ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ): ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ ଅବସରରେ ଭବାନୀପାଟଣା ଜିଲ୍ଲାସ୍ତରୀୟ ସମାରୋହ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ): ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ ଅବସରରେ ଭବାନୀପାଟଣା ଜିଲ୍ଲାସ୍ତରୀୟ ସମାରୋହ

ଭବାନୀପାଟଣା, ୧୪.୧୧.୨୨୬:  ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅନ୍ତର୍ଗତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବଲାଙ୍ଗୀର ଜିଲ୍ଲା ପଥରଚେପା ଠାରେ ଆବାସ ବଣ୍ଟନର ଶୁଭାରମ୍ଭ ଅବସରରେ ଆଜି ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ଏକ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଏହି ସମାରୋହରେ ମାନ୍ୟବର ଲୋକସଭା ସାଂସଦ ଶ୍ରୀମତି ମାଳବିକା ଦେବୀ ମୁଖ୍ୟ ଅତିଥି ଏବଂ ଧର୍ମଗଡ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପାଟ୍ଟଯୋଶୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ସୌମ୍ୟ ରଞ୍ଜନ ପ୍ରଧାନ ସମ୍ମାନୀତ ଅତିଥି ତଥା ଅନ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ନାୟକ,ଭବାନୀପାଟଣା ବ୍ଳକ୍ ଅଧକ୍ଷ ପ୍ରଫୁଲ୍ଲ କୁମାର ସାହୁ, ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିଜ ନିଜର ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସେ ଅନୁରୋଧ କରିଥିଲେ। ସମସ୍ତ ଯୋଗ୍ୟ ଗରିବ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇଦେବା ଏବଂ କେହି ଯେପରି କଚ୍ଚା ଘରେ ରହିବାକୁ ବାଧ୍ୟ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ରାଜ୍ୟ ସରକାର ପଣ କରିଛନ୍ତି ବୋଲି କହିଥିଲେ। 

ଜିଲ୍ଳା ରେ ସମସ୍ତ ୧୩ ଟି ବ୍ଲକରେ ୨,୦୩,୨୮୫ ପରିବାର ଏହି ଯୋଜନାରେ ସାମିଲ ହେବେ। ଏହି ଯୋଜନାରେ ୩ ଟି କିସ୍ତି ରେ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ସହ ୪ ମାସ ମଧ୍ୟରେ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ୨୦,୦୦୦ ଟଙ୍କା ଓ ୬ ମାସ ମଧ୍ୟରେ ଗୃହ ନିର୍ମାଣ ହେଲେ ୧୦,୦୦୦ ଟଙ୍କା ର ପ୍ରୋତ୍ସା ହନ ରାଶି ପ୍ରଦାନ କରାଯିବ।

ସମସ୍ତ ଅତିଥି ଓ ଉପସ୍ଥିତ ହିତାଧିକାରୀ, ବିଭାଗୀୟ ଅଧିକାରୀ ଆଭାସୀ ମାଧ୍ୟମରେ ରାଜ୍ୟସ୍ତରୀୟ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣକୁ ଦେଖିଥିଲେ। ପି ଏ, ଆଇ ଟି ଡି ଏ ଧର୍ମରାଜ ମାଝୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

୧- ୬ ଖଣ୍ଡ ଗ୍ରାମ ପାଇଁ ବାଧକ ସାଜିଛି ଡେର୍କା ନଦୀ , ୨– ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ସରପଞ୍ଚ ସଂଘ ଦେଲେ ଦଶ ଦଫା ଦାବି 

Sunil Chandra Nayak

ଏନଆଇଟି ରାଉରକେଲା ଏନସିସି କ୍ୟାଡେଟମାନଙ୍କ ପାଇଁ୧୨ ଦିନିଆ ଆଡଭାନ୍ସ ଲିଡରସିପ୍ କ୍ୟାମ୍ପ ଆରମ୍ଭ

masiha

Leave a Comment

error: Content is protected !!