ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ଜଗଦା ଠାରେ ଶିଶୁଦିବସ ପାଳିତ

ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ଜଗଦା ଠାରେ ଶିଶୁଦିବସ ପାଳିତ

ରାଉରକେଲା: ଜଗଦା ସ୍ଥିତ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପକ୍ଷରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଓ ଜାତୀୟ ଶିଶୁଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ସୁଶାନ୍ତ କୁମାର ବାରିକ ମା ସରସ୍ଵତୀଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ କରିବାପରେ ପଣ୍ଡିତ ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶିଶୁଦିବସ ପାଳନର ଯଥାର୍ଥତା ସମ୍ପର୍କରେ ମତପ୍ରକାଶ କରିଥିଲେ। ସେହିପରି ଆଚାର୍ଯ୍ଯା ବୈଜୟନ୍ତୀମାଳା ତ୍ରିପାଠୀ ଓ ସନ୍ଧ୍ୟାରାଣୀ ସାମଲ ଶିଶୁର ବିକାଶରେ ଶୃଙ୍ଖଳା ଜ୍ଞାନ, ନୈତିକ ମୂଲ୍ୟବୋଧ ଓ ଦେଶଭକ୍ତି ଭାବନାର ଗୁରୁତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସ୍ବାଗତ ସଂଗୀତ ପରିବେଷଣ କରାଯିବା ସହ ବକ୍ତୃତା ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ସେହିପରି ଶିଶୁବାଟିକାର ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ ଆଯୋଜିତ କୌତୁକ ବେଶ ପ୍ରତିଯୋଗିତା ବେଶ୍ ଆକର୍ଷଣୀୟ ହୋଇଥିଲା। କାର୍ଯ୍ୟକ୍ରମଟିକୁ ଆଚାର୍ଯ୍ଯା ଅଳକା ସାମଲ ଓ ମୀନାରାଣୀ ଜେନା ପରିଚାଳନା କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଅଣ୍ଟାରିଗୁଡ଼ାଠାରେ ଫୁଡ୍ କୋର୍ଟ ଉଦ୍‌ଘାଟିତ  ରାୟଗଡ଼ ସହରର ନାଗରିକ ସୁବିଧାରେ ଯୋଡ଼ିହେଲା ନୂଆ ଅଧ୍ୟାୟ

Sunil Chandra Nayak

ଦୁର୍ଘଟଣାକୁ ନେଇ ବିଜେପି ହୀନ ରାଜନୀତି ନକରୁ : ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ସଙ୍ଘର ଚେତାବନୀ

Leave a Comment

error: Content is protected !!