି ନିଜର ମାନସିକ ଦୁଶ୍ଚିନ୍ତାକୁ ଦୂରୀଭୂତ କରିହେବ, ସେ ବିଷୟରେ ବିସ୍ତାରରେ ଚର୍ଚ୍ଚା କରିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କୁ ଜୁମ୍ବା ନୃତ୍ୟ ମାଧ୍ୟମରେ ଖୁସି କରାଇଥିଲେ l ଏଥିରେ ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା ଓ କର୍ମଚାରୀ ଯୋଗଦେଇ ଥିଲେ l ଛାତ୍ରୀ ଲକ୍ଷ୍ମୀପ୍ରିୟା ତନ୍ତୀ ମଞ୍ଚ ପରିଚାଳନା କରିଥିବା ବେଳେ ଛାତ୍ରୀ ଅପର୍ଣ୍ଣା କବି ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଙ୍କ ଯାଜପୁର ଜିଲ୍ଲା ଗସ୍ତ

masiha

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୭ ରେ ସମଗ୍ର ଓଡିଶାରେ ଆଦିବାସୀ ପ୍ରାର୍ଥୀ ପାଇଁ ସଂରକ୍ଷଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି 

Sunil Chandra Nayak

ଏକତ୍ର ରାଉରକେଲା ର ସଦସ୍ୟ ସମାରୋହ ଓ ସ୍ବତନ୍ତ୍ର ଅଧିବେଶନ

masiha

Leave a Comment

error: Content is protected !!