ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜମି ଜାଲିଆତି ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ

ଜମି ଜାଲିଆତି ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର-ତା.୧୨.୧୧.୨୦୨୬  ଭୁବନେଶ୍ୱରସ୍ଥିତ ଖୋରଧା ଜିଲ୍ଲା ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ଶ୍ରୀ ପ୍ରୟାଗ ଗୌଡ଼ଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ଉକ୍ତ କାର୍ଯ୍ୟାଳୟରେ ଜମି ପଞ୍ଜିକରଣରେ ଜାଲିଆତି ଅଭିଯୋଗରେ ତାଙ୍କୁ ବଡ଼ଗଡ଼ ପୋଲିସ ଗିରଫ କରିଛନ୍ତି । ସେ ଉକ୍ତ କାର୍ଯ୍ୟାଳୟରେ ଅନ୍ୟ ଏକ ଠିକା ସଂସ୍ଥା ଦ୍ୱାରା ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବାରୁ ଉକ୍ତ ସଂସ୍ଥାକୁ ତାଙ୍କୁ ଏଠାରୁ ବହିଷ୍କୃତ କରିବା ପାଇଁ ଖୋରଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିବନ୍ଧକ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ଏହି ଜାଲିଆତି ମାମଲାରେ ସଂପୃକ୍ତ କନିଷ୍ଠ ରାଜସ୍ୱ ସହାୟକ ଶ୍ରୀ ଅମୀୟ ରଞ୍ଜନ କର ଏବଂ ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ଉମେଶ ଚନ୍ଦ୍ର ପଟ୍ଟନାୟକଙ୍କୁ ନିଲମ୍ବନ କରାଯାଇଛି । ଏହି ନିଲମ୍ବନ ଅବଧି ସମୟରେ ଉଭୟ କର୍ମଚାରୀ ଖୋରଧା ଡେପୁଟି କଲେକଫର (ରାଜସ୍ୱ)ଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ହେବେ ଏବଂ ବିନା ଅନୁମତିରେ ମହକୁମା ଛାଡ଼ି ପାରିବେ ନାହିଁ ବୋଲି ଜିଲ୍ଲା ନିବନ୍ଧକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ 

masiha

ଆମ୍ବୁଲାନ୍ସ କୁ ଧକ୍କା ଦେଲା ତପସ୍ଵିନୀ ଏକ୍ସପ୍ରେସ ଟ୍ରେନ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Sunil Chandra Nayak

ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅବ୍ୟବସ୍ଥା ନେଇ ଦେବସେନା ସଂଙ୍ଗଠନ ପକ୍ଷରୁ ଆମରଣ  ଅନଶନ ପ୍ରତ୍ଯାହୃତ

Sunil Chandra Nayak

Leave a Comment

error: Content is protected !!