ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ମନ୍ତ୍ରୀ ତଥା ଜନନେତା ରାସ ବିହାରୀ ବେହେରା ଆଉ ନାହାନ୍ତି: କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା

ପୂର୍ବତନ ମନ୍ତ୍ରୀ ତଥା ଜନନେତା ରାସ ବିହାରୀ ବେହେରା ଆଉ ନାହାନ୍ତି: କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା

କଳାହାଣ୍ଡି: ଓଡ଼ିଶା ରାଜନୀତିର ଅନ୍ୟତମ ବରିଷ୍ଠ ନେତା, ପ୍ରଭାବଶାଳୀ ଜନନେତା, ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡିର ପୂର୍ବତନ ସାଂସଦ ଶ୍ରୀଯୁକ୍ତ ରାସ ବିହାରୀ ବେହେରା(୮୮)ଙ୍କ ଆଜି ସକାଳେ ପରଲୋକ ଘଟିଛି। ତାଙ୍କର ଏହି ଦୁଃଖଦ ବିୟୋଗ ଖବର ପ୍ରଚାରିତ ହେବା ପରେ କଳାହାଣ୍ଡି ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଜଣେ ଦକ୍ଷ ପ୍ରଶାସକ, ସରଳ, ତୃଣମୂଳ ସ୍ତରର ମଣିଷ ଏବଂ ନିସ୍ୱାର୍ଥପର ସମାଜସେବୀ ଭାବେ ସେ ସାରା ଜୀବନ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ସାପ୍ତାହିକ ଖବର ଅର୍ଜି ପତ୍ରିକା ମାଧ୍ୟମରେ ସେ ଅନେକ ସାମ୍ବାଦିକ ସୃଷ୍ଟି କରିଛନ୍ତି।

୧୯୩୮ ମସିହା ଏପ୍ରିଲ୍ ୧୨ ତାରିଖରେ ମହିଚଲା ଗ୍ରାମରେ ଜନ୍ମଗ୍ରହଣ କରିଥିବା ରାସ ବିହାରୀ ବେହେରା ଭାରତୀୟ ଜାତୀୟ କଂଗ୍ରେସର ଜଣେ ନିଷ୍ଠାପର ସଦସ୍ୟ ଭାବେ ଓଡ଼ିଶା ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।  

 ସେ ୧୯୭୭ ଏବଂ ୧୯୮୫ ମସିହାରେ କୋକସରା ବିଧାନସଭା ନିର୍ବାଚନମଣ୍ଡଳୀରୁ ଯଥାକ୍ରମେ ୭ମ ଏବଂ ୯ମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

୧୯୮୦ ମସିହାର ସାଧାରଣ ନିର୍ବାଚନରେ ସେ କଳାହାଣ୍ଡି ସଂସଦୀୟ ନିର୍ବାଚନମଣ୍ଡଳୀରୁ ୭ମ ଲୋକସଭାକୁ ନିର୍ବାଚିତ ହୋଇ ଦିଲ୍ଲୀ ଦରବାରରେ ଜନସାଧାରଣଙ୍କ ସ୍ୱର ଉତ୍ତୋଳନ କରିଥିଲେ।

ରାଜନୀତି ସହିତ ସାହିତ୍ୟ ସାଧନା ପ୍ରତି ମଧ୍ୟ ତାଙ୍କର ଗଭୀର ରୁଚି ଥିଲା। ତାଙ୍କର ପ୍ରମୁଖ ସାହିତ୍ୟିକ କୃତିଗୁଡ଼ିକ ମଧ୍ୟରେ:ଉପନ୍ୟାସ ବିଜୟୀ,ଭ୍ରମଣକାହାଣୀ: ଅନନ୍ୟ ସୃଷ୍ଟି କାନାଡା ତାଙ୍କର ଅମଳିନ ଅବଦାନ।

କଳାହାଣ୍ଡି ତଥା ସମଗ୍ର ଓଡ଼ିଶାର ବିକାଶ, ଗରିବ, ଖଟିଖିଆ ଓ ଅବହେଳିତ ବର୍ଗଙ୍କ ସ୍ୱାର୍ଥ ରକ୍ଷା ପାଇଁ ତାଙ୍କର ଅବଦାନ ସର୍ବଦା ଅବିସ୍ମରଣୀୟ ହୋଇ ରହିବ। ତାଙ୍କର ବିୟୋଗରେ ରାଜ୍ୟ ଜଣେ ଅଭିଜ୍ଞ ରାଜନୀତିଜ୍ଞ, ଦରଦୀ ହୃଦୟର ଜନନାୟକ ତଥା ମାର୍ଗଦର୍ଶକଙ୍କୁ ହରାଇଲା।

ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ, ରାଜନୈତିକ ନେତା ଏବଂ ଶୁଭେଚ୍ଛୁମାନେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ସ୍ଥାନୀୟ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ପୁଅ ନୀଳକଣ୍ଠ ବେହେରା ମୁଖାଗ୍ନି ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଡୁମେରତାରେ ହାତୀ ମୃତ୍ୟୁ ଅଞ୍ଚଳ ଗସ୍ତ

Sunil Chandra Nayak

ମୁନିଗୁଡା ବନାଞ୍ଚଳରେ ଉଜୁଡା ଜଙ୍ଗଲର ପୁନରୁଦ୍ଧାର ନାଁରେ କଟାଯାଉଛି ଶାଗୁଆନ ଗଛ,ହେଉଛି ପୋଡୁ ଚାଷ

masiha

ଭାରତ ସ୍କାଉଟ୍ ଓ ଗାଇଡ୍ ର ଅନ୍ତର୍ଜାତୀୟ ଶାନ୍ତି ଦିବସ 

masiha

Leave a Comment

error: Content is protected !!