ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ପ୍ରେସ ଦିବସ ପାଳନ ଉତ୍ସବ ସତ୍ୟ ନିରପେକ୍ଷତା ଓ ନିର୍ଭୀକ ସାମ୍ବାଦିକତା ଉପରେ ଗୁରୁତ୍ୱାରୋପ

ଜାତୀୟ ପ୍ରେସ ଦିବସ ପାଳନ ଉତ୍ସବ ସତ୍ୟ ନିରପେକ୍ଷତା ଓ ନିର୍ଭୀକ ସାମ୍ବାଦିକତା ଉପରେ ଗୁରୁତ୍ୱାରୋପ

 ଖୋର୍ଦ୍ଧା:ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ଗଣମାଧ୍ୟମର ଗୁରୁତ୍ୱ, ସାମ୍ବାଦିକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟବୋଧକୁ ନେଇ ଭଏସ୍ ଅଫ୍ ମିଡ଼ିଆ ଓଡ଼ିଶା ଏବଂ ଖୋର୍ଦ୍ଧା ଶାଖାର ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ପରିସରରେ ଜାତୀୟ ପ୍ରେସ୍ ଦିବସ ପାଳନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଭଏସ୍ ଅଫ୍ ମିଡ଼ିଆର ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଭବ୍ୟ ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ସହ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିକୁଞ୍ଜ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଆଦର୍ଶ ଥାନାଧିକାରୀ ରମେଶ କୁମାର ଦେବତା ଓ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଯୋଗଦେଇଥିଲେ।

ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ସାମ୍ବାଦିକତାର ଗୁରୁତ୍ୱ ଓ ସାମ୍ବାଦିକଙ୍କ କର୍ତ୍ତବ୍ୟବୋଧ ଉପରେ ଆଲୋକପାତ କରି କହିଥିଲେ ଯେ, ସାମ୍ବାଦିକତା କେବଳ ଖବର ପରିବେଷଣର ମାଧ୍ୟମ ନୁହେଁ, ବରଂ ଏହା ସମାଜର ଦର୍ପଣ ଓ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ସତ୍ୟ, ନିରପେକ୍ଷତା ଓ ନିର୍ଭୀକତାକୁ ପାଥେୟ କରି ସାମ୍ବାଦିକମାନେ ସମାଜକୁ ସଠିକ୍ ଦିଗଦର୍ଶନ ଦେବା ସହ ଜନସାଧାରଣଙ୍କ ସ୍ୱରକୁ ଶାସନ ଓ ପ୍ରଶାସନ ନିକଟରେ ପହଞ୍ଚାଇବା ଉଚିତ।

ଅନ୍ୟ ଅତିଥିମାନେ ମଧ୍ୟ ସାମ୍ବାଦିକଙ୍କ ସାମାଜିକ ଦାୟିତ୍ୱ, କର୍ତ୍ତବ୍ୟନିଷ୍ଠା ଓ ସାମ୍ବାଦିକତାର ନୈତିକ ମୂଲ୍ୟବୋଧ ଉପରେ ନିଜସ୍ୱ ମତ ରଖିଥିଲେ।

ଜନସାଧାରଣଙ୍କ ସମସ୍ୟା ଓ ଅଧିକାରକୁ ଲୋକଲୋଚନକୁ ଆଣିବା ସାମ୍ବାଦିକଙ୍କ ପ୍ରମୁଖ ଦାୟିତ୍ୱ ବୋଲି ମତ ପ୍ରକାଶ ପାଇଥିଲା।

ଏହି ଅବସରରେ ଭଏସ୍ ଅଫ୍ ମିଡ଼ିଆର ରାଜ୍ୟ ସଭାପତି ସାହିଦ୍ ହୁସେନ, ରାଜ୍ୟ ସମ୍ପାଦକ ସୁକାନ୍ତ କୁମାର ପରିଡ଼ା, ରାଜ୍ୟ ଉପସଭାପତି ଜିତେନ୍ଦ୍ର କୁମାର ସାହୁ, ରାଜ୍ୟ କୋଷାଧ୍ୟକ୍ଷ ସରୋଜ ମୁଦୁଲି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳନ୍ଦୀ ଚରଣ ବ୍ରହ୍ମା ଏବଂ ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସତ୍ୟନାରାୟଣ ଦାଶ ଉପସଭାପତି ଧନେଶ୍ଵର ବିଧାୟକ,ଙ୍କ ସମେତ ବହୁ ବରିଷ୍ଠ ସାମ୍ବାଦିକ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଦେଇଥିଲେ।

କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲା ସଂସ୍କୃତି ଭବନ ର ଭିତ୍ତିପ୍ରସ୍ତର ସ୍ଥାପନ 

masiha

ଲୋକପ୍ରିୟ ବିଜ୍ଞାନ ସାହିତ୍ୟ ସମାଜକୁ ସଚେତନ କରିଥାଏ ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ବିଜ୍ଞାନ ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ

Sunil Chandra Nayak

ଉନବିଂଶ ହେମନ୍ତ ମହୋତ୍ସବ , ବିଖ୍ୟାତ ମର୍ଦ୍ଦଳ ଗୁରୁ ଧନେଶ୍ଵର ସ୍ଵାଇଁ, ଓଡିଶୀ କଣ୍ଠଶିଳ୍ପୀ ମୀନତି ପାଣିଗ୍ରାହୀଙ୍କୁ ହେମନ୍ତ ମହୋତ୍ସବ ସମ୍ମାନ, ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି ଙ୍କୁ ରସାନନ୍ଦ ଦାସ ରସ ଶିରୋମଣୀ ସମ୍ମାନ ରେ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!