ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନବ ସେବା ସଦନରେ ଶିଶୁ ଦିବସ ଓ ନୟନେନ୍ଦୁ ମିଶ୍ରଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ 

ମାନବ ସେବା ସଦନରେ ଶିଶୁ ଦିବସ ଓ ନୟନେନ୍ଦୁ ମିଶ୍ରଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ 

ରାଉରକେଲା: ଜଗଦା ଠାରେ ଥିବା ମାନବ ସେବା ସଦନଠାରେ ଶିଶୁ ଦିବସ ଓ ସମାଜସେବୀ ନୟନେନ୍ଦୁ ମିଶ୍ରଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ପାଳନ ହୋଇଯାଇଛି। ଅନୁଷ୍ଠାନର ସଭାପତି ଅଞ୍ଜନ ଦେ ଙ୍କ ଅଧ୍ୟକ୍ଷତା, ମୁଖ୍ୟ ପରିଚାଳିକା ହେମନ୍ତା ତାଣ୍ଡିଆଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନବେନ୍ଦୁ ମିଶ୍ର, ପ୍ରଶାନ୍ତ ନନ୍ଦ, ଦିଲ୍ଲିପ ବାରିକ,ପ୍ରତିଭା ନନ୍ଦ ପ୍ରମୁଖ ଓ ମୁଖ୍ୟବକ୍ତା ଭାବେ ବିଣାପାଣି ପଟ୍ଟନାୟକ ଯୋଗଦେଇଥିଲେ।ପ୍ରାରମ୍ଭରେ ଅତିଥି ମାନେ ଚାଚା ନେହେରୁ, ଅନୁଷ୍ଠାନର ପ୍ରତିଷ୍ଠାତା ଡ ଶଶିକାନ୍ତ ଆଚାର୍ଯ୍ୟ ଓ ଦିବଙ୍ଗତ ନୟନେନ୍ଦୁ ମିଶ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶିଶୁ ଦିବସ ପାଳନର ଆଭିମୁଖ୍ୟ ସହ ପ୍ରୟାତ ସମାଜସେବୀ ନୟନେନ୍ଦୁ ମିଶ୍ର ଙ୍କ ଜୀବନାଦର୍ଶ ତଥା କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଏହି ଆଶ୍ରମର ସମସ୍ତ ଅନ୍ତେବାସୀଙ୍କୁ ପୁଷ୍ପଗୁଛ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସର୍ବଶ୍ରୀ ଲକ୍ଷ୍ମୀଧର ନାୟକ, ବିଶ୍ବଜିତ ରାଉତ, ରୀତା ଯଦୁବଂଶୀ ଓ ଶ୍ୟାମ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟ ସ୍ତରୀୟ ବତ୍କୃତା ପ୍ରତିଯୋଗିତା ରେ ଅନୁଷ୍ଠାନ କୁ ଗର୍ବିତ କରିଥିବା ବିନ୍ଦିଆ ବାରିକ୍ ଙ୍କୁ ଏକ ଘଣ୍ଟା ଉପହାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଧରିତ୍ରୀ ପାତ୍ର, ଦୁର୍ଯୋଧନ ପାତ୍ର,ଓମ ପ୍ରକାଶ, ଅନୁସୂୟା ତନ୍ତୀ,ଆରୁଣୀ ସେଠୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ହେମନ୍ତା ତାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଅତିଥି ଓ ଅନ୍ତେବାସୀ ମାନେ ମିଳିତ ଭାବେ ପଂକ୍ତି ଭୋଜନରେ ସାମିଲ ହୋଇଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଧର୍ମଗଡ଼ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ର ଉତଯାପନୀ ସମାରୋହ

masiha

ଶ୍ରମିକଙ୍କ ୧୮ ଦଫା ଦାବିକୁ ନେଇ କୁଟୁଗାଁ ଶ୍ରୀ ଗଣେଶ ସ୍ପଞ୍ଜ କାରଖାନାରେ ଅସନ୍ତୋଷ

Sunil Chandra Nayak

କାଠମାଣ୍ଡୁଠାରେ ଓଡ଼ିଆ ସାହିତ୍ୟ ସମାବେଶ ଅନୁଷ୍ଟିତ , କଳାହାଣ୍ଡିରୁ ଚାରିଜଣ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!