ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉନବିଂଶ ହେମନ୍ତ ମହୋତ୍ସବ , ବିଖ୍ୟାତ ମର୍ଦ୍ଦଳ ଗୁରୁ ଧନେଶ୍ଵର ସ୍ଵାଇଁ, ଓଡିଶୀ କଣ୍ଠଶିଳ୍ପୀ ମୀନତି ପାଣିଗ୍ରାହୀଙ୍କୁ ହେମନ୍ତ ମହୋତ୍ସବ ସମ୍ମାନ, ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି ଙ୍କୁ ରସାନନ୍ଦ ଦାସ ରସ ଶିରୋମଣୀ ସମ୍ମାନ ରେ ସମ୍ମାନିତ

ଉନବିଂଶ ହେମନ୍ତ ମହୋତ୍ସବ , ବିଖ୍ୟାତ ମର୍ଦ୍ଦଳ ଗୁରୁ ଧନେଶ୍ଵର ସ୍ଵାଇଁ, ଓଡିଶୀ କଣ୍ଠଶିଳ୍ପୀ ମୀନତି ପାଣିଗ୍ରାହୀଙ୍କୁ ହେମନ୍ତ ମହୋତ୍ସବ ସମ୍ମାନ, ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି ଙ୍କୁ ରସାନନ୍ଦ ଦାସ ରସ ଶିରୋମଣୀ ସମ୍ମାନ ରେ ସମ୍ମାନିତ 

ରାଉରକେଲା: ଆର୍ଟ ଅଫ୍ ଲିଭିଂ ପରିବାର ପରିଚାଳିତ ପଶ୍ଚିମ ଓଡିଶାର ବିଖ୍ୟାତ କଳା ସଂସ୍କୃତି ଅନୁଷ୍ଠାନ ଶ୍ରୀ ସିଦ୍ଧି ଏକାଡେମୀ ଅଫ୍ ଆର୍ଟ ଆନୁକୁଲ୍ୟରେ ଉନବିଂଶ ହେମନ୍ତ ମହୋତ୍ସବ ସ୍ଥାନୀୟ ଭଞ୍ଜ ଭବନ ପ୍ରେକ୍ଷାଳୟ ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ଅଧିବେଶନରେ ଗତ ଚାରି ଦିନ ଧରି ଜାରି ରହିଥିବା ଓଡିଶୀ ସଙ୍ଗୀତ କର୍ମଶାଳା ର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ଇସ୍ପାତ ଜେନେରାଲ୍ ହସ୍ପିଟାଲର ପ୍ରାକ୍ତନ ସ୍ତ୍ରୀ ରୋଗ ବିଭାଗ ମୁଖ୍ୟ ଡାଃ ପ୍ରତିଭା ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ମହୋତ୍ସବ ର ସାନ୍ଧ୍ୟ ଅଧିବେଶନରେ ରାଉରକେଲା ଇସ୍ପାତ କାରଖାନା ର ନିର୍ବାହୀ ନିର୍ଦ୍ଦେଶକ(ପ୍ରକଳ୍ପ) ସୁଦୀପ୍ ପାଲ୍ ଚୌଧୁରୀ ମୁଖ୍ୟ ଅତିଥି, ଚୈତନ୍ୟ ବିଜ୍ଞାନ ମହାବିଦ୍ୟାଳୟର ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ମଲ୍ଲ , ସ୍ଥାନୀୟ ରାଜପଥ ମୋଟରସ ର ନିର୍ଦ୍ଦେଶକ ବିଶ୍ୱରଞ୍ଜନ ବେହୁରିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଗଣଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପରେ ଅନୁଷ୍ଠାନର ଉପାଧ୍ୟକ୍ଷ ଆର୍ଟ ଅଫ୍ ଲିଭିଂ ର ବରିଷ୍ଠ ପ୍ରଶିକ୍ଷକ ରଶ୍ମି ରଞ୍ଜନ ଦାସ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ତାଙ୍କ ଅଭିଭାଷଣ ରେ ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ମାର୍ଗ ଦର୍ଶନ ରେ ସମଗ୍ର ବିଶ୍ୱରେ ଆର୍ଟ ଅଫ୍ ଲିଭିଂ କଳା ସଂସ୍କୃତି କ୍ଷେତ୍ରରେ ଯେଉଁ ଯେଉଁ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି ତାର ବର୍ଣ୍ଣନା କରିଥିଲେ ଏବଂ ଉତ୍କଳୀୟ ଗାନ୍ଧର୍ବ କଳା ର ପ୍ରୋତ୍ସାହନ ଦିଗରେ ଶ୍ରୀ ସିଦ୍ଧି ଏକାଡେମୀ    ଅଫ୍ ଆର୍ଟ ଯେଉଁ ସବୁ ନିରବିଚ୍ଛିନ୍ନ ପ୍ରୟାସ କରି ଆସିଛି ତାର ସୂଚନା ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ପାଲ୍ ଚୌଧୁରୀ କଳା ସଂସ୍କୃତି କ୍ଷେତ୍ରରେ ଶ୍ରୀ ଶ୍ରୀ ସିଦ୍ଧି ଏକାଡେମୀ ଅଫ୍ ଆର୍ଟ ର ଅବଦାନ ର ଉଚ୍ଚ ପ୍ରସଂଶା କରି ଥିଲେ। 

 ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ (କଳା ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ର ଦୁଇ ଜଣ ବିଶିଷ୍ଟ କଳାକାର ଙ୍କୁ ହେମନ୍ତ ମହୋତ୍ସବ ସମ୍ମାନ ପ୍ରଦାନ କରା ଯାଇଛି। ଭୁବନେଶ୍ବରର ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମର୍ଦ୍ଦଳ ଗୁରୁ ଧନେଶ୍ଵର ସ୍ଵାଇଁ ଏବଂ ପଶ୍ଚିମ ଓଡିଶାର ପ୍ରସିଦ୍ଧ ଓଡିଶୀ କଣ୍ଠଶିଳ୍ପୀ ମୀନତି ପାଣିଗ୍ରାହୀ ଙ୍କୁ ଏବର୍ଷ ର ହେମନ୍ତ ମହୋତ୍ସବ ସମ୍ମାନ ପ୍ରଦାନ କରାଯାଇଛି। ଛନ୍ଦ ବଦ୍ଧ କବିତା ଏବଂ ଗୀତି କବିତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଶିକ୍ଷାବିତ ତଥା କବି ପ୍ରଶାନ୍ତ କୁମାର ପତି ଙ୍କୁ ରସାନନ୍ଦ ‘ଦାସ ରସ ଶିରୋମଣୀ ସମ୍ମାନ’ ମୁଖ୍ୟଅତିଥି ପ୍ରଦାନ କରିଥିଲେ। ଭଜନ ଓ ଭକ୍ତି ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଉରକେଲା ର ବିଶିଷ୍ଟ ଭଜନ ଗାୟକ ଲକ୍ଷ୍ମୀଧର ସାହୁ ଙ୍କୁ ଏବର୍ଷ ର ‘ଅଭିନ୍ନ ଚନ୍ଦ୍ର କଳା ସମ୍ବର୍ଦ୍ଧନ ସମ୍ମାନ’ ରୂପେ ମାନପତ୍ର,ଶାଲ ଏବଂ ଦଶ ହଜାର ଟଙ୍କା ର ଚେକ୍ ପ୍ରଦାନ କରାଯାଇ ଥିଲା। ଗୁରୁ ଜଗନ୍ନାଥ ଦାସଙ୍କ ମାର୍ଗ ଦର୍ଶନ ରେ ୫୦ ଜଣ ଛାତ୍ରଛାତ୍ରୀ ଙ୍କ ବୃନ୍ଦ ତବଲା ବାଦନ ବେଶ୍ ମନଛୁଆଁ ହୋଇଥିଲା। ଗୁରୁ ସ୍ମିତା ପାଣି ଙ୍କ ନିର୍ଦ୍ଦେଶନାରେ ଓଡିଶୀ ଏବଂ ଲୋକନୃତ୍ୟ ମଧ୍ୟ ବେଶ୍ ଉପଭୋଗ୍ୟ ହୋଇଥିଲା। ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମର୍ଦ୍ଦଳ ଗୁରୁ ଧନେଶ୍ଵର ସ୍ଵାଇଁ ଏବଂ ସାଥୀ କଳାକାର ମାନଙ୍କ ବୃନ୍ଦ ତବଲା ବାଦନ କୁ ଦର୍ଶକ ମାନେ ମନ୍ତ୍ରମୁଗ୍ଧ ହୋଇ ଉପଭୋଗ କରିଥିଲେ। ଗୁରୁ ପ୍ରଫୁଲ୍ଲ ମଙ୍ଗଳ ଙ୍କ ତତ୍ତ୍ଵାବଧାନରେ ଓଡିଶୀ ବୃନ୍ଦ ଗାୟନ ଅନୁଷ୍ଠିତ ହୋଇଥିଲା। ସୁଶ୍ରୀ ଶ୍ରେୟସୀ ସାହୁ ମଞ୍ଚ ପରିଚାଳନା କରିଥିଲେ। ଅନୁଷ୍ଠାନ ଆର୍ଟ ର ସଂସ୍କୃତି ସମ୍ପାଦକ ଅନିଲ କୁମାର ମଲ୍ଲିକ ଓ ଉପାଧ୍ୟକ୍ଷ ରଶ୍ମୀ ରଞ୍ଜନ ଦାସ ମାନପତ୍ର ପାଠ କରିଥିଲେ। ଆର୍ଟ ଅଫ୍ ଲିଭିଂ ପରିବାର ର ସର୍ବଶ୍ରୀ ଶୁଭେନ୍ଦୁ ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ନାୟକ,ରମେଶ ଚନ୍ଦ୍ର ସେନାପତି,ସମୀର କୁମାର ପଟ୍ଟନାୟକ ଦିବସ ବ୍ୟାପୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲାରେ ଶୁଭାରମ୍ଭ ହେଲା ବିକାଶ ମେଳା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ଲୋକଙ୍କ ନିକଟକୁ ପହଂଚାଇବା ବିକାଶ ମେଳା ଲକ୍ଷ୍ୟ

masiha

ବିଶ୍ଵ ମାତୃଭାଷା ଦିବସ ପାଳନ 

Sunil Chandra Nayak

ଜିଲ୍ଲାସ୍ତର ରେ ଛାତ୍ରୀ ଙ୍କ ସଫଳତା 

masiha

Leave a Comment

error: Content is protected !!