ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମିତ ବ୍ୟୟୀତା ଦିବସ-୨୦୨୬ ଅନୁଷ୍ଠିତ
ଭବାନୀପାଟଣା: ୩୦.୧୦.୨୦୨୬: ଆଜି ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ -୨୦୨୬ପାଳନ ହୋଇଯାଇଛି । ଏହି ଉପଲକ୍ଷେ ଅପରାହ୍ନ ୩.୩୦୦ଘ ସମୟରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସୁକନ୍ୟା ସମୃଦ୍ଧି ଯୋଜନା ର ୫ ଜଣ ହିତାଧିକାରୀଙ୍କୁ ସ୍ୱଳ୍ପ ସଞ୍ଚୟ ଯୋଜନା ର ଆକାଉଣ୍ଟ ଖାତା ପ୍ରଦାନ କରିଥିଲେ ଓ ମିତବ୍ୟୟୀ ଦସ୍ତଖତ ବୋର୍ଡ ଦସ୍ତଖତ ଦେଇ ସଞ୍ଚୟର ବାର୍ତ୍ତା ଦେଇଥିଲେ। ଏହି ଉପଲକ୍ଷେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ମିତବ୍ୟୟୀ ହୋଇ ଆଗାମୀ ଭବିଷ୍ୟତ ପାଈଁ ସଞ୍ଚୟ କରିବା ଏବଂ କୌଣସି ପ୍ରଲୋଭନ ଶିକାର ନ ହୋଇ ସ୍ଵୀକୃତି ପ୍ରାପ୍ତ ଆର୍ଥିକ ଅନୁଷ୍ଠାନ, ଜାତୀୟ ବ୍ୟାଙ୍କ୍,ପୋଷ୍ଟ ଅଫିସ ରେ ନିଜ ର ପୁଞ୍ଜି ନିବେଶ କରିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଉପ ଜିଲ୍ଲାପାଳ, ଭବାନୀପାଟଣା ଆଶିନି ଏ ଏଲ,ଭବାନୀପାଟଣା ଡାକ ଅଧିକ୍ଷକ ବିଶ୍ୱଜିତ୍ ମିଶ୍ର,ଡି ଏସ ପି ସାଇବର୍ ଅପରାଧ ଅଳକା ସାହୁ,ଏଲ ଡି ଏମ ଉଇଲିଅମ ରାକେଶ କୃପ ଉପସ୍ଥିତ ଥିଲେ।ସହ ନିର୍ଦେଶକ ସଞ୍ଚୟ ଓ ଆର୍ଥିକ ସେବା ବିବେକାନନ୍ଦ ମହାନନ୍ଦ ସମସ୍ତଙ୍କୁ ସ୍ୱାଗତ ସହ ଦିବସ ପାଳନ ର ଉଦେଶ୍ୟ ଓ ସଞ୍ଚୟର ଉପକାରିତା ଉପରେ ଆଲୋକପାତ କରିଥିଲେ ।ଡି ଏସ ପି ଅଳକା ସାହୁ ଜନ ସାଧାରଣ କିଭଳି ନିଜ ଜମା ଖାତା ସଂଚୟକୁ ସୁରକ୍ଷିତ ରଖିବେ ଏବଂ ଋଣ, ଅନଲାଇନ୍ ଶପିଂ,ଆଧାର ଅପଡେଟ, ଲିଁଙ୍କ ଫ୍ରଡ ଭଳି ବିଭିନ୍ନ ଉପାୟରେ ସାଇବର ଠକ ମାନଙ୍କ ରୁ ନିଜକୁ ରକ୍ଷା କରିବା ଉପରେ ବିଶେଷ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ କର୍ମଚାରୀ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍

