ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲାରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

ନର୍ଲାରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

ନର୍ଲା:  ନର୍ଲା ପ୍ରାଣୀ ଚିକିତ୍ସାଳୟ ପ୍ରାଙ୍ଗଣରେ ନର୍ଲା ବ୍ଲକର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ ରୁ ୬୦୦ ରୁ ଅଧିକ ମତ୍ସ୍ୟଜୀବୀ ଏବଂ ପ୍ରାଣିପାଳକ ତଥା ସ୍ଵୟଂ ସହାୟକ ଗୋଷ୍ଠୀ ଦଳର ମା ମାନେ ଅଂଶ ଗ୍ରହଣ କରି ଥିଲେ ।ଏତତ୍ ବ୍ୟତୀତ ଉତ୍ସାହୀ ଜନ ସାଧାରଣ, ପଞ୍ଚାୟତ ସମିତିର ସଭ୍ୟ ସଭ୍ୟା, ସରପଞ୍ଚ,ଜିଲ୍ଲା ପରିଷଦ ସଦସ୍ୟ , ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ କର୍ମଚାରୀ, ତାଙ୍କର ସହାୟକ କର୍ମଚାରୀ ସମସ୍ତେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ମନୋରମ ମହାନ୍ତି ମାନ୍ୟବର ବିଧାୟିକା ନର୍ଲା ଓ ସମ୍ମାନୀତ ଅତିଥି ଭାବରେ ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ମହାନ୍ତି ପଞ୍ଚାୟତ ସମିତି ନର୍ଲା, ଶ୍ରୀ ଅନନ୍ତରମ୍ ମାଝୀ ସରପଞ୍ଚ ସଂଘ ସଭାପତି ନର୍ଲା ବ୍ଲକ, ସାଂସଦ ପ୍ରତିନିଧି ଶ୍ରୀ ଆଶୁତୋଷ ପାଢ଼ୀ, ନର୍ଲା ବ୍ଲକ, ଶ୍ରୀ ଶିବ ପ୍ରସାଦ ରଣା, ବିଶିଷ୍ଟ ସମାଜ ସେବୀ, ଡ଼ା ପ୍ରଭାତ ପରିଡ଼ା, ଉପଖଣ୍ଡ ପ୍ରାଣିଚିକିତ୍ସା ଅଧିକାରୀ, ଭବାନୀପାଟଣା, ଶ୍ରୀ ଭବାନୀ ପଣ୍ଡା ,ସହକାରୀ ମତ୍ସ୍ୟ ନିର୍ଦ୍ଦେଶକ,ଭବାନୀପାଟଣା, କାର୍ଯ୍ୟକ୍ରମର ସଭାପତି ଶ୍ରୀ ବିପିନ ବିହାରୀ ଦୀପ,ଗୋଷ୍ଠୀ ଉନ୍ନୟନ ଅଧିକାରୀ,ନର୍ଲା ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଏଵଂ ମେଳାର ବିଭିନ୍ନ ଷ୍ଟଲ ପରିଦର୍ଶନ ମାଧ୍ୟମରେ ହୋଇଥିଲା। ସାଧାରଣ ସଭାରେ ଡକ୍ଟର ଅବିନାଶ ପଟେଲ, ଗୋଷ୍ଠୀ ପ୍ରlଣିଚିକିତ୍ସା ଅଧିକାରୀ ନର୍ଲା, ସ୍ୱାଗତ ଅଭଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷରେ ଉତ୍ପାଦନ ବୃଦ୍ଧି କରିବା, ତୃଣମୂଳ ସ୍ତରରେ ଗ୍ରାମୀଣ ଅର୍ଥନୀତି ର ବିକାଶ ପାଇଁ ପ୍ରାଣୀ ପାଳନ କୁକୁଡ଼ା ପାଳନ ମତ୍ସ୍ୟ ଚାଷ କିପରି ସହାୟକ ହୋଇପାରିବ, ମତ୍ସ୍ୟ ଚାଷ ମାଧ୍ୟମରେ ସ୍ବାବଲମ୍ବୀ ଚାଷୀ ତଥା ଉଦ୍ୟୋଗୀ ସୃଷ୍ଟି କରିବା ଏବଂ ପ୍ରାଣୀ ସମ୍ପଦକୁ ନିରୋଗ ଏବଂ ନିରାମୟ ରଖିବା। ସେ ସମ୍ପର୍କରେ ଆଲୋକପାତ ହୋଇଥିଲା।ନର୍ଲା ବ୍ଲକର ଦୁଇ ଜଣ ଅଗ୍ରଣୀ ମତ୍ସ୍ୟ ଚାଷୀ ଶ୍ରୀ ଜଗଦୀଶ କୁମାର ଓ ଶ୍ରୀ କଲୋଲ କାନ୍ତ ବଳ ଏବଂ ଦୁଇ ଜଣ ଅଗ୍ରଣୀ ପ୍ରାଣୀପାଳକ ଶ୍ରୀ ବୀରେନ୍ଦ୍ର ପଧାନ ଏଵଂ ଶ୍ରୀ କୁମୁଦ ମହାନନ୍ଦ ନିଜ ନିଜର ଚାଷ ରେ କେମିତି ସଫଳ ହେଲେ ସେଇ ଅଭିଜ୍ଞତା ବର୍ଣ୍ଣନା କରିଥିଲେ| ଏହି କାର୍ଯ୍ୟକ୍ରମରେ ପାଞ୍ଚଜଣ ଚାଷୀଙ୍କୁ ସରକାରୀ ସହାୟତା ଏବଂ ପାଞ୍ଚଜଣ ଚାଷୀଙ୍କୁ ବିଭିନ୍ନ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରାଗଲା।ଏହି ଅବସରରେ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର,ନର୍ଲାର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।ଘୁମୁରା ନୃତ୍ୟ ପରିବେଷଣ କରାଯାଇଥିଲା । ପରିଶେଷରେ ସହକାରୀ ମତ୍ସ୍ୟ ଅଧିକାରୀ, ନର୍ଲା ଶ୍ରୀ ବ୍ରହ୍ମ ପ୍ରକାଶ ପୃଷ୍ଟି ଧନ୍ୟବାଦ ଜ୍ଞାପନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଶାନ୍ତ ହରିଜନ,ଶ୍ରୀ ଟିକେଶ୍ୱର୍ ମାଝୀ, ଶ୍ରୀ ହରିଶ ସାହା, ଶ୍ରୀ ସନ୍ତୋଷ ସାହୁ, ଶ୍ରୀ ସୁବାସ ନାୟକ,ଶ୍ରୀ ମହେନ୍ଦ୍ର ସାହୁ, ଶ୍ରୀମତୀ ଅଳକା ବଳିୟାରସିଂହ, ରୁଜେନ୍ଦ୍ର,ପ୍ରଶାନ୍ତ,ଅନନ୍ତ,ବୀରେନ୍ଦ୍ର,ଭବାନୀ ସହାୟତା କରିଥିଲେ।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ପବିତ୍ରା ଦେବୀ ଶିଶୁଭବନର ୩୮ତମ ବାର୍ଷିକ ଉତ୍ସବ ଓ ନୂତନ ଶ୍ରେଣୀ ଗୃହର ଶୁଭ ଉଦଘାଟନ

masiha

ଓଡ଼ିଶା ବନ୍ଦ ସଫଳ: ଜୁନାଗଡ଼ରେ ଇଣ୍ଡିଆ ମେଣ୍ଟର ପ୍ରତିବାଦ। ହାତୀ ନଦୀଠାରେ ଷ୍ଟ୍ରାଇକ୍, ଦୋକାନ ବଜାର ଓ ଯାନବାହନ ଚଳାଚଳ ପ୍ରଭାବିତ

Sunil Chandra Nayak

ଉତ୍କଳ ଆଲୁମିନା ପକ୍ଷରୁ ସୌରଚାଳିତ ଶୀତଳ ଭଣ୍ଡାର ଉଦଘାଟିତ

masiha

Leave a Comment

error: Content is protected !!