ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାକୁଡ଼ିରୁମା ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ ଦାବି, ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ ପରେ ବି ହେଉନି କାର୍ଯ୍ୟ

କାକୁଡ଼ିରୁମା ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ ଦାବି, ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ ପରେ ବି ହେଉନି କାର୍ଯ୍ୟ

ରାଇରଙ୍ଗପୁର – ୪/୧୧ ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳା ପଞ୍ଚାୟତର କାକୁଡ଼ିରୁମା ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲେ ମଧ୍ୟ ଏଯାଏଁ ପ୍ରଶାସନିକ ସ୍ତରରେ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, କାକୁଡ଼ିରୁମା ନଦୀ ଉପରେ ଥିବା ପୋଲର ଅବସ୍ଥା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ପୋଲର ଉଭୟ ପାର୍ଶ୍ୱରୁ ମାଟି ଧୋଇ ହୋଇଯାଇଥିବାରୁ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି। ବିଶେଷକରି ବର୍ଷା ଋତୁରେ ଏହି ସମସ୍ୟା ଅଧିକ ଗମ୍ଭୀର ରୂପ ଧାରଣ କରୁଛି।

ଏହାଦ୍ୱାରା ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା, ରୋଗୀ ଓ ସାଧାରଣ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଯାନବାହନ ଯାତାୟାତରେ ମଧ୍ୟ ବାଧା ସୃଷ୍ଟି ହେଉଛି। ଫଳରେ ଅଞ୍ଚଳବାସୀଙ୍କ ଜୀବନ ଓ ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି।

ଏହି ସମସ୍ୟାର ସମାଧାନ ପାଇଁ ଗତ ମାସରେ ରାଇରଙ୍ଗପୁରଠାରେ ଆୟୋଜିତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଗ୍ରାମବାସୀମାନେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏଥିରେ ନଦୀ ଉପରେ ଏକ ମଜବୁତ ଓ ସ୍ଥାୟୀ ପୋଲ ନିର୍ମାଣ, କ୍ଷତିଗ୍ରସ୍ତ ପୋଲର ମରାମତି ଏବଂ ସଂଯୋଗକାରୀ ରାସ୍ତାର ଉନ୍ନତିକରଣ ପାଇଁ ଦାବି ଜଣାଇଥିଲେ। କିନ୍ତୁ ଅଭିଯୋଗ ଦାଖଲ ପରେ ମଧ୍ୟ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବାରୁ ଗ୍ରାମବାସୀ ନିରାଶ ହୋଇଛନ୍ତି।

ଜନଶୁଣାଣି ଶିବିରରେ ଅଭିଯୋଗ ଶୁଣାଯାଉଥିବା ସତ୍ତ୍ୱେ ଯଦି ତାହାର ସମାଧାନ ନହୁଏ, ତେବେ ସାଧାରଣ ଲୋକଙ୍କ ସମସ୍ୟା କେବେ ସମାଧାନ ହେବ ବୋଲି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

କୋଏଲନଗର କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ପଥଚାରୀଙ୍କୁ ଶୀତଳ ପାନୀୟ ବଣ୍ଟନ

Sunil Chandra Nayak

“ବିଜ୍ଞାନ ର ପ୍ରାଧାନ୍ୟ”

Sunil Chandra Nayak

Meet Renowned First lady artist of Odisha Smt “Basant Kumari Samanta”.

masiha

Leave a Comment

error: Content is protected !!