ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାନଗର ନିଗମସ୍ତରୀୟ ଏକୀକୃତ ପେନ୍‌ସନ୍‌ ପୋର୍ଟାଲର ଶୁଭାରମ୍ଭ ସହ ୩,୧୦୦ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

ମହାନଗର ନିଗମସ୍ତରୀୟ ଏକୀକୃତ ପେନ୍‌ସନ୍‌ ପୋର୍ଟାଲର ଶୁଭାରମ୍ଭ ସହ ୩,୧୦୦ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

ରାଉରକେଲା ୧୪/୧୧, ରାଜ୍ୟ ସରକାରଙ୍କ ମଧୁବାବୁ ଯୋଜନାରେ ଭତ୍ତା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସ୍ଵଚ୍ଛ, ପାରଦର୍ଶୀ ଓ ସରଳୀକରଣ କରିବା ଉଦ୍ଦେଶ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଆଜି ସ୍ଥାନୀୟ ଛେଣ୍ଡ ସ୍ଥିତ ମଧୁସୂଦନ ମଣ୍ଡପ ଠାରେ ମହାନଗର ନିଗମସ୍ତରୀୟ ଏକୀକୃତ ପେନସନ୍ ପୋର୍ଟାଲର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୧୦୦ ଜଣ ଯୋଗ୍ୟ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି। 

    ଆଜିର ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ଉପସ୍ଥିତ ରହି ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହା ସହ ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଏହି ପୋର୍ଟାଲ୍ ମାଧ୍ୟମରେ ଭତ୍ତା ପ୍ରଦାନ ବ୍ୟବସ୍ଥା ଅଧିକ ସରଳ ଓ ତ୍ଵରିତ ହେବା ସହ କେହି ବି ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହେବେ ନାହିଁ। ସାମାଜିକ ସୁରକ୍ଷା ଓ ଜନକଲ୍ୟାଣକୁ ସୁନିଶ୍ଚିତ କରିବା ସହ ସମସ୍ତଙ୍କୁ ବିକଶିତ ଭାରତର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ମତ ଦେଇଥିଲେ। 

     ଆଜିର ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସହ ରାଉରକେଲା ମହାନଗର ନିଗମ ଆୟୁକ୍ତ ଶ୍ରୀମତୀ ଦୀନାଃ ଦସ୍ତଗୀର୍, ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଯାଜପୁର ଷଷ୍ଠ ଜିଲ୍ଲା ପରିଷଦର ସପ୍ତମ ସାଧାରଣ ବୈଠକ

Sunil Chandra Nayak

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଈଚିଣ୍ଡା ଯୁବ ମୋର୍ଚ୍ଚା ତରଫରୁ ଶ୍ରଦ୍ଧାଳୁଙ୍କ ପାନୀୟ ଜଳ ଓ ଚା’ ବଣ୍ଟନ

masiha

ବିକାଶ ମେଳା ଉପଲକ୍ଷେ ନବରଙ୍ଗପୁର ଠାରେ କୃଷକ ସମାବେଶ 

masiha

Leave a Comment

error: Content is protected !!