ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତାଲୁକ ଆଇନ ସେବା ସମିତି ପୋସ୍କୋ ଆଇନ -୨୦୨୬ ସମ୍ପର୍କିତ ସର୍ବ ଭାରତୀୟ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ ତାଲୁକ ଆଇନ ସେବା ସମିତି ପୋସ୍କୋ ଆଇନ -୨୦୨୬ ସମ୍ପର୍କିତ ସର୍ବ ଭାରତୀୟ ସଚେତନତା କାର୍ଯ୍ୟକ୍ରମ 

ଧର୍ମଗଡ଼: ତାଲୁକ ଆଇନ ସେବା ସମିତି , ଧର୍ମଗଡ ପକ୍ଷରୁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିଶୁ ମାନଙ୍କୁ ଯୌନ ନିର୍ଯ୍ୟାତନା, ଯୌନ ଉତ୍ପୀଡ଼ନ ଏବଂ ଅଶ୍ଳିଳ କାର୍ଯ୍ୟରୁ ସୁରକ୍ଷା ପ୍ରଦାନ କରିବା ତଥା ସେମାନଙ୍କ ଅଧିକାର ସମ୍ପର୍କ ରେ ସଚେତନ କରେଇବା ଆଭିମୁଖ୍ୟ ନେଇ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଗୁଣ୍ଡିଚା ସାମନ୍ତସିଂହାରଙ୍କ ଅଧ୍ୟକ୍ଷତାରେ ଏକ ପୋସ୍କୋ ଆଇନ -୨୦୧୨ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ର ନିର୍ଦେଶକ୍ରମେ ଦେଶବ୍ୟାପି ଅନୁଷ୍ଠିତ ହେଉଥିବା ଏହି ସୁରକ୍ଷିତ ବଚପନ ଅଭିଯାନ କାର୍ଯ୍ୟକ୍ରମ ଦ୍ୱାରା ପୋସ୍କୋ ଆଇନ ଉପରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ସଚେତନତା କରାଇବା ଏହି ଅଭିଯାନର ମୂଳ ଲକ୍ଷ୍ୟ ଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବରେ ବରିଷ୍ଠ ଦେୱାନୀ ବିଚାରପତି ଇପ୍ସି ମହାନ୍ତି, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ଶ୍ରୀକାନ୍ତ ପାଢ଼ୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ସହାୟକ ଜିଲ୍ଲାପାଳ ରୋଜାଲିନ ଜେନା, ପାନେଲ ଓକିଲ ସଂଯୁକ୍ତା ପଣ୍ଡା, ତାଲୁକ ଆଇନ ସେବା ସମିତି ସଦସ୍ୟ ମିହିର ରଞ୍ଜନ ପଟ୍ଟଯୋଶୀ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ ବିଦ୍ୟାଳୟ ର ସହ ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର କୁମାର ପ୍ରଧାନୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ପରମେଶ୍ୱର ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ତଥା ଛାତ୍ର-ଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଆଞ୍ଚଳିକ ବ୍ରାହ୍ମଣ ସମିତିର ୧୫ ତମ ବାର୍ଷିକ ଉତ୍ସବ

masiha

ଅତ୍ୟନ୍ତ ଭବ୍ୟ ହେବ କଳାହାଣ୍ଡି ଉତ୍ସବ ମଶାଲ ଶୋଭାଯାତ୍ରା

masiha

ଆୟାପ୍ପା ଭକ୍ତଙ୍କ ଇରୁମୁଡ଼ି ପୂଜା

Sunil Chandra Nayak

Leave a Comment

error: Content is protected !!