ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଘୋଷଣା : ୨୦୨୯ ବିଧାନସଭା ନିର୍ବାଚନରେ ସେ ପ୍ରତିଦ୍ବନ୍ଦିତା କରିବେ ନାହିଁ

ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଘୋଷଣା : ୨୦୨୯ ବିଧାନସଭା ନିର୍ବାଚନରେ ସେ ପ୍ରତିଦ୍ବନ୍ଦିତା କରିବେ ନାହିଁ

ରାଉରକେଲା ଅବକାରୀ ଜିଲ୍ଲାରେ ଦେଶୀ ମଦଭାଟି ଓ ଦୋକାନ ଖୋଲିବା ନିଷ୍ପତ୍ତିର ପ୍ରତ୍ୟାହାର ଦାବିରେ ଜିଲ୍ଲା ବିଜେଡି ପକ୍ଷରୁ ବିକ୍ଷୋଭ

ରାଉରକେଲା : ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଘୋଷଣା ଯେ, ୨୦୨୯ ବିଧାନସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଆଜି ଦେଶୀ ମଦଭାଟି ଓ ଦୋକାନ ଖୋଲିବା ନିଷ୍ପତ୍ତିର ପ୍ରତ୍ୟାହାର ଦାବିରେ, ରାଉରକେଲା ମହାନଗର ନିଗମ ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିବାଦ ସମୟରେ, ସେ ସ୍ପଷ୍ଟ କରିଛନ୍ତି ଯେ ସେ ରାଜନୀତିରେ ସକ୍ରିୟ ରହିବେ କିନ୍ତୁ ପ୍ରତ୍ୟେକ୍ଷ ନିର୍ବାଚନୀ ପ୍ରତିଯୋଗିତାରୁ ଦୂରେଇ ରହିବେ। ସେ କହିଛନ୍ତି ଯେ ସେ ଯୁବ ନେତା ଏବଂ ମହିଳା ପ୍ରାର୍ଥୀଙ୍କୁ ପ୍ରୋତ୍ସାହିତ କରିବେ, ପରଦା ପଛରେ ସମର୍ଥନ କରିବେ ଏବଂ ସେମାନଙ୍କ ବିଜୟ ସୁନିଶ୍ଚିତ କରିବେ। ଶ୍ରୀ ନାୟକ ମଧ୍ୟ ପ୍ରକାଶ କରିଛନ୍ତି ଯେ ୨୦୨୯ ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି) ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ସଂଖ୍ୟକ ବିଧାନସଭା ଆସନ ଜିତିବ। ରାଉରକେଲା ଅବକାରୀ ଜିଲ୍ଲାରେ ଦେଶୀ ମଦଭାଟି ଓ ଦେଶୀ ମଦ ଦୋକାନ ଖୋଲିବା ନିଷ୍ପତ୍ତିର ପ୍ରତ୍ୟାହାର ଦାବିରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ରାଉରକେଲା ମହାନଗର ନିଗମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଏଠାରେ ସ୍ମରଣଯୋଗ୍ଯ ଯେ ୨୦୨୪ ନିର୍ବାଚନର ଭାରତୀୟ ଜନତା ପାର୍ଟି ପକ୍ଷରୁ ମଦ ବନ୍ଦ କରିବା ପାଇଁ ନିର୍ବାଚନ ପ୍ରତିଶ୍ରୁତି ଦିଆଯାଇଥିଲା। ଓଡିଶାର ଶାସନରେ ଥିବା ଭାଜପା ମଦ ବନ୍ଦ ପରିବର୍ତ୍ତେ, ପ୍ରଥମେ ବିଦେଶୀ ମଦ ଦୋକାନ ଖୋଲିବା ଏବଂ ଏବେ ଦେଶୀ ମଦଭାଟି ଓ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜି ଦେଶୀ ମଦଭାଟି ଓ ଦେଶୀ ମଦ ଦୋକାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଲାମ ଧାର୍ଯ୍ୟ ତାରିଖ ଥିଲା। ଏହାକୁ ବିରୋଧ କରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ବିରୋଧ କରାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅସହାୟ ବିଧବା ବୃଦ୍ଧା ମହିଳାଙ୍କୁ ମିଳୁନି ଅନ୍ତୋର୍ଦୟ ଗୃହ

Sunil Chandra Nayak

ଡାବୁଗାଁ ଥାନା ରେ ନୂତନ ଆଇଆଇସି ଙ୍କ ଯୋଗଦାନ

Sunil Chandra Nayak

ଓୟୁଜେ କଟକ ଜିଲ୍ଲା ସଭାପତି ବିଶିଷ୍ଟ ସାମ୍ବାଦିକ ପ୍ରଫୁଲ୍ଲ ମହାନ୍ତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା

Sunil Chandra Nayak

Leave a Comment

error: Content is protected !!