ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବନ୍ଧୁଗାଁ ବ୍ଲକର ନୀଲାବାଡ଼ିଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ,୭୬ଟି ଅଭିଯୋଗ ଗ୍ରହଣ ହୋଇଛି , ୨- ଆଦିବାସୀ ମାନଙ୍କ ହକ୍ ଓ ଅଧିକାର ନେଇ ବନ ବିଭାଗ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ପାଇଁ ବୈଠକ 

ବନ୍ଧୁଗାଁ ବ୍ଲକର ନୀଲାବାଡ଼ିଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ,୭୬ଟି ଅଭିଯୋଗ ଗ୍ରହଣ ହୋଇଛି 

ବନ୍ଧୁଗାଁ ତା, ୯/୧୧/୨୬କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ୍‌ ଅନ୍ତର୍ଗତ ନୀଲାବାଡ଼ି କଲ୍ୟାଣ ମଣ୍ଡପଠାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନରେଶ ଚନ୍ଦ୍ର ଶବରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଜନ ସାଧାରଣଙ୍କଠାରୁ ମୋଟ ୭୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୩୭ଟି ଗୋଷ୍ଠୀଗତ ଏବଂ ୩୯ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଆର୍ଥିକ ସହାୟତା, ଘର ପଟ୍ଟା, ନିଲାବାଡ଼ି ଗ୍ରାମର ୬ ଜଣ ଜମି ସାହୁକାରଙ୍କ ଠୁ କିଛି ବର୍ଷ ପୂର୍ବେ ୮୦ ଏକରରୁ ରୁ ଉର୍ଦ୍ଧ ଚାଷ ଜମିକୁ ଆମଠୁ ଆମ ଚାଷ ଜମିକୁ ହୋଡପ କରି ବର୍ଷ ବର୍ଷ ଧରି ଆମ ଜମି ଆମକୁ ନ ଦେଇ ଲୋକେ ନେଇଥିବାର ଅଭିଯୋଗ କରିଛନ୍ତି ଓ ଘର ଘର ଓ ପରିବାର ମଧ୍ୟରେ ଜମିଜମା ବିବାଦ, ଓ ୪ ମାସ ହେଲା ଭତା ପାଇଥିବା, ଓ ବନ୍ଧୁଗାଁ ବ୍ଲକର ଗଣ ମାଧ୍ୟମ ଜନ ପ୍ରତିନିଧି ଙ୍କ ପାଇଁ ଏକ ସାମ୍ବାଦିକ ଗୃହ ପାଇଁ ଲିଖିତ ଜଣାଇଥିଲେ,ଉକ୍ତ ବିଷୟକୁ ନେଇ ବ୍ଲକ ବିଡ଼ିଓ ଶ୍ରୀ ଅସିତ କୁମାର ମହାନ୍ତି ଙ୍କୁ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ,ପାନୀୟ ଜଳ, ସ୍ୱାସ୍ଥ୍ୟସେବା,ପ୍ରାୟ ଗ୍ରାମରେ ଅଧ ପନ୍ତରିଆ ହୋଇ ପଡିରହିଥିବା ଅର ଡି ବିଭାଗର ରାସ୍ତା ଓ ଯାତାୟାତ ଏବଂ ବିଦ୍ୟୁତ୍‌ ସରବରାହ ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକମାନେ ନିଜ ନିଜର ଅଭିଯୋଗ ଉପସ୍ଥାପନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶବର ଅଭିଯୋଗ କାରୀମାନଙ୍କ ସମସ୍ୟା ଶୁଣିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଅଭିଯୋଗଗୁଡ଼ିକର ତ୍ୱରିତ ଓ ନିୟମାନୁଯାୟୀ ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଶିବିରରେ କୋରାପୁଟ ଉପ ଜିଲ୍ଲାପାଳ ସୁଶ୍ରୀ ଫାବି ରଶିଦ,ବନ୍ଧୁଗାଁ ବ୍ଲକ ଅଧିକାରୀ ବିଡ଼ିଓ ଶ୍ରୀ ଅସିତ କୁମାର ମହାନ୍ତି,ବନ୍ଧୁଗାଁ ବ୍ଲକ୍‌ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା, ବନ୍ଧୁଗାଁ ଥାନା ଅଧିକାରୀ ଶ୍ରୀ ସିନ୍ଧୁ ସାରକା, ଲଷ୍ମୀପୂର ଏସଡିପିଓ ଶ୍ରୀ ଏମ୍‌.କେ. ବେହେରା ଏବଂ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ (ADMO)ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ର ସମସ୍ତ ବିଭାଗର କର୍ମଚାରି ଓ ଅଧିକାରୀ ଉପସ୍ଥିତ ଥିଲେ। ଆଜିର ଏହି ମିଳିତ ଜନ ଶୁଣାନୀ ଶିବିରରେ ବନ୍ଧୁଗାଁ ଥାନା ଅଧିକାରୀଙ୍କ ସହ ଥାନା ଷ୍ଟାଫ ଓ ଅନ୍ୟାନ୍ୟ ବିବାଗର ବହୁ କର୍ମଚାରି ମାନଙ୍କ ଉପସ୍ଥିତରେ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ I ଆଜିର ଜନ ଶୁଣାନୀ କାର୍ଯ୍ୟକ୍ରମକୁ ବନ୍ଧୁଗାଁ ବ୍ଲକର ସମସ୍ତ ପିଇଓ ଓ ଗ୍ରାମ ସେବକ ମାନଙ୍କ ମିଳିତରେ ପରିଚାଳନା କରିଥିଲେ I ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର I

ଆଦିବାସୀ ମାନଙ୍କ ହକ୍ ଓ ଅଧିକାର ନେଇ ବନ ବିଭାଗ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ପାଇଁ ବୈଠକ 

ବନ୍ଧୁଗାଁ ତା, ୮/୧୧/୨୬,ଚଳିତ ମାସ ୮ତାରିଖ ଦିନ ସି ପି ଆଇ (ଏମଏଲ) ଲିବରେସନ ଦ୍ୱାରା ନାରାୟଣ ପାଟଣା ବ୍ଲକ ଅନ୍ତର୍ଗତ କୁମ୍ଭାରୀ ପଞ୍ଚାୟତ ପାଞ୍ଚିଗିଂ ଗାଁ ଠାରେ ବ୍ଲକ ସ୍ତରୀୟ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା I ଏଥିରେ ରାଜସ୍ବ କର୍ମଚାରୀ ଜଙ୍ଗଲ ଜମି, ଘର ଡିହ ପଟା ପ୍ରଦାନ କରିବା, ଜଙ୍ଗଲ ଜମି ଚିହ୍ନଟ କରିବା ପାଇଁ ଆର,ଆଇ ଓ ଓମିନ ମାସିକ ୧୫ ଦିନ କାମ କରିବା, ଭିବି ଜି ରାମ ଜି ଆଇନ ବାତିଲ କରିବା ସହ ମନରେଗା ଯୋଜନାର ଆଇନ ଲାଗୁ କରିବା ଦୈନିକ ୭୦୦ ଟଙ୍କା ମଜୁରୀ ପ୍ରଦାନ କରିବା ଓ ସମସ୍ତଙ୍କୁ ମାଗଣା ୩୦୦ ୟୁନିଟ୍ ବିଦ୍ୟୁତ ଯୋଗାଇବା,ପେନସନ ଧାରି କାରିଙ୍କୁ ମାସିକ ୩୦୦୦ ଟଙ୍କା ଯୋଗାଇବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ୫ ଲକ୍ଷ ଟଙ୍କା ଯୋଗାଇବା,ସମସ୍ତ କ୍ଷେତ ମଜଦୁର ମାନଙ୍କୁ ରେସନ କାର୍ଡ ଧାରିକୁ ୫୦ କେଜି ଚାଉଳ, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ କରିବା, କୃଷକ ବିରୋଧି ବିହନ ବିଲ ବାତିଲ କରିବା, ଜନ ବିରୋଧୀ ବିଦ୍ୟୁତ୍ ସଂଶୋଧନ ବିଲ୍ ବାତିଲ କରିବା ଦେବା ପାଇଁ ସି ପି ଆଇ (ଏମଏଲ) ଲିବରେସନ ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ ଆଦିବାସୀ ମାନଙ୍କ ଅଧିକାର ନେଇ ଡିସେମ୍ବର ମାସରେ ବନ୍ଧୁଗାଁ ବ୍ଲକର ବନ ବିଭାଗ ଓ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ କରିବା ପାଇଁ ଆହ୍ବାନ ଦେବାପାଇଁ ଆଜିର ବୈଠକରେ ନିର୍ଦ୍ଦାରିତ ହୋଇଥିଲା I ଏଥିରେ ନାରାୟଣ ପାଟଣା ଅଞ୍ଚଳର ବିରେନ୍ଦ୍ର ମିଣିଆକା, ଜଗା ହିକକା, କୈସୀକ ଖରା, କୃଷ୍ଣ ତାଡିଙ୍ଗି,ରାଜେସ ମାଣ୍ଡିଙ୍ଗି, ଆସୁ ପିଡିକା, ଚିତ୍ର ନାଚିକା, ଅର୍ଜୁନ ମି ଣିଆକା, ସାନାସା ମାଣ୍ଡାଙ୍ଗି, ଓ ନିବେଦକ ଓଡ଼ିଶା ରାଜ୍ୟ କମିଟି ସଭ୍ୟ ସିପିଆଇ(ଏମଏଲ) ଲିବରେସନ ର ମୁଖ୍ୟ ବକ୍ତା ତ୍ରିପତି ଗମାଙ୍ଗ ଓ ନାରାୟଣ ପାଟଣା ବ୍ଲକ କମିଟି ର କିଛି ସଦସ୍ୟ ମାନେ ଆଜିର କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିଲେ I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ର ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

masiha

କରଚଲା ବ୍ରିଜ କାମ ର ଅସ୍ଥାୟୀ ବାଇପାସ ରାସ୍ତା କାଟିବାରୁ ଯାନବାହନ ଚଳାଚଳ ଠପ 

masiha

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!