ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ନୀଳାଚଳ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ହିଁ ମର୍ତ୍ତ୍ୟ ବୈକୁଣ୍ଠ ଓ ମହାପ୍ରଭୁ ଙ୍କ ବାସସ୍ଥାନ

ନୀଳାଚଳ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ହିଁ ମର୍ତ୍ତ୍ୟ ବୈକୁଣ୍ଠ ଓ ମହାପ୍ରଭୁ ଙ୍କ ବାସସ୍ଥାନ

ବୃକ୍ଷ ହିଁ ଦେବତା ବନବାସୀ ମାନେ ହିଁ ଶ୍ରୀ ଜଗନ୍ନାଥ ଙ୍କ ଆଦି ଭକ୍ତ
ଆଜି ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ, ଇଣ୍ଡିଆ ପକ୍ଷରୁ ସ୍ପଷ୍ଟ କରାଯାଉଛି ଯେ –
୧. ଜଗନ୍ନାଥ ସଂସ୍କୃତିର ମୂଳ ବନବାସୀ ପରମ୍ପରାରେ

ଜନଜାତି ବନବାସୀ ମାନେ ଘଞ୍ଚ ଜଙ୍ଗଲରେ ଗଛକୁ ଦେବତା ଭାବେ ପୂଜା କରନ୍ତି। ଗଛ ରୁ ଖମ୍ବ, ଖମ୍ବ ରୁ ଜଗନ୍ନାଥ – ଏହା ହିଁ ନବକଳେବର ପରମ୍ପରାର ମୂଳ। ଓଡ଼ିଶାର 64 ପ୍ରକାର ଜନଜାତି ଶାଳ, ମହୁଲ, ନିମ୍ବ, ବରଗଛ, କରମ, ଅଶ୍ୱତ୍ଥ ପୂଜା କରି ଆସୁଛନ୍ତି। ହୁଏତ କିଛି ଜନଜାତି ଶବର ମାନେ ଆମେରିକା ଆଡେ ତାଙ୍କ ଖାଦ୍ୟ ଅନ୍ୱେଷଣ ରେ ଯାଇ ମହାପ୍ରଭୂ ଙ୍କ ପ୍ରଚାର କରିଅଛନ୍ତି, ଏହା ପ୍ରମାଣିତ କରୁଛି ଜେ ଜଗତ ର ନାଥ ଜଗନ୍ନାଥ ସାବୁ ଆଡେ ଅଛନ୍ତି।

୨. ଜଗନ୍ତ ହିଁ ଜଗନ୍ନାଥ

ଶବର ମାନେ ପ୍ରଭୁଙ୍କୁ ନିଜ ଭାଷାରେ ‘ଜଗନ୍ତ’ କହି ପୂଜା କଲେ। ପ୍ରଥମେ ଜଗନ୍ନାଥ ଶବରୀ ନାରାୟଣ ଭାବେ ପୂଜା ପାଉଥିଲେ। ଆହୁରି କେତେ କେତେ ନାମରେ ପୂଜା ମଧ୍ୟ କରି ଆସୁଥିଲେ।

୩. ଭ୍ରାନ୍ତ ପ୍ରଚାରକୁ ପ୍ରତ୍ୟାଖ୍ୟାନ

ସୋସିଆଲ ମିଡିଆରେ କିଛି ଲୋକ ପ୍ରଚାର କରୁଛନ୍ତି ଯେ – ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମର୍ତ୍ତ୍ୟ ବୈକୁଣ୍ଠ ପୁରୀ ନୀଳାଚଳ ଉତ୍ପତ୍ତି ସ୍ଥଳ ନୁହେଁ। ଓ ଆମେରିକା ରୁ ଦାରୁ ଭାସି ଆସି ପୁରୀ ରେ ଦାରୁ ବ୍ରହ୍ମ ରୂପେ ଅଛନ୍ତି, ଏହାକୁ ଆମେ *ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରୁଛୁ।

ଆମେରିକାର ଜନଜାତି ଆଦିବାସୀଙ୍କ ଇଷ୍ଟ ଦେବ ଜଗନ୍ନାଥ ବୋଲି କହିବା ମାନେ ଜଗନ୍ନାଥ ଆମେରିକାରୁ ଆସିଛନ୍ତି ତାହା ନୁହେଁ। ଏହା ହେଉଛି ତାଙ୍କ ପ୍ରଚାରର ବ୍ୟାପକତା। ମହାପ୍ରଭୁ ଭକ୍ତଙ୍କ ପାଖରେ ପହଞ୍ଚିବାକୁ ନିଜେ ଏହି ବ୍ୟବସ୍ଥା କରିଛନ୍ତି। ଶାସ୍ତ୍ର ଓ ପରଂପରା ଅନୁସାରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ପୂଜା ଓ ଉପାସନା କରାଯାଉ, ହିନ୍ଦୁ ଦେବା ଦେବୀ ଙ୍କର ଆନିମେସନ ଫିଲ୍ମ କରିବା ବନ୍ଦ କରାଯାଉ।

୪. ଅନୁରୋଧ

ସମସ୍ତ ସାଧୁ ସନ୍ଥ ଓ ବରିଷ୍ଠ ଗୁରୁଜନ ଙ୍କ ଚରଣ ରେ ପ୍ରଣାମ କରୁଅଛୁ ଓ ନିବେଦନ କହୁଛୁ –

ଏପରି ବିଭ୍ରାନ୍ତିକର ବାର୍ତ୍ତା ଦେଇ ସମାଜରେ ବିଶୃଙ୍ଖଳା ସୃଷ୍ଟି କରିବାରୁ କ୍ଷାନ୍ତ ରୁହନ୍ତୁ। ହରେ ରାମ ହରେ କୃଷ୍ଣ ଜଗନ୍ନାଥ ହରେ.. ରାମ କୃଷ୍ଣ ଏକ ତତ୍ତ୍ୱ ନୀଳାଚଳେ ବିହରେ..

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ଐତିହାସିକ ପୋଡାଗଡ଼ ପୀଠରେ ନବଦିନାତ୍ମକ କଳସି ଯାତ୍ରା ଆରମ୍ଭ

Sunil Chandra Nayak

ଧୋବେନ ପଡା ମା ଘାଟି ମୁଣ୍ଡିଆଣିଙ୍କ ବାର୍ଷିକ ମାଘ ଯାତ୍ରା

Sunil Chandra Nayak

ମେଦନା ସ୍ଥିତ ମା ଠାକୁରାଣୀ ଙ୍କ ନବ ଦିନାତ୍ମକ ଘଣ୍ଟଯାତ୍ରା ଶାନ୍ତି ଶୃଙ୍ଖଳିତ ଭାବେ ସମାପିତ

Sunil Chandra Nayak

Leave a Comment

error: Content is protected !!