ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲା ଡମ୍ୱ ଗଣ୍ତା ସମାଜର ପରିବର୍ତ୍ତନ ସଭା

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ଉଗ୍ରେସନ ଭବନ ଠାରେ ନୂଆପଡା ଜିଲ୍ଲା ଡମ୍ୱ ଗଣ୍ତା ସମାଜର ପରିବର୍ତ୍ତନ ସଭା ଅନୁଷ୍ଠିତ ହୋଇଛି। ଉକ୍ତ ସଭାରେ ଖୁଟୁରାମ ସୁନାନୀ, ନିମାଇଁ ଚରଣ ତାଣ୍ତି, ଅରକରାମ ତାଣ୍ତି, ଠାକୁରଦାସ ମହାନନ୍ଦ, ତେଜରାଜ ତାଣ୍ତି, ଡିଙ୍ଗର ମହାନନ୍ଦ, ତ୍ରିନାଥ ମହାନନ୍ଦ, ଧନେଶ୍ଵର ପାନ, ଦୁଷ୍ମନ୍ତ କୁମାର, ବେଣୁଧର ଜଗତ, ଗୋରିଆମଣି ସଗରିଆ, ପ୍ରେମାନନ୍ଦ ନାଏକ, କହଲସିଂ ବାଗ, ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି ସଭାରେ ଅତିଥି ପରିଚୟ ପ୍ରଦାନ ନିମାଇଁ ଚରଣ ତାଣ୍ତି ଦାୟିତ୍ୱ ତୁଲାଇଥିବା ବେଲେ ଖୁଟୁରାମ ସୁନାନୀ ସଭାପତିତ୍ୱ ର ମୁଖ୍ଯ ଦାୟିତ୍ୱ ତୁଲାଇଥିଲେ। ସଭାର ଆରମ୍ଭ ର ପ୍ରଥମେ ମଞ୍ଚାସୀନ ଅତିଥି ମାନେ ଡାକ୍ତର ବାବା ସାହେବ ଅମ୍ୱେଦକର ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାପରିଚାଲନା କରିଥିବା ବେଲେ ମନୋ ଜଗତ ଡାକ୍ତର ବାବା ସାହେବ ଅମ୍ୱେଦକର ଙ୍କ ଗୀତ ଗାନ କରି ମଞ୍ଚାସୀନ ଅତିଥି ମାନଙ୍କୁ ସ୍ୱାଗତ ସମର୍ଦ୍ଦନା ଦେଇଥିଲେ। ଶ୍ରୀ ସୁନାନୀ ମଞ୍ଚ ପରିଚାଳନା କରିଥିବା ବେଲେ ଦିର୍ଘ ୩୦ବର୍ଷ ଧରି ଜିଲ୍ଲା ଡମ୍ୱ ଗଣ୍ତା ସମାଜ କମିଟି ର କୌଣସି ପ୍ରକାରର ପରିବର୍ତ୍ତନ ନହେବାରୁ ମଞ୍ଚାସୀନ ଅତିଥି ମାନେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ଏବଂ ଉପସ୍ଥିତ ଥିବା ସମସ୍ତ ଙ୍କ ମତାମତ ପରେ ପୁର୍ବ କମିଟି ର ସଦସ୍ଯକୁ ରଦ୍ଦ କରି ନୂତନ ଭାବେ କମିଟି ସଦସ୍ଯ ଚୟନ କରିବାକୁ ନିଷ୍ପତ୍ତି ନିଆଗଲା। ନୂତନ ଭାବେ ଜିଲ୍ଲା ଡମ୍ୱ ଗଣ୍ତା ସମାଜ ସଭାପତି ଭାବେ ହେମନ୍ତ ତାଣ୍ତି ଓରଫ ଲକି ତାଣ୍ତି କୁ ଚୟନ କରାଯାଇଥିବା ବେଳେ ସହ ସଭାପତି ଭାବେ ମାୟାଧର ସୁନାନୀ, ସମ୍ପାଦକ ଅଲେଖ ଜଗତ, ସହ ସମ୍ପାଦକ ମନୋଜ କୁମାର ସୁନାନୀ, କୋଷାଧ୍ୟକ୍ଷ ଭାବେ ଧର୍ମରାଜ ନାଗବଂଶୀ କୁ ମନୋନୀତ କରାଯାଇଥିବା ବେଳେ  ସେମାନଙ୍କୁ ସ୍ୱାଗତ ସମର୍ଦ୍ଦନା କଲାପରେ ସପତ ପାଠ ଗ୍ରହଣ କରିଛନ୍ତି। ଏହି ସଭାରେ ନୂଆପଡା ଜିଲ୍ଲା ର ୫ ଗୋଟି ବ୍ଲକ ର ବୁଦ୍ଧି ଜୀବି ଭଦ୍ର ବ୍ଯକ୍ତି ସମେତ ଅନ୍ୟାନ୍ୟ ଲୋକେ ଉପସ୍ଥିତ ରହିଥିଲେ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଉରକେଲା କଲେଜ ‘ଓଡିଆ ବିଭାଗ’ର ‘ସ୍ବାଗତ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ’ ଅବସରରେ ଆଲୋଚନାଚକ୍ର

Sunil Chandra Nayak

ନର୍ଲାବ୍ଲକ୍ ରେ ଶାନ୍ତି ଶୃଙ୍ଖଳା ସହିତ ରଥଯାତ୍ରା ଅନୁଷ୍ଠିତ 

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ସଦଭାବନା ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!