ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦ୍ୟାଶା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମ୍ମାନିତ ହେଲେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି, ନବରଙ୍ଗପୁର

ଆଦ୍ୟାଶା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମ୍ମାନିତ ହେଲେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି, ନବରଙ୍ଗପୁର

ନବରଙ୍ଗପୁର,:( ୦୪ ନଭେମ୍ବର ୨୦୨୬)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ପାଇଁ ଆଉ ଏକ ଗୌରବର ମୁହୂର୍ତ୍ତ। ଜିଲ୍ଲାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ଶ୍ରୀମତୀ ତନୁଶ୍ରୀ ମିଶ୍ର ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ‘ଆଦ୍ୟାଶା’ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଶ୍ରେଷ୍ଠ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଭାବେ ସମ୍ମାନିତ ହୋଇଛନ୍ତି।ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୧୬ତମ ବାର୍ଷିକ ଉତ୍ସବ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।ମହିଳା ଓ ଶିଶୁଙ୍କ କଲ୍ୟାଣ ତଥା ସଶକ୍ତୀକରଣ ଦିଗରେ ତାଙ୍କର ନିଷ୍ଠା, ସମର୍ପଣ ଓ କାର୍ଯ୍ୟଦକ୍ଷତାର ଏହା ଏକ ସ୍ୱୀକୃତି।ଏହି ସଫଳତା ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ। ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମତୀ ମିଶ୍ରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ସଫଳତା କାମନା କରାଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଉଠୋ ଜାଗୋ ମହୋତ୍ସବ ଯୁବଯାତ୍ରା ପ୍ରସ୍ତୁତି ବୈଠକ

Sunil Chandra Nayak

ଜୟ ହିନ୍ଦ ପବ୍ଲିକ ସ୍କୁଳ ର ବାର୍ଷିକ ଉତ୍ସବ

Sunil Chandra Nayak

ଜୁନାଗଡ ରେ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଦିବସ ପାଳିତ

masiha

Leave a Comment

error: Content is protected !!