ଭୁବନେଶ୍ବରରେ T.I.M.E. ବି-ସ୍କୁଲ୍ ମେଳା ୨୦୨୬ ଉଦ୍ଯାପିତ
ଭୁବନେଶ୍ବର, ୧ ନଭେମ୍ୱର: ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଓ ଭବିଷ୍ୟତ କ୍ୟାରିୟର ସମ୍ପର୍କରେ ସଠିକ୍ ଦିଗ୍ଦର୍ଶନ ଦେବା ଉଦ୍ଦେଶ୍ୟରେ T.I. M.E. ଭୁବନେଶ୍ଵର ପକ୍ଷରୁ ଆୟୋଜିତ ‘T.I.M.E. B-School Fair 2026’ ସ୍ଥାନୀୟ ଦ ପ୍ରେସିଡେନ୍ସି ହୋଟେଲସ୍ଥିତ ଖାରବେଳ ଦରବାର ବ୍ୟାଙ୍କେଟ୍ରେ ସଫଳତାର ସହ ଶେଷ ହୋଇଛି। ଏହି ମେଳାରେ ଦେଶର ବିଭିନ୍ନ ପ୍ରତିଷ୍ଠିତ ବିଜନେସ୍ ସ୍କୁଲ୍ ଅଂଶଗ୍ରହଣ କରିଥିଲେ I
ବିଶେଷକରି CAT-2026 ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ଏହି ମେଳା ବେଶ୍ ଉପଯୋଗୀ ହୋଇଥିଲା। ଛାତ୍ରଛାତ୍ରୀମାନେ ବିଭିନ୍ନ ବିଜନେସ୍ ସ୍କୁଲ୍ର ପ୍ରତିନିଧିଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ନାମଲେଖା ପ୍ରକ୍ରିୟା, ପାଠ୍ୟକ୍ରମ ଓ ଚାକିରି ସୁଯୋଗ ସମ୍ପର୍କରେ ଜାଣିବାର ସୁଯୋଗ ପାଇଥିଲେ |
ଏହା ସହିତ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ପ୍ରୋଫାଇଲ୍ର ମୂଲ୍ୟାଙ୍କନ କରାଯାଇଥିଲା। CAT ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ପରୀକ୍ଷା ପ୍ରସ୍ତୁତି କୌଶଳ ଓ ମକ୍ ଟେଷ୍ଟ ବିଶ୍ଳେଷଣ ସମ୍ପର୍କରେ ମଧ୍ୟ ସ୍ବତନ୍ତ୍ର ଅଧିବେଶନ ଆୟୋଜନ କରାଯାଇଥିଲା । ଏହି ଅବସରରେ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜନେସ୍ (ISB) ପକ୍ଷରୁ ଏକ ସ୍ବତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା I
T.I.M.E. ଭୁବନେଶ୍ବରର କେନ୍ଦ୍ର ନିର୍ଦ୍ଦେଶକ ଇନ୍ଦର ଚୋପ୍ରା କହିଥିଲେ ଯେ, ଏଭଳି ମେଳା ଛାତ୍ରଛାତ୍ରୀଙ୍କୁ ଦେଶର ନାମୀଦାମୀ ଶିକ୍ଷାନୁଷ୍ଠାନ ସହ ଯୋଡ଼ିବା ସହ ନିଜ ଭବିଷ୍ୟତ ପାଇଁ ଉଚିତ୍ ଶିକ୍ଷାନୁଷ୍ଠାନ ବାଛିବାରେ ସହାୟକ ହୋଇଥାଏ |୧୯୯୨ ମସିହାରୁ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା T.I.M.E. ବର୍ତ୍ତମାନ ଦେଶର ୯୦ଟି ସହରରେ ୧୯୪ଟି କେନ୍ଦ୍ର ମାଧ୍ଯମରେ ବିଭିନ୍ନ ପ୍ରବେଶିକା ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରଶିକ୍ଷଣ ଦେଇଆସୁଛି।
ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍

