ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାନ୍ଧୀ ସେବାଶ୍ରମ ଓ ଈଶ୍ୱରଲାଲ ଶିଶୁ ଭବନର ନୂତନ ପରିଚାଳନା କମିଟି ଗଠିତ

ଗାନ୍ଧୀ ସେବାଶ୍ରମ ଓ ଈଶ୍ୱରଲାଲ ଶିଶୁ ଭବନର ନୂତନ ପରିଚାଳନା କମିଟି ଗଠିତ

ଜଳେଶ୍ଵର ,୩୧/୧୦(ମନିସ)-ଜଳେଶ୍ୱର ପୌର ପରିଷଦ ଅନ୍ତର୍ଗତ ଶାନ୍ତିଆସ୍ଥିତ ଗାନ୍ଧୀ ସେବାଶ୍ରମ ଓ ଈଶ୍ୱରଲାଲ ଶିଶୁ ଭବନର ନୂତନ ପରିଚାଳନା କମିଟି ଗଠନ କରାଯାଇଛି। ଏହି ପରିଚାଳନା କମିଟିରେ ମୋଟ ୨୧ ଜଣ ସଭ୍ୟଙ୍କୁ ସାମିଲ କରାଯାଇଛି।ନୂତନ କମିଟିର ସଭାପତି ଭାବେ ସମାଜ ସେବୀ ସୀତାଂଶୁ ରଞ୍ଜନ ସେନାପତି ଏବଂ ସମ୍ପାଦକ ଭାବେ ଶିକ୍ଷାବିତ୍ ସୁନୀଲ କୁମାର ନାୟକ ମନୋନୀତ ହୋଇଛନ୍ତି।ପରିଚାଳନା କମିଟିରେ ପୂର୍ବତନ ଅଧ୍ୟକ୍ଷ ଶ୍ୟାମପ୍ରସାଦ ଦାସ, ଡ. ଲଳିତ ରଞ୍ଜନ ସେନାପତି,ସରୋଜ ରଞ୍ଜନ ସେନାପତି ଓ ସୁଧୀର କୁମାର କର, ଅବସରପ୍ରାପ୍ତ ବିଇଓ ଗଙ୍ଗା ନାରାୟଣ ପ୍ରଧାନ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ବରିଷ୍ଠ ଆଇନଜୀବୀ ସୁକୁମାର ରଣା,ସମାଜସେବୀ ଦିଲ୍ଲୀପ କୁମାର ଗିରି ଓ ଅଶୋକ କୁମାର ଜେନା, ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ମହାନ୍ତି, ଶିକ୍ଷାବିତ୍ ପ୍ରାଣକୃଷ୍ଣ ଗିରି, ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ଶତପଥୀ,ଇଂ ଶ୍ରୀମନ୍ତ କୁମାର ଘୋଷ, ସାମ୍ବାଦିକ ଅଶ୍ଵିନୀ କୁମାର ନାଥ,ପୂର୍ବତନ ନଗରପାଳ ପ୍ରବୀର କୁମାର ପ୍ରଧାନ, ପ୍ରଫୁଲ୍ଲ କୁମାର ଦାସ, ନିତ୍ୟାନନ୍ଦ ଦାସ, ରୁଦ୍ରନାରାୟଣ ପଣ୍ଡା, ମଳୟ ସୁନ୍ଦର କର ପ୍ରମୁଖ ସ୍ଥାନ ପାଇଛନ୍ତି।ଆଜି ନୂତନ ପରିଚାଳନା କମିଟିର ଏକ ବୈଠକ ସଭାପତି ସୀତାଂଶୁ ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି lନୂତନ କମିଟିର କର୍ମକର୍ତ୍ତା ମାନେ ଗାନ୍ଧୀଜୀଙ୍କ ଆଦର୍ଶ ଓ ସେବାଭାବକୁ ଆଧାର କରି ଅନୁଷ୍ଠାନର ଉନ୍ନତି, ଶିଶୁମାନଙ୍କ ଯତ୍ନ, ଶିକ୍ଷା, ସୁରକ୍ଷା ଓ ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିବା ସହ ଆଶ୍ରମର ସେବାମୂଳକ କାର୍ଯ୍ୟକୁ ଅଗ୍ରାଧିକାର ଦିଆ ଯିବ ବୋଲି ମତାମତ ପ୍ରଦାନ କରିଥିଲେ ।ଶେଷରେ ସେବାଶ୍ରମ ଅଧୀକ୍ଷକ ଦେବକୃଷ୍ଣ ଦେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

” ନିର୍ମାଣଧିନ ନୂତନ ତାଳଚେର ସାର କାରଖାନା ର ପ୍ରଥମ ସାମ୍ବାଦିକ ସମ୍ମିଳନୀ “

Sunil Chandra Nayak

ଜେକେ ପେପର୍ ମିଲ୍ସ, ଜେକେ ପୁର ଠାରେ ୩୨ ତମ କ୍ୱାଲିଟି ସର୍କଲ କୋରାପୁଟ ଚାପ୍ଟର ତରଫରୁ ସମ୍ମିଳନୀ ଅନୁଷ୍ଠିତ

masiha

ଗୋଠ ଛଡା ଦନ୍ତାହାତି କରୁଛି ଭୟଙ୍କର ତାଣ୍ଡବ 

Sunil Chandra Nayak

Leave a Comment

error: Content is protected !!