ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ରେ ୧୫୦ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଭତ୍ତା ବଣ୍ଟନ

ଧର୍ମଗଡ଼ରେ ୧୫୦ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଭତ୍ତା ବଣ୍ଟନ

ଧର୍ମଗଡ଼: ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) କାର୍ଯ୍ୟାଳୟ ପରିସରରେ ଆଜି ପୌରାଞ୍ଚଳ ସ୍ତରୀୟ ମଧୁବାବୁ ପେନସନ ଯୋଜନାର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପଟ୍ଟଯୋଶୀ ନିଜ କରକମଳରେ ୧୫୦ ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ଏନ୍‌ଏସି ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାନ୍ତି, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଶୀ, ଏନ୍‌ଏସି ଉପାଧ୍ୟକ୍ଷା ଶ୍ରୀମତୀ ମନୀଷା ମିଶ୍ର, ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱମ୍ବର ମିଶ୍ର ଏବଂ ସମାଜସେବୀ ଶ୍ରୀ ବିଷ୍ଣୁ ଅଗ୍ରୱାଲଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ରହିଥିଲେ।

ନୂତନ ହିତାଧିକାରୀଙ୍କୁ ପେନସନ ଯୋଜନାରେ ସାମିଲ କରାଯାଇ ଭତ୍ତା ପ୍ରଦାନ କରାଯାଇଥିବାରୁ ଉପସ୍ଥିତ ଅତିଥିମାନେ ଏହାକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମର ସୁପରିଚାଳନା ଓ ସଫଳ ଆୟୋଜନରେ ଧର୍ମଗଡ଼ ଏନ୍‌ଏସିର ସମସ୍ତ କର୍ମଚାରୀଙ୍କ ସକ୍ରିୟ ସହଯୋଗ ଓ ଅବଦାନ ରହିଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ..

Related posts

ଗୋଲାମୁଣ୍ଡା ରେ ବିଜେପି ର ତ୍ରିରଙ୍ଗା ଶୋଭାଯାତ୍ରା

masiha

ସଡ଼କ ଦୁର୍ଘଟଣା ଜଣେ ମୃତ୍ୟୁ 

masiha

ଜୁନାଗଡ଼ ଓ ଧର୍ମଗଡଜିଲ୍ଲା ଦାବୀ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ।୬ଟି ବ୍ଲକ ଓ ୨ ଏନଏସିକୁ ନେଇ କେନ୍ଦ୍ରୀୟ କମିଟି ଗଠନ ନିଷ୍ପତି 

masiha

Leave a Comment

error: Content is protected !!