ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନ ପକ୍ଷରୁ ଗଣତନ୍ତ୍ର ରେ ଭିନ୍ନମତ ର ଅଧିକାର ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ଗଣତନ୍ତ୍ର ରେ ଭିନ୍ନମତ ସର୍ବଦା ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ- ଲକ୍ଷ୍ମୀଧର ପଙ୍ଗାରୀ

ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନ ପକ୍ଷରୁ ଗଣତନ୍ତ୍ର ରେ ଭିନ୍ନମତ ର ଅଧିକାର ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ଗଣତନ୍ତ୍ର ରେ ଭିନ୍ନମତ ସର୍ବଦା ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ- ଲକ୍ଷ୍ମୀଧର ପଙ୍ଗାରୀ

ରାଉରକେଲା: ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନ ( ଏ ଆଇ ଏଲ୍ ୟୁ ) ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଆଜି ସ୍ଥାନୀୟ ରାଉରକେଲା ଉଦିତ ନଗର ସ୍ଥିତ ଆଇ ଟି ଡି ଏ ସଭା କକ୍ଷରେ ଗଣତନ୍ତ୍ର ରେ ଭିନ୍ନମତ ର ଅଧିକାର ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଲୟର୍ସ ୟୁନିୟନ ର ସୁନ୍ଦରଗଡ଼ ଜିଲ୍ଲା ସଭାପତି ବରିଷ୍ଠ ଆଇନଜୀବୀ ରାମ ପ୍ରସାଦ ପଟ୍ଟନାୟକ ଏହି ଆଲୋଚନା ଚକ୍ରରେ ସଭାପତିତ୍ବ କରିଥିଲେ। ୟୁନିୟନର ଜିଲ୍ଲା ସଂପାଦକ ରାଜ କିଶୋର ପ୍ରଧାନ ସ୍ବାଗତ ଭାଷଣ ଦେଇଥିଲେ। ଆଲୋଚନା ସଭାରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ପଙ୍ଗାରୀ, ଅନ୍ୟତମ ବକ୍ତା ଭାବରେ ରାଉରକେଲା ଆଇନ୍ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସମ୍ପାଦିକା ମହାନ୍ତି ପ୍ରମୁଖ ଯୋଗଦେଇ ଭାରତବର୍ଷର ଗଣତନ୍ତ୍ର ଓ ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ଭିନ୍ନମତ ଦେବାର ଅଧିକାର ଦେଶର ନାଗରିକ ଙ୍କ ରହିଛି। ଗଣତନ୍ତ୍ର ରେ ଭିନ୍ନମତ ହେଉଛି ସ୍ୱତନ୍ତ୍ରତା। ଆଜିର ଦିନରେ ଜନ ସାଧାରଣଙ୍କ ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ ତୀବ୍ର ହୋଇଛି। ଏହା ର ସୁରକ୍ଷା ଦିଗରେ ଆଇନଜୀବୀ ମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାର ଆବଶ୍ୟକତା ଉପରେ ବକ୍ତାମାନେ ଗୁରୁତ୍ବ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ରାଉରକେଲା ଓକିଲ ସଂଘର ସଭାପତି ସଦାନନ୍ଦ ସାହୁ, ସଂପାଦକ ଦେବାନନ୍ଦ ତନ୍ତି, ବରିଷ୍ଠ ଆଇନଜୀବୀ ସୁଜୟ ପାଣି, ଏମ୍ ମାଲେଶ୍ଵରମ ପ୍ରମୋଦ ଦେବତା,ଅନନ୍ତ ନାରାୟଣ ସାହୁ,ଏଞ୍ଜେଲ ମହାନ୍ତି,ମୁକ୍ତା ଦାଶ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଆଇନଜୀବୀ ଙ୍କ ବିଭିନ୍ନ ସମସ୍ୟା ଓ ଜନସାଧାରଣଙ୍କ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମ କୁ ଲୟର୍ସ ୟୁନିୟନ ର ସହ ସଂପାଦକ ଶ୍ରୀକାନ୍ତ ସାହୁ,ସୈ।ମ୍ୟରଞନ ବିଶ୍ଵାଳ,ରେଖା ଗୁପ୍ତା, ନିହାର ରଞ୍ଜନ ସିଂହ, ଅକ୍ଷୟ ସିଂହଦେଓ,ତାପସ ପରିଡ଼ା, ଶାନ୍ତନୁ କୁମାର ଦାସ, ପ୍ରମୋଦ ବାରିକ୍, ଆଶିଷ ରାଉତରାୟ,କିରନ ପ୍ରଜାପତି ସୁମିତା ନନ୍ଦ,ମେରୀ ମ୍ୟାକ୍ସିମା ଏକ୍କା, ବିନ୍ଦୁ ଲତା ସମାସୀ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ବିଶ୍ବାଳ ପ୍ରମୁଖ ପରିଚାଳନା କରିଥିଲେ ଓ ଲୟର୍ସ ୟୁନିୟନ ର ଉପ ସଭାପତି ଚନ୍ଦ୍ରଭାନୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜାତଳା ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ 

masiha

ପରମାରାଧ୍ୟା ଜଗତଜନନୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ମା ଙ୍କ ୧୩୦ତମ ଜନ୍ମ ମହା ମହୋତ୍ସବ

Sunil Chandra Nayak

ଫ୍ରଣ୍ଟ ରୋ ପକ୍ଷରୁ ସଂସ୍କୃତି ସଚେତନତା ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା

Leave a Comment

error: Content is protected !!