ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକତା ବୃତ୍ତି ଓ କାର୍ଯ୍ୟ ସମ୍ପର୍କୀତ ଆଲୋଚନା ଚକ୍ର ଆୟୋଜିତ

ସାମ୍ବାଦିକତା ବୃତ୍ତି ଓ କାର୍ଯ୍ୟ ସମ୍ପର୍କୀତ ଆଲୋଚନା ଚକ୍ର ଆୟୋଜିତ

ରାଉରକେଲା ସହର ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ମୋଟ ୩୦ଟି ବିଭାଗର ପାଠ୍ୟକ୍ରମ ଅଧ୍ୟୟନ ପରିଷଦର ବାର୍ଷିକ ପାଠ୍ୟକ୍ରମ ଅନୁମୋଦନ ବୈଠକ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସେଠୀଙ୍କ ଦିଗ୍‌ଦର୍ଶନ ଏବଂ ଶିକ୍ଷାଗତ ଅଧିକାରୀ ମୋହନ ମୁରାରୀ ବାରିକ, ସହକାରୀ ଅଧିକାରୀ ଡ. ରାଜଲକ୍ଷ୍ମୀ ବାରିକ ଓ ଲିଲି ପ୍ରେମା ମିଞ୍ଜଙ୍କ ସକ୍ରୀୟ ସହଯୋଗରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ସାମ୍ବାଦିକତା ବୃତ୍ତି ଓ କାର୍ଯ୍ୟ ସମ୍ପର୍କୀତ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ତରଣୀ ମେହେରଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଷୟ ବିଶେଷଜ୍ଞ ଭାବେ ବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ବିଭାଗୀୟ ସଂଯୋଜିକା ସହକାରୀ ପ୍ରାଧ୍ୟାପିକା ଡ. ସ୍ମିତି ପାଢ଼ୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପିକା ଡ. ଚିନୁ ବହିଦାର, ରାଉରକେଲା ସ୍ଥିତ ରିମ୍‌ସ ଶିକ୍ଷାନୁଷ୍ଠାନର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପ୍ରାଧ୍ୟାପିକା ଇପ୍‌ସିତା ପାଣ୍ଡେ, ସାମ୍ବାଦିକ ଅଶୋକ ପାତ୍ର ପ୍ରମୁଖ ଯୋଗଦେଇ ସାମ୍ବାଦିକତା ବୃତ୍ତି ଓ ଏହା ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗ ଉପରେ ଉଦାହରଣ ମାଧ୍ୟମରେ ଆଲୋଚନା କରିଥିଲେ। ବିଶେଷ କରି ସାମ୍ପ୍ରତିକ ସ୍ଥିତିରେ ସାମ୍ବାଦିକତା ଓ ସାମ୍ବାଦିକମାନଙ୍କ ସ୍ଥିତି ସମ୍ପର୍କରେ ଏହି ଅବସରରେ ବିଭିନ୍ନ ଆଲୋଚନା ହୋଇଥିଲା। ଏଥିରେ ଉଭୟେ ସ୍ନାତକ ଓ ସ୍ନାତକୋତ୍ତର ବର୍ଗର ଛାତ୍ରଛାତ୍ରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗର ଅଧ୍ୟାପକ ନୟନ ରଞ୍ଜନ ଦାସ ଓ ଅଙ୍କିତ ବିଶ୍ୱାଳ ଏବଂ ଅଧ୍ୟାପିକା ପ୍ରିୟଙ୍କା ପଣ୍ଡା ଓ ଲାଡ୍‌ଲୀ ଦାଶ ସକ୍ରୀୟ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ, ନୟନଙ୍କ ୧୧ଜଣିଆ ଟିମ୍‌ର ନାମାଙ୍କନ ଦାଖଲ

Sunil Chandra Nayak

33 ତମ ବାର୍ଷିକ ଉତ୍ସବ ରେ ଶାନ୍ତନୁଆଚାର୍ଯ୍ୟ ଙ୍କୁ ବାଲିଘର ସାହିତ୍ୟ ସମ୍ମାନ  

Sunil Chandra Nayak

ରାଇବଣିଆରେ “ଦ୍ବିତୀୟ ଧର୍ମ “ର ମିତ୍ରଯୋଗ ଅଧିବେଶନ

Sunil Chandra Nayak

Leave a Comment

error: Content is protected !!