ବିର୍ସା ମୁଣ୍ଡା ଜୟନ୍ତୀ ପୂର୍ବରୁ ରାସ୍ତା ମରାମତି ଦାବି : ମନ୍ତ୍ରୀ,ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ:
ରାଇରଙ୍ଗପୁର – ୬/୧୧ ମୟୁରଭଞ୍ଜ ଜିଲ୍ଲା,ଯଶିପୁର ଓ ରରୁଆଁ ବ୍ଲକ ଅନ୍ତର୍ଗତ ତିଳକୁଟି ଗ୍ରାମ ପଞ୍ଚାୟତର ମାମୁରୀପାଣିରୁ ଭାଲୁବନ୍ଧ-ଡମ୍ ପୋଏଡ଼ (ଝାଡ଼ଖଣ୍ଡ ସଂଯୋଗୀକରଣ) ରାସ୍ତାଟି ବର୍ଷ ବର୍ଷ ଧରି ଶୋଚନୀୟ ଅବସ୍ଥାରେ ରହିଛି l ଯାହା ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ବିଶେଷ କରି ଉଭୟ ଝାରଖଣ୍ଡ ଓ ଓଡ଼ିଶାର ସୀମାନ୍ତ ଅଞ୍ଚଳବାସୀ ଉଭୟ ପଟକୁ ଦୈନିକ ଯିବା ଆସିବା କରିଥାନ୍ତି l ଦଶହରା ସମୟରେ ଲୋକଙ୍କ ଯିବା ଆସିବା ସମସ୍ୟାକୁ ଆଖି ଆଗରେ ରଖି ସ୍ଥାନୀୟ ଅଞ୍ଚଳବାସୀ ରାସ୍ତାରେ ମୋରମ୍ ପକାଇ ରାସ୍ତାକୁ କିଛି ପରିମାଣରେ ସମତୁଲ କରାଇଥିଲେ l ଉକ୍ତ ରାସ୍ତାର ମରାମତି ପାଇଁ ଉଭୟ ପଟର ଲୋକମାନେ ଦାବି କରି ଆସୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନର ନଜର ପଡ଼ି ପାରୁନାହିଁ l ବର୍ଷା ହେଲେ ପାଣି ଜମି ରାସ୍ତା ଆହୁରି ଖରାପ ହୋଇଯାଉଛି।
ମହାନ ଦେଶପ୍ରେମୀ ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ତିଳକୁଟି ଗ୍ରା.ପ.ର ସାଗାରସାହିଠାରେ ରେ ଆସନ୍ତା ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାରି ଦିନିଆ ଫୁଟବଲ୍ ଟୁର୍ନାମେଣ୍ଟ ଆୟୋଜନ କରାଯାଉଛି। ଫାଇନାଲ୍ ଦିନ ବରିଷ୍ଠ ବିଜେପି ନେତା ତଥା ଝାରଖଣ୍ଡ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ା ଉକ୍ତ ମୁଖ୍ୟ ଅତିଥି ରୂପେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ମାଗୁରାପାଣିର ଯିବା ଆସିବା କରିବେ ।
ଏହି ପରିପ୍ରେକ୍ଷୀରେ ବିର୍ସା ମୁଣ୍ଡା ଜୟନ୍ତୀ କମିଟି ପକ୍ଷରୁ ଯଶିପୁର ବିଧାୟକ ତଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ରରୁଆଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରେମାନନ୍ଦ ବେହେରାଙ୍କୁ ଦାବିପତ୍ର ଦିଆଯାଇଛି। ଜୟନ୍ତୀ ପୂର୍ବରୁ ଉକ୍ତ ରାସ୍ତାକୁ ମରାମତି କିମ୍ବା ଉନ୍ନତିକରଣ ଦିଗରେ ପଦକ୍ଷେପ ନେବାକୁ କରିବାକୁ କମିଟି ବିନମ୍ର ଅନୁରୋଧ କରାଯାଇଛି ।
ଦାବିପତ୍ରରେ ବିର୍ସା ମୁଣ୍ଡା ଜୟନ୍ତୀ କମିଟିର ଉପଦେଷ୍ଟା ତିଳକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ମିନୁ ଚାତାର, ସଭାପତି ସୁକୁରମଣି ତିରିଆ ଏବଂ ସମ୍ପାଦିକା ଯଶୋମତୀ ତିରିଆ ପ୍ରମୁଖଙ୍କ ସ୍ୱାକ୍ଷର ରହିଥିବା ଜଣା ପଡିଛି |
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

