ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଅନୁଷ୍ଠିତ (ମତ୍ସ୍ୟ ଓ ପ୍ରାଣୀପାଳନର ବିକାଶ ଉପରେ ଗୁରୁତ୍ୱାରୋପ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧନା)

ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଅନୁଷ୍ଠିତ

(ମତ୍ସ୍ୟ ଓ ପ୍ରାଣୀପାଳନର ବିକାଶ ଉପରେ ଗୁରୁତ୍ୱାରୋପ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧନା)

ଜୁନାଗଡ଼: ୧୮/୧୧ (ମନୀ ସ): ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରର ବିକାଶ ସହ ଚାଷୀମାନଙ୍କୁ ଆତ୍ମନିର୍ଭର କରିବା ଲକ୍ଷ୍ୟରେ ଜୁନାଗଡ଼ଠାରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ରେଣ୍ଡୋମାଝୀ ସଂସ୍କୃତି ଭବନଠାରେ ଆୟୋଜିତ ଏହି ମେଳାରେ ମତ୍ସ୍ୟଚାଷ ଓ ପ୍ରାଣୀପାଳନର ବିଭିନ୍ନ ଦିଗ, ଆଧୁନିକ ପଦ୍ଧତି ଏବଂ ଏହାର ଆର୍ଥିକ ସମ୍ଭାବନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ମୁକେଶ ଅଗ୍ରୱାଲ ଯୋଗଦେଇଥିବା ବେଳେ ବିଶେଷ ଅତିଥି ଭାବେ ଜୁନାଗଡ଼ ବିଧାୟକଙ୍କ ପ୍ରତିନିଧି ମହେଶ ସାହୁ ଓ ପବିତ୍ର ବେହେରା ଯୋଗଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧିରା ମେହେର, ଜୁନାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ମେହେର, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅର୍ଚ୍ଚନା ମୁଦୁଲି ଏବଂ ଜୁନାଗଡ଼ ବିଡିଓ ଦେବାଶିଷ କର ଉପସ୍ଥିତ ଥିଲେ।

ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ଜିଲ୍ଲାର ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ. ଦିପକ ବେଉରିଆ ଯୋଗଦେଇ ମତ୍ସ୍ୟଚାଷ ଓ ପ୍ରାଣୀପାଳନକୁ ଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବେ ଗଢ଼ିତୋଳିବା ଉପରେ ଗୁରୁତ୍ୱ ଦେଇଥିଲେ। ଚାଷୀମାନେ ଆଧୁନିକ ଜ୍ଞାନକୌଶଳ ଓ ସରକାରୀ ଯୋଜନାର ସୁଯୋଗ ନେଇ ନିଜର ଆୟ ବୃଦ୍ଧି କରିବା ସହ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ମତ ପ୍ରକାଶ ପାଇଥିଲା।

ମେଳାରେ ମତ୍ସ୍ୟଚାଷ ଓ ପ୍ରାଣୀପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ସଫଳ ଚାଷୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କୃତ ଚାଷୀମାନଙ୍କ ମଧ୍ୟରେ ରଶ୍ମି ରଞ୍ଜନ ନାଏକ, ରଞ୍ଜିତ ମେହେର, ଖୁସି ରାଣୀ ମହାନ୍ତି ଓ ମନ୍ଦାକିନୀ ମେହେର ରହିଥିଲେ। ଅତିଥିମାନେ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅନ୍ୟ ଚାଷୀମାନଙ୍କୁ ମଧ୍ୟ ଏହି କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରମୁଖ ସହଯୋଗ କରିଥିଲେ ପ୍ରଶାନ୍ତ ମହାରଣା,ଟିନାପଣ୍ଡା

କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ମେଳା ପରିଦର୍ଶନ କରାଯାଇଥିଲା। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ମତ୍ସ୍ୟଚାଷ ଓ ପ୍ରାଣୀସମ୍ପଦର ଗୁରୁତ୍ୱ, ଏହାର ବିକାଶ ଏବଂ ଜୀବିକା ସୃଷ୍ଟିର ବିଭିନ୍ନ ସମ୍ଭାବନା ବିଷୟରେ ଜାଣିବାର ସୁଯୋଗ ପାଇଥିଲେ। ଚାଷୀଙ୍କୁ ଉତ୍ସାହିତ କରିବା ସହ ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ନୂତନ ସଚେତନତା ସୃଷ୍ଟି କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବାପ ପୁଅ ଯୋଡ଼ି ହାଇଦରାବାଦ ମାରଥାନରେ ବାଜିମାତ

Sunil Chandra Nayak

କନ୍ଧମାଳରେ ୩,୭୯୭ ଚାଷୀ ପଞ୍ଜୀକରଣ: ରାଜ୍ୟରେ ସର୍ବନିମ୍ନ, ଗତବର୍ଷ ତୁଳନାରେ ବୃଦ୍ଧି: 

Sunil Chandra Nayak

ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟରେ A1 ଗ୍ରେଡ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!