ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ 

ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ 

ରାଇରଙ୍ଗପୁର – ତା ୬।୧୧ : ଆଦିବାସୀ ସେଙ୍ଗେଲ ଅଭିଯାନ ରାଜ୍ୟ ସଭାପତି ନାରାନ ମୁର୍ମୁଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଓଡ଼ିଶାରେ ବିଜେପି ସରକାର ଗଠନ ପରଠାରୁ ଆଦିବାସୀଙ୍କ ଧାର୍ମିକ ସ୍ଥଳରୁ ଦେବଦେବୀ ଚୋରି ହୋଇଥିବା ବେଳେ ୨୩ ଅକ୍ଟୋବର ୨୦୨୬ ରେ ଘଷିପୁରା ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମରେ ଧାର୍ମିକ ସ୍ଥଳ ଜାହେର ଗାଳରେ ପୂଜାପାଠ କରାଯାଉଥିବା ସମୟରେ କିଛି ଆତଙ୍କ ସୃଷ୍ଟିକାରୀ ଲୋକମାନେ ଠେଙ୍ଗା, ବାଡ଼ି, ଖଣ୍ଡା ଧରି ଆସି ଆଦିବାସୀଙ୍କୁ ମରଣାନ୍ତକ ମାଡ଼ପିଟ୍ ହୋଇଛି ଏବଂ ପୂଜା ସ୍ଥଳୀରେ ପରିସ୍ରା କରାଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକ ମାନେ ଘଷିପୁରା ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେଇଥିବା ସତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ । ସେହିପରି ଓଡ଼ିଶାରେ ଅନେକ ଯାଗାରେ ଆଦିବାସୀ ବୀର ସହିଦ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରିବା ଭଳି ଘଟଣା ଦେଖିବାକୁ ମିଳୁଛି ବୋଲି ଅଭିଯୋଗ ହୋଇଛି । ଏହି ସମସ୍ତ ଅନ୍ୟାୟ, ଅତ୍ୟାଚାର ବିରୋଧରେ ଥାନା ଅଧିକାରୀ ଙ୍କ ସହ ଜିଲ୍ଲା ପ୍ରଶାସନଙ୍କୁ ଲିଖିତ ଅଭିଯୋଗ ଦେବା ସତ୍ୱେ କୌଣସି ଏଫ ଆଇ ଆର ରେଜିଷ୍ଟ୍ରେସନ କରାଯାଉ ନାହିଁ କିମ୍ବା କୌଣସି ତଦନ୍ତ ମଧ୍ୟ କରାଯାଉ ନାହିଁ । ଯାହା ଅତ୍ୟନ୍ତ ଚିନ୍ତାଜନକ । ବିଜେପି ସରକାର ଆସିବା ପରେ ଏସବୁ ଦେଖିବାକୁ ମିଳୁଛି ଏବଂ ଉକ୍ତ କାର୍ଯ୍ୟ ଦିନକୁ ଦିନ ବଢିବାରେ ଲାଗିଛି ବୋଲି କୁହାଯାଇଛି । ତେଣୁ ଆଦିବାସୀଙ୍କ ଧାର୍ମିକ ସ୍ଥଳ ଏବଂ ପୂଜାପାଠରେ ହସ୍ତକ୍ଷେପ ଓ ମାରପିଟ୍ କରିଥିବା ଦୋଷୀଙ୍କ ବିରୋଧରେ ଏବଂ ଦେବଦେବୀଙ୍କ ଚୋରି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀମାନଙ୍କୁ ଗିରଫ କରାଯାଇ କଠୋର ଦଣ୍ଡ ଦିଆଯାଉ ଏବଂ ଆଦିବାସୀ ବୀର ସହିଦ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତିର ଅସମ୍ମାନ ବନ୍ଦ କରାଯାଇ ସେମାନଙ୍କ ଗରିମା ସୁରକ୍ଷିତ ରଖାଯିବା ସହିତ ଆଦିବାସୀଙ୍କ ଧାର୍ମିକ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ସରକାର ସ୍ପଷ୍ଟ ନୀତି ଓ ତୁରନ୍ତ ପଦକ୍ଷେପ ଘୋଷଣା କରନ୍ତୁ ବୋଲି ଦାବି ହୋଇଛି । ଆଦିବାସୀଙ୍କ ଧର୍ମ, ସଂସ୍କୃତି, ପରମ୍ପରା ଓ ଆତ୍ମସମ୍ମାନ ଉପରେ ଆକ୍ରମଣକୁ ଆଉ ବରଦାସ୍ତ କରାଯିବ ନାହିଁ । ଯଦି ସରକାର ତା.୧୫/୧୨/୨୦୨୬ ସୁଦ୍ଧା ଦୃଢ଼ ପଦକ୍ଷେପ ନ ନେବେ ତେବେ , ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଙ୍କର କୁଶପୁତ୍ତଳିକା ଦାହ କରି ବିରୋଧ ପ୍ରଦର୍ଶନ କରିବେ ଏବଂ ରାଜ୍ୟବ୍ୟାପୀ ଜନଆନ୍ଦୋଳନ କରିବା ସହିତ ବାଙ୍ଗିରିପୋଷି-ପୁରୀ ରେଳପଥକୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଅବରୋଧ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦିଆଯାଇଛି । ଦାବିପତ୍ର ପ୍ରଦାନ ବେଳେ ସାରସକଣା ବ୍ଲକ ସେଙ୍ଗେଲ ପ୍ରମୁଖ ନେତା ଶ୍ରୀ ବୁଧୁରାୟ ହେମ୍ବ୍ରମ ସହିତ ପିଥ ହାଁସଦାଃ ଉପସ୍ଥିତ ଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଇତିହାସ ରଚିଲା ଲାଞ୍ଜିଗଡ଼ ବ୍ଲକ , ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବରେ ୩୦ ହଜାର ଜନସମାଗମ

Sunil Chandra Nayak

ଧର୍ମଗଡ ତେଲନଦୀ ପଠାରେ ସରକାରୀ ମହାବିଦ୍ୟାଳୟ ଭବାନୀପାଟଣା କଲାହାଣ୍ଡି ୧୯୮୨ ଗ୍ରାଜୁଏଟ ଗ୍ରୁପ ର ବାର୍ଷିକ ସମାବେଶ 

masiha

ଆର୍.କେ. ଜୁନିଅର କଲେଜରେ ବିଶ୍ୱ ଏଡସ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!