ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର – ଅଂଶୁଘାତରେ ଅସୁସ୍ଥ ଖବର ବିତରକକୁ ରାସ୍ତାରୁ ଉଦ୍ଧାର କଲା ୧୦୮ ଆମ୍ବୁଲାନ୍ସ

ମୟୂରଭଂଜ– ୨୨/୫/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ମହୁଲଡିହା ଫାଟକ ନିକଟରେ ରାସ୍ତାରେ ପଡିରହିଥିବା ଜନୈକ ଖବରଦାତା ୧୦୮ ଆମ୍ବୁଲାନ୍ସରେ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ ଯେ ରାଇରଙ୍ଗପୁର ର ଖବର ବିତରକ ଜୁରିଲାଲ ବେହେରା ଆଜି ପୂର୍ବାହ୍ନରେ ମହୁଲଡିହା ଫାଟକ ନିକଟରେ ଖବର କାଗଜ ବଣ୍ଟନ କରୁଥିବାବେଳେ ଅଂଶୁଘାତରେ ଶିକାର ହୋଇ ରାସ୍ତାରେ ପଡ଼ି ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ଚିକିତ୍ସା କରୁଛନ୍ତି ।ଖବର ପାଇ ଖବରବିତରକ ଓ ସାମ୍ବାଦିକ ଭାଇମାନେ ସେକ ସୁଦାମ,ଅକ୍ଷୟ ବିଶ୍ବାଳ, ମେଘନାଦ ହେମ୍ବ୍ରମ,ଶଙ୍କର ମହାନ୍ତ,ଗଲୁ ସିଂ, ରତିକାନ୍ତ ବେହେରା,ଜନ୍ମେଜୟ ଦାସ,ଅଜୟ ଦାସ,ମନୋଜ ଶର୍ମା ସମେତ ଅନ୍ୟମାନେ ରାଇରଙ୍ଗପୁର ହସ୍ପିଟାଲକୁ ଯାଇ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବୁଝାବୁଝି କରିଥିଲେ । ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ।

ମୟୂରଭଂଜ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

ରାୟଗଡ ଜିଲ୍ଲା ସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା କୁ କ୍ରିୟାଶୀଳ କରିବାକୁ ଆନ୍ଦୋଳନ ପାଇଁ ସଜବାଜ

Sunil Chandra Nayak

Leave a Comment

error: Content is protected !!