ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବ ନିର୍ମାଣ କୃଷକ ଓ ମହିଳା ସଂଗଠନ ତରଫରୁ ମଦ ମୁକ୍ତ ଓଡ଼ିଶା ଗଠନ ପାଇଁ ଦାବି 

ନବ ନିର୍ମାଣ କୃଷକ ଓ ମହିଳା ସଂଗଠନ ତରଫରୁ ମଦ ମୁକ୍ତ ଓଡ଼ିଶା ଗଠନ ପାଇଁ ଦାବି 

ରାଇରଙ୍ଗପୁର – ତା.୦୬/୧୧ ; ମୟୂରଭଂଜ ଜିଲ୍ଲାରେ ଥିବା ନବ ନିର୍ମାଣ କୃଷକ ଓ ମହିଳା ସଂଗଠନ ତରଫରୁ ମିଳିତ ଭାବରେ ମଦମୁକ୍ତ ଓଡ଼ିଶା ଗଠନ ପାଇଁ ଦାବି କରାଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସଂଗଠନର କର୍ମି ମାନେ ଆଜି ନଭେମ୍ବର ୬ ତାରିଖ ଶୁକ୍ରବାର ଦିନ ଏକ ଶୋଭାଯାତ୍ରାରେ ବାହାରି ଉଦଳା ସହର ପରିକ୍ରମା କରିବା ସହ, ‘ଚାଷିର ଜମିରେ ପାଣି ନାହିଁ- ମଦର ବନ୍ୟା କଣ ପାଇଁ ?’, ‘ସରକାରୀ ଓ ବେସରକାରୀ ମଦ ବିକ୍ରି ବନ୍ଦ କର’ ଇତ୍ୟାଦି ସ୍ଲୋଗାନ ଦେଇଥିଲେ । ଏହାପରେ ସମସ୍ତେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିବାର ଜଣାଯାଇଛି । ଉକ୍ତ ଦାବିପତ୍ରରେ ବର୍ତମାନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର ସରକାର ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ନିର୍ବାଚନି ଇସ୍ତାହାର ପତ୍ର ଘୋଷଣା କରିଥିଲେ । କିନ୍ତୁ କ୍ଷମତାକୁ ଆସିବାର ଦିର୍ଘ ୨ ବର୍ଷ ସମୟ ବିତି ଯାଇଥିଲେ ମଧ୍ୟ ମଦ ବନ୍ଦ ପାଇଁ କୌଣସି ପଦକ୍ଷେପ ନନେବା ଦୁଃଖଦାୟକ ବିଷୟ ବୋଲି ଉଲ୍ଲେଖ ରହିଛି । ନବନିର୍ମାଣ କୃଷକ ଓ ମହିଳା ସଂଗଠନର ଏପରି ଏକ ଦାବିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ତେଜୁଛି ଜିଲ୍ଲା ମାନ୍ୟତା ଦାବୀ ,  ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ୪୦ ଦିନରେ

masiha

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ପ୍ରାଥମିକ ଶିକ୍ଷକ ସଂଘ(ଏକ୍ସ କେଡ଼ର) ପକ୍ଷରୁ ବିଭିନ୍ନ ଦାବି ସମାଧାନ ନେଇ ବିଇଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!