ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆରା ଢଙ୍ଗରେ ପାଳିଲେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଜନ୍ମଦିନ 

ନିଆରା ଢଙ୍ଗରେ ପାଳିଲେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଜନ୍ମଦିନ 
କେକ୍ କାଟି ଫୋଟକା ଫୁଟାଇବା ଛାଡ଼ି, ଦୁର୍ଗମ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସାମଗ୍ରୀ ଓ ଫଳ ବଣ୍ଟନ କଲେ ରାଜ୍ୟ ସଭା ସାଂସଦଙ୍କ ଶୁଭେଚ୍ଛୁ ଓ ପ୍ରତିନିଧି 

ଥୁଆମୂଳ ରାମପୁର: ୧୮/୧୧ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପାହାଡ଼ ଦୁର୍ଗମ ପେରମଞ୍ଜି ଠାରେ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ଜୀଙ୍କ ଜନ୍ମଦିନ ଅବସରରେ ଏକ ନିଆରା ଜନସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି ଅବସରରେ ପ୍ରାୟ ୧୦୦ ଜଣ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ଖାତା, କଲମ , ପେନ୍ ସିଲ୍, ଓ ବିସ୍କୁଟ ସହ ବିଭିନ୍ନ ପ୍ରକାର ଫଳ ବଣ୍ଟନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ସେମାନଙ୍କ ମୁହଁରେ ହସ ଫୁଟାଇବା ଏହି ଏହି ଜନ୍ମ ଦିନରେ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ଅବସରରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଶ୍ରୀ ସୁଜିତ କୁମାର ଜୀଙ୍କୁ ଜନ୍ମଦିନର ହେପି ବାର୍ଥ ଡେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥ ଜୀବନ, ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରିଥିଲେ।

କାର୍ଯ୍ୟକ୍ରମରେ ସମାଜସେବୀ ମିତ୍ରଜିତ କେଶରୀ ସିଂହ, ସମାଜସେବୀ ଶ୍ରୀକାନ୍ତ ସିଂହ, ନରେଶ ସୁନାନି ,ସଦର ବ୍ଲକ୍ ସଗଡା ଗ୍ରାମର ଶୁକ୍ର ନାଏକ ଓ ସ୍କୁଲ ର ପ୍ରଧାନ ଶିକ୍ଷକ ନରେନ୍ଦ୍ର କାମପାଳ, ସହ ଶିକ୍ଷକ ଦେବସଖା ଯୋଶୀ, ବିବେକ ଭୂଷଣ ଦାସ, ଶିକ୍ଷୟତ୍ରୀ ପ୍ରଜ୍ଞା ପରମିତା , ଅଞ୍ଚଳ ର ସାମାଜିକ କର୍ମୀ ତଥା ବରିଷ୍ଠ ସାମ୍ବାଦିକ ରବି ନାରାୟଣ ସିଂହ,ଉପସ୍ଥିତ ରହି ଏହି ମହତ୍ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଜନ୍ମଦିନକୁ କେବଳ ଉତ୍ସବ ଭାବେ ପାଳନ ନକରି ଶିକ୍ଷା ଓ ସମାଜସେବା ଭଳି ମହତ୍ କାର୍ଯ୍ୟ ମାଧ୍ୟମରେ ପାଳନ କରିବାର ଏହି ପ୍ରୟାସ ସମାଜ ପାଇଁ ଏକ ସୁନ୍ଦର ବାର୍ତ୍ତା ଦେଇଛି।

ରବି ନାରାୟଣ ସିଂହ ମସିହା ନିୟୁଜ୍

Related posts

କାଳୀକୃଷ୍ଣ ସଂଘର ନୂଆଁଖାଇ ଭେଟଘାଟ , ନୂଆଁଖାଇ ଭେଟଘାଟଏକତାର ସୁତ୍ରରେ ସମସ୍ତଙ୍କୁ ବାନ୍ଧିଥାଏ ଓ ଜୁହାର ନମ୍ରତା , ଶିଷ୍ଟାଚାର ଶିକ୍ଷା ପ୍ରଦାନ କରିଥାଏ

masiha

ରାମକୃଷ୍ଣ ମିଶନ ରେ ଠାକୁରଙ୍କ ଜନ୍ମଦିବସ ପାଳନ

Sunil Chandra Nayak

ଏଚଡିଏଫସି ବ୍ୟାଙ୍କ ଜୁନାଗଡ଼ ଶାଖା ଉଦଘାଟିତ

masiha

Leave a Comment

error: Content is protected !!