ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାଦବ ନେତା ସ୍ୱର୍ଗତ ଶଙ୍କର ହଂସଙ୍କ ଏକାଦଶାହ କାର୍ଯ୍ୟ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଯାଦବ ନେତା ସ୍ୱର୍ଗତ ଶଙ୍କର ହଂସଙ୍କ ଏକାଦଶାହ କାର୍ଯ୍ୟ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଥୁଆମୂଳ ରାମପୁର:୧୦/୧୧ – (ମନିସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଯାଦବ ମହାସଭାର ସଭାପତି ସ୍ୱର୍ଗତ ଶଙ୍କର ହଂସଙ୍କ ତା ୦୯/୧୧/୨୦୨୬ ରିଖ ସୋମବାର ଦିନ ଏକାଦଶାହ ଅବସରରେ ତାଙ୍କ ପରିବାରବର୍ଗ ଓ ଥୁଆମୂଳ ରାମପୁର ବ୍ଲକ ଯାଦବ ମହାସଭା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।

ଏହି ଶୋକସଭାରେ ଉପସ୍ଥିତ ଅତିଥି, ଯାଦବ ସମାଜର କର୍ମକର୍ତ୍ତା, ବନ୍ଧୁବାନ୍ଧବ, ଆତ୍ମୀୟସ୍ୱଜନ ଓ ଗ୍ରାମବାସୀମାନେ ସ୍ୱର୍ଗତ ହଂସଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଦିବଙ୍ଗତ ଆତ୍ମାର ଚିରଶାନ୍ତି ଓ ସଦ୍‌ଗତି କାମନା କରିଥିଲେ।

ସଭାରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ ସଭାପତିତ୍ୱ କରିଥିଲେ। ମଞ୍ଚରେ କାର୍ଯ୍ୟକାରୀ ସଭାପତି ଗିରିଧାରୀ ତେଜୀ, ଉପସଭାପତି ଅଲେଖ ଗୋପାଳ ଓ ଜଗଦୀଶ ଯାଦବ, ଆଇନ ପରାମର୍ଶଦାତା ସଞ୍ଜୟ ଧଙ୍ଗଡ଼ାମାଝୀ, ଜିଲ୍ଲା ଯୁବ ସଭାପତି ପୀତାବାସ ବେହେରା, ଜିଲ୍ଲା ସମ୍ପାଦକ ତ୍ରିପୁରା ନାୟକ, ସହସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗୌଡ଼, ବିଶ୍ୱରଞ୍ଜନ ଧଙ୍ଗଡ଼ାମାଝୀ, କୋଷାଧ୍ୟକ୍ଷ ଈଶ୍ୱର ବାଗର୍ତ୍ତୀ, ଜିଲ୍ଲା ଯୁବ ଉପସଭାପତି ଡିଳେଶ ନାଗ ଯାଦବ ପ୍ରମୁଖ ଯୋଗଦାନ କରିଥିବା ବେଳେ ମଞ୍ଚ ପରିଚାଳନା ପରାମର୍ଶଦାତା ପଙ୍କଜ ଗୌଡ଼ ଓ କଳକୀ ବାଗ କରିଥିଲେ।

ଏଥିସହ ଧର୍ମଗଡ଼ ବ୍ଲକ ଯାଦବ ମହାସଭା ସଭାପତି ଶଙ୍କରପ୍ରସାଦ ଜୁଏଡ଼, କଳମପୁର ବ୍ଲକ ସଭାପତି କୃଷ୍ଣ ଲାହଜଲ, ଉପସଭାପତି ନରେନ୍ଦ୍ର ବାଗ, ସହସମ୍ପାଦକ ଡମ୍ବରୁଧର ନାଗ, ଲାଞ୍ଜିଗଡ଼ ବ୍ଲକ ସଭାପତି ରଘୁବୀର ନାଗ, ଉପସଭାପତି ଶୋଭାବନ ଛତର, ଥୁଆମୂଳ ରାମପୁର ବ୍ଲକ ସମ୍ପାଦକ ଶିବରାତ୍ର ଗୌଡ଼, ବ୍ଲକ ମହିଳା ସଭାନେତ୍ରୀ ମଞ୍ଜୁରୀ ଗହୀର, ସମ୍ପାଦିକା ମଧୁସ୍ମିତା ନାଗ, ସହସମ୍ପାଦିକା ଲକ୍ଷ୍ମୀ ବାଗ, ଯୁବ ସଭାପତି ଅମିନ୍ଦ୍ର ନାଏକ, ଯୁବ ସମ୍ପାଦକ ଦଶରଥ ନାଗ, ଲବ ଗୌଡ଼, ସମସ୍ତ ଗଉଡ଼, ସନ୍ତୋଷ ଗଉଡ଼ଙ୍କ ସମେତ ଥୁଆମୂଳ ରାମପୁର ଓ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ବହୁ କର୍ମକର୍ତ୍ତା, ପରିବାରବର୍ଗ, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ ଯେ, ଗତ ୩୦.୧୦.୨୦୨୬ ତାରିଖରେ ବ୍ରେନ୍ ଷ୍ଟ୍ରୋକ୍‌ଜନିତ ଗୁରୁତର ଅସୁସ୍ଥତା ଯୋଗୁଁ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ସ୍ୱର୍ଗତ ଶଙ୍କର ହଂସଙ୍କ ପରଲୋକ ଘଟିଥିଲା। ପରଦିନ ୩୧.୧୦.୨୦୨୬ ତାରିଖରେ ତାଙ୍କ ମରଶରୀରକୁ ଜନ୍ମମାଟି ଥୁଆମୂଳ ରାମପୁର ବ୍ଲକକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

ଏକାଦଶାହ ସଭାରେ ସ୍ୱର୍ଗତ ହଂସଙ୍କ ଧର୍ମପତ୍ନୀ ଶକୁନ୍ତଳା ହଂସ, ପୁତ୍ର ଦୌଳତ ଚନ୍ଦ୍ର ହଂସ, ସୁନୀଲ କୁମାର ହଂସ ଓ ଅନିଲ କୁମାର ହଂସ, ପୁତ୍ରବଧୂ ଅମ୍ବିକା ହଂସଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଉପସ୍ଥିତ ଅତିଥି ଓ ସମାଜର କର୍ମକର୍ତ୍ତାମାନେ ଗଭୀର ସମବେଦନା ଜଣାଇଥିଲେ।

ସଭାରେ ବକ୍ତାମାନେ ସ୍ୱର୍ଗତ ଶଙ୍କର ହଂସଙ୍କ ସାମାଜିକ ଅବଦାନ, ଯାଦବ ସମାଜ ପ୍ରତି ତାଙ୍କର ସମର୍ପଣ ଏବଂ ସଂଗଠନ ପ୍ରତି ତାଙ୍କ ନିଷ୍ଠାକୁ ସ୍ମରଣ କରିଥିଲେ। ତାଙ୍କ ବିୟୋଗ ଥୁଆମୂଳ ରାମପୁର ବ୍ଲକ ଯାଦବ ମହାସଭା, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସମେତ ସମଗ୍ର ଯାଦବ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଶେଷରେ ସ୍ୱର୍ଗତ ଶଙ୍କର ହଂସଙ୍କ ଦିବଙ୍ଗତ ଆତ୍ମାର ଚିରଶାନ୍ତି କାମନା କରି ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଶ୍ରେଷ୍ଠ ଓଡ଼ିଆଣୀ ଅଡିସନର ଦ୍ବିତୀୟ ଦିବସ

Sunil Chandra Nayak

ସେକ୍ଟର ୧୯ ଥାନାରେ ଆମ ପୁଲିସ ବୈଠକ 

Sunil Chandra Nayak

ସୂଚନା ଓ ଲୋକ ସମ୍ପର୍କ ବିଭାଗର  ଯୁଗ୍ମ ନିର୍ଦ୍ଦେଶିକାଙ୍କ ରାଉରକେଲା ଗସ୍ତ

Sunil Chandra Nayak

Leave a Comment

error: Content is protected !!