ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ପରିବର୍ତ୍ତନରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ସାମାଜିକ ପରିବର୍ତ୍ତନରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିନୋଦ ବିହାରୀ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ବସନ୍ତ କୁମାର ମହାନ୍ତ, ମୁଖ୍ୟବକ୍ତା ଭାବେ ଶିକ୍ଷକ ସଂଘର ସଭାପତି କ୍ଷେତ୍ରମୋହନ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ।ଅତିଥି ମାନେ ନିଜ ଅଭିଭାଷଣରେ ସାମ୍ବାଦିକତା କେବଳ ଖବର ପରିବେଷଣ ନୁହେଁ,ବରଂ ଜନସାଧାରଣଙ୍କ ସମସ୍ୟାକୁ ଲୋକ ଲୋଚନକୁ ଆଣିବା ଓ ଅନ୍ୟାୟ ବିରୋଧରେ ସ୍ୱରଉତ୍ତୋ ଳନ କରିବାର ଏକ ମାଧ୍ୟମ ବୋଲି ମତ ପ୍ରକାଶ କରିଥିଲେ।କାର୍ଯ୍ୟ କ୍ରମରେ ପ୍ରେସ କ୍ଲବର ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତି, ସରପଞ୍ଚ ସୁଧାଂଶୁ ନାଏକ, ଲକ୍ଷ୍ମୀ ହାଁସଦାଙ୍କ ସମେତ ଅନ୍ୟ ସମ୍ମାନିତ ଅତିଥିମାନେ ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାପତି ଅଶୋକ କୁମାର ମହାନ୍ତି ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ସତ୍ୟବ୍ରତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ରାସଗୋବିନ୍ଦପୁର ସମସ୍ତ ସାମ୍ବାଦିକ ଉପସ୍ଥିତ ରହି ସୁଚାରୁ ରୂପେ ପାରିଚାଳନା କରିଥିଲେ।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ତିନି ଯୁବତୀ ଶବ ବୋହିନେବା ଘଟଣା  ସାମାଜିକ ବାସନ୍ଦ ବନାମ ସାମାଜିକ ବାସ୍ତବତାକୁ ନେଇ ଚର୍ଚ୍ଚା ପ୍ରତିକ୍ରିୟା ରଖିଲେ କଳାହାଣ୍ଡି ଜିଲ୍ଲାପାଳ 

Sunil Chandra Nayak

ରାଜସ୍ୱ ନିରୀକ୍ଷକଙ୍କ ନୂତନ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ କେବେ ?

Sunil Chandra Nayak

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!