ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଲିସ ଡିଜିପିଙ୍କୁ ସୌଜନ୍ୟମୂଳକ ସାକ୍ଷାତ

ପୋଲିସ ଡିଜିପିଙ୍କୁ ସୌଜନ୍ୟମୂଳକ ସାକ୍ଷାତ

ରାଉରକେଲା: ଓଡ଼ିଶାର ପୋଲିସ ଡାଇରେକ୍ଟର ଜେନେରାଲ ବିନୟତୋଷ ମିଶ୍ରଙ୍କ ରାଉରକେଲା ଗସ୍ତ ଅବସରରେ ରାଉରକେଲାର ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନର ସାଧାରଣ ସମ୍ପାଦକ ଡ଼କ୍ଟର ସୁମନ ଦତ୍ତଙ୍କ ନେତୃତ୍ୱରେ ଉପସଭାପତି ରଂଜିତ କୁମାର ଭୋଇ, ପ୍ରମୋଦ କୁମାର ବେହେରା, ଗୟାଧର ବାରିକ, ଖଗେଶ୍ୱର ରାଉଳ ଓ ଅଭୟ କୁମାର ଦାସ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ l ଡିଜିପିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମୋମେଂଟ ପ୍ରଦାନ କରିବା ସହ ଅତିରିକ୍ତ ଡିଜିପି ସଞ୍ଜୟ କୁମାରଙ୍କୁ ମଧ୍ୟ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ ଓ ବିଗତ ବର୍ଷରେ ଆସୋସିଏସନ ତରଫରୁ ନିଆ ଯାଇଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ l ପୋଲିସ ଚାକିରୀ କାଳର ମାନସିକ ଓ ଶାରୀରିକ ଚାପ ଯୋଗୁଁ ଅବସର ନେଲା ପରେ ପ୍ରାୟତଃ ସମସ୍ତଙ୍କୁ ମେଡିକାଲ ଚିକିତ୍ସାର ଦରକାର ପଡେ, ଯାହା ସହଜରେ ଉପଲବ୍ଧ ହୁଏ ନାହିଁ, ତେଣୁ ଅବସର କାଳୀନ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ସହ, କମ୍ୟୁଟେଡ଼ ଋଣ ପରିଶୋଧ ପନ୍ଦର ବର୍ଷ ପରିବର୍ତ୍ତେ ଦଶବର୍ଷକୁ ହ୍ରାସ କରିବା, ଦରକାର ପଡିଲେ ପ୍ରଶାସନକୁ ସାହାଯ୍ୟ କରିବା ସହ ଆସୋସିଏସନ ପାଇଁ ଏକ ଘର ପ୍ରଦାନ କରିବା ଆଦି ବିଷୟରେ ଆଲୋଚନା କରିବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ l ଡିଜିପି ଶ୍ରୀ ମିଶ୍ର ଆସୋସିଏସନ କାର୍ଯ୍ୟାବଳୀର ପ୍ରଶଂସା କରିବା ସହ ଅନ୍ୟ ଦାବୀ ଗୁଡିକ ଉପରେ ଯଥାଶୀଘ୍ର ପଦକ୍ଷେପ ନେବାର ପ୍ରତିଶୃତି ଦେଇଥିଲେ l ଡିଜିପିଙ୍କି ସହ ଆଲୋଚନା ସମୟରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ଓ ରାଉରକେଲା ଏସପି ନୀତେଶ ୱାଧୱାନୀ ଉପସ୍ଥିତ ଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୮୯ତମ ଓଡିଶା ଦିବସ ୨୦୨୪ ଓ ଜିଲ୍ଲା ପ୍ରତିଷ୍ଠ। ଦିବସ ପାଳନ ପ୍ରସ୍ତୁତି ବୈଠକ

masiha

ନବରଙ୍ଗପୁର ଠାରେ ଓଡିଆ ପକ୍ଷ ପାଳନ ଅବସରରେ “ଆମ ରୁଚି ଆମ ଖାଦ୍ୟ” 

masiha

ନିର୍ମାଣ ଶ୍ରମିକ କଲ୍ଯାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!