ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିନାକ୍ଷୀ ଧର ଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ

ମିନାକ୍ଷୀ ଥିଲେ ମହିଳା ସଶକ୍ତିକରଣର ପ୍ରତୀକ : ସୌମ୍ୟରଂଜନ

ରାଉରକେଲା /– ମିନାକ୍ଷୀ ଧର ଫାଉଣ୍ଡେସନ ଓ ୱାଇଏମଏଫଆଇ ର ମିଳିତ ଆନୁକୂଲ୍ୟରେ ସ୍ବର୍ଗତା ମିନାକ୍ଷୀ ଙ୍କ ପ୍ରଥମ ସ୍ମୃତିଚାରଣ ସଭା ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଆବାହକ ନଳିନୀକାନ୍ତ ଧରଙ୍କ ଆବାହକତ୍ବରେ ଓ ଅଙ୍ଗୁରବାଳା ପରିଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଦୈନିକ ସମ୍ବାଦ ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ଓ ନାଟ୍ୟକାର ଦ୍ବାରିକାପ୍ରସାଦ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମିନାକ୍ଷୀଙ୍କ ସ୍ମୃତି ଚାରଣ କରିଥିଲେ।

  ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ କହିଲେ ଯେ ସ୍ମୃତିସଭା ଉତ୍ସବ ମୁଖର ହେଉ। ତାସହିତ ଏହା ସତସଙ୍ଗରେ ପରିଣତ ହେବା ଉଚିତ। ମିନାକ୍ଷୀ କେବଳ ଶ୍ରେଷ୍ଠ ଉଦଘୋଷିକା ନଥିଲେ ବରଂ ସେ ଏକାଧିକ ସାହିତ୍ୟିକ,ସାମାଜିକ, ସାଂସ୍କୃତିକ,ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ ଜଡିତ ରହି ସ୍ବକୀୟ ପ୍ରତିଭା ର ପରିଚୟ ପ୍ରଦାନ କରିଥିଲେ। ସେ ଥିଲେ ମହିଳା ସଶକ୍ତିକରଣ ର ପ୍ରତୀକ।  ସମ୍ମାନିତ ଅତିଥି ବିଧାୟକ ଶ୍ରୀନାୟକ କହିଲେ ଯେ ମିନାକ୍ଷୀ ରାଉରକେଲାର ପରିଚୟକୁ ବିସ୍ତାରିତ କରିଥିଲେ। ତାଙ୍କର ବିକଳ୍ପ ନାହିଁ। ନାଟ୍ଯକାର ତଥା ମିନାକ୍ଷୀଙ୍କ ମାମୁଁ ଶ୍ରୀ ନାୟକ ତାଙ୍କ ବକ୍ତବ୍ଯରେ କହିଲେ ଯେ ମିନାକ୍ଷୀ ବହୁ ପ୍ରତିଭାର ଅଧିକାରିଣୀ ଥିଲେ। ପ୍ରାକ୍ତନ ପ୍ରଶାସକ ଶ୍ରୀ ପଟ୍ଟନାୟକ କହିଲେ ଯେ ମିନାକ୍ଷୀ କେବଳ ରାଉରକେଲା ନୁହେଁ ସହର ବାହାରେ ମଧ୍ୟ ସ୍ବପରିଚୟ ସୃଷ୍ଟି କରିପାରିଥିଲେ।

ପ୍ରାରମ୍ଭରେ ଡଃ କିଶୋରୀ ଦାଶ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସର୍ବଶ୍ରୀ ରାଜୀବ ପାଣି, ବ୍ରଜେନ୍ଦ୍ର ଦାଶ,ବ୍ରଜେନ୍ଦ୍ର ନାୟକ ପ୍ରାଚୀ ଧର, ଅର୍ପିତା ଗୁରୁ ପ୍ରମୁଖ ମିନାକ୍ଷୀ ଙ୍କ ସଂପର୍କରେ ତଥା ତାଙ୍କ ସ୍ମୃତିକୁ ରୋମନ୍ଥନ କରିଥିଲେ। ଏହି ଅବସରରେ ଅତିଥି ମାନେ ଏକ ସ୍ମରଣିକା “ମିନାକ୍ଷୀ “କୁ ଉନ୍ମୋଚନ କରିଥିଲେ। ପ୍ରାରମ୍ଭରେ ଗୁରୁକୂଳ ଆଶ୍ରମର ଅନ୍ତେବାସୀମାନେ ବେଦମନ୍ତ୍ର ଉଚ୍ଚାରଣ ଓ ଶ୍ଳୋକ ପାଠ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭରେ ଶ୍ରୀ ଧର ମିନାକ୍ଷୀ ଙ୍କ ସଂପର୍କରେ ବକ୍ତବ୍ଯ ରଖିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଓ୍ବ।ଇଏମ୍ଏଫଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

    ଏହି ଅବସରରେ କଣୃଶିଳ୍ପୀ ଶଙ୍କର ଦାନ , ସୋନପ୍ରିୟା ପଲେଇ, ଝୁନୁ ନାୟକ,ସ୍ମିତା ମିଶ୍ର,ଡଃ ସୁଶାନ୍ତ ପାଣି, ପିଙ୍କି ପ୍ରିୟଦର୍ଶନୀ, ଶରତଚନ୍ଦ୍ର ପଣ୍ଡା,ନିଶିପଦ୍ମା ନନ୍ଦ ଓ ତରୁଣ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଅଳକା ଚାନ୍ଦଙ୍କୁ କଳା ଓ ସଂଗୀତ କ୍ଷେତ୍ର ପାଇଁ, ଜ୍ୟୋସ୍ନା କୁମାରୀ ନାଏକ ସାହିତ୍ୟ କ୍ଷେତ୍ର ପାଇଁ ଓ ଗୁରୁନ୍ଦର ସିଂହ ଙ୍କୁ ସେବାକ୍ଷେତ୍ର ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ମାନପତ୍ର ଗୁଡିକ ପାଠ କରିଥିଲେ ଜୋସ୍ନା ସାହୁ,ନିରୁପମା ପତି ଓ ସୁସ୍ମିତା ମହାପାତ୍ର। କାର୍ଯ୍ୟକ୍ରମରେ ମିନାକ୍ଷୀ ଧର ଙ୍କ ଉପରେ ଆଧାରିତ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ସହରର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଗୁରୁ ସୁବ୍ରତ ଭୁୟାଁ ଙ୍କ ଛାତ୍ରୀଗଣ ନୃତ୍ୟ ପରିବେଷଣ କରିଥିଲେ । ଗରିମା ପରିବାର ପକ୍ଷରୁ ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଶ୍ରୀ ଧର ଙ୍କ ପରିବାର ଓ ଆତ୍ମୀୟ ସ୍ବଜନ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶଙ୍କର ଜେନା,ସନ୍ତୋଷ ରଥ , ଆଲୋକ ଜେନା, ସୂର୍ଯ୍ୟ ପାଢୀ, ସିଲି ମହାନ୍ତି, ମମତା ନାୟକ, ଚନ୍ଦ୍ର ଶେଖର ଶତପଥୀ, ହିରାଲାଲ ମହାପାତ୍ର, ଶାନ୍ତିଲତା ବାରିକ, ସୁମନ ଦତ୍ତ, ପି ପି ସ୍ବାଇଁ, ରାକ୍ଷୀ ନନ୍ଦ ଙ୍କ ସମେତ ବହୁ ସଦସ୍ୟ ଓ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ବ୍ଲକ ସ୍ତରୀୟ ପ୍ରାଥମିକ ଶିକ୍ଷକ ସଂଘ ର ସାଧାରଣ ବୈଠକ

Sunil Chandra Nayak

ମୋ ଅନୁଷ୍ଠାନ ସଭାପତି ନାରାୟଣ ଚନ୍ଦ୍ର ସେନାପତିଙ୍କୁ ମିଳିଲା ଗୁରୁବ୍ରହ୍ମା ସମ୍ମାନ -୨୦୨୨ 

Sunil Chandra Nayak

ଧର୍ମଗଡ ଶ୍ରୀଜଗନ୍ନାଥ ମନ୍ଦିର ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ

Sunil Chandra Nayak

Leave a Comment

error: Content is protected !!