ବହୁଚର ମାତାଙ୍କ ପୂଜାର୍ଚ୍ଚନା ସହ ବିଶ୍ୱଶାନ୍ତି ପାଇଁ କିନ୍ନର ସଂଘର ସାମୂହିକ ପ୍ରାର୍ଥନା
(ସାମାଜିକ ସମାନତା, ଏକତା ଓ ଭାଇଚାରାର ନିଆରା ଉଦାହରଣ)
ନବରଙ୍ଗପୁର: (୧୧|୧୧)(ରବି ନାରାୟଣ ମହାନ୍ତି)ସମାଜରେ ସମସ୍ତଙ୍କୁ ସମାନ ସମ୍ମାନ, ମର୍ଯ୍ୟାଦା ଓ ଅଧିକାର ମିଳିବା ହିଁ ପ୍ରକୃତ ମାନବିକତାର ପରିଚୟ। ଏହି ମହତ୍ ଚିନ୍ତାଧାରାକୁ ଆଧାର କରି ଜିଲ୍ଲା କିନ୍ନର ସଂଘ ପକ୍ଷରୁ ଆରାଧ୍ୟା ଦେବୀ ବହୁଚର ମାତାଙ୍କ ପୂଜାର୍ଚ୍ଚନା ଓ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ପବିତ୍ର ଅବସରରେ ଜିଲ୍ଲା କିନ୍ନର ସଂଘର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ବିଶ୍ୱରେ ଶାନ୍ତି, ସଦ୍ଭାବନା, ଭାଇଚାରା ଓ ମାନବ କଲ୍ୟାଣ ପ୍ରତିଷ୍ଠା ପାଇଁ ବହୁଚର ମାତାଙ୍କ ନିକଟରେ ସାମୂହିକ ପ୍ରାର୍ଥନା କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା କିନ୍ନର ସଂଘର ମହିଳା ଉପଦେଷ୍ଟା ତଥା ସମାଜସେବୀ ଶର୍ମିଷ୍ଠା ଦେଓ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ। ସଂଘ ଗଠନ ହେବା ପରଠାରୁ କିନ୍ନର ସମାଜର ସଦସ୍ୟମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଏକତା ଓ ସାମାଜିକ ଚେତନା ବୃଦ୍ଧି ପାଇଛି। ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ସମେତ ମୁଖ୍ୟ ପରାମର୍ଶଦାତା ଜଗନ୍ନାଥ ମହାପାତ୍ର, ଉପଦେଷ୍ଟା ଅଧିବକ୍ତା ଶ୍ରୀନିବାସ ପଟ୍ଟନାୟକ, ପ୍ରୋଜେକ୍ଟ ଲିଡର ଏମ୍. ବାଲା କୃଷ୍ଣ ରାଓ, ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର, ମହିଳା ଉପଦେଷ୍ଟା ଶର୍ମିଷ୍ଠା ଦେଓ, ଅଧିବକ୍ତା କିଶୋରୀ ପଟ୍ଟନାୟକ, ଅଧ୍ୟାପିକା ଡକ୍ଟର ସଂଯୁକ୍ତା ପଣ୍ଡା, ପ୍ରିନ୍ସିପାଲ ସ୍ୱର୍ଣ୍ଣଲତା ପଟ୍ଟନାୟକ, ସମାଜସେବୀ ନୀନୀବାବୁ ତ୍ରିପାଠୀ, ଅଧ୍ୟାପକ ଅଖିଳ ଭଟ୍ଟ, ସମାଜସେବୀ ଦୁର୍ଗା ପାଢ଼ୀ, ଇଞ୍ଜିନିୟର ଚନ୍ଦନା ମଲ୍ଲିକ, ସଭାପତି କାଜଲ କିନ୍ନର, ସମ୍ପାଦକ ଚୁମକି କିନ୍ନର ଓ ସହସମ୍ପାଦକ ପ୍ରୀତି କିନ୍ନର ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ନେଇ ଆନନ୍ଦ ପ୍ରକାଶ କରିବା ସହ ସଂଘର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

