ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ସମବାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ
ଭବାନୀପାଟଣା: ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ଏକ ଭବ୍ୟ ସମବାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବିଶିଷ୍ଟ ଅତିଥି, ସହଯୋଗୀ ଓ ପ୍ରତିଭାଶାଳୀ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ନଭେମ୍ବର ୧୮ ତାରିଖ ବୁଧବାର ଦିନ ଭବାନୀପାଟଣାସ୍ଥିତ ଏସ୍.ଏନ୍. ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ବ୍ୟାଙ୍କର ସଭାପତି ଶ୍ରୀ ଗିରିଶ ଚନ୍ଦ୍ର ବେହେରା, କଳାହାଣ୍ଡି ଉପନିବନ୍ଧକ ସମବାୟ ସମିତି ସମୂହ ଶ୍ରୀ ଅଶୋକ କୁମାର ପାଣି, ବ୍ୟାଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ଆଚାର୍ଯ୍ୟ, ଉପସଭାପତି ଶ୍ରୀମତୀ ନନ୍ଦିନୀ ସାହୁ ଏବଂ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ଉମେଶ ଚନ୍ଦ୍ର ଶତପଥୀ ଅତିଥି ଭାବେ ଯୋଗଦେଇଥିଲେ।
ଏଥିସହ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀର ସଦସ୍ୟ ଶ୍ରୀ ଜିତେନ୍ଦ୍ର ନାରାୟଣ ସିଂହ ଦେଓ, ଶ୍ରୀମତୀ ମନୀଷା ସାହୁ, ଶ୍ରୀ ମନୋଜ କୁମାର ସାହୁ, ଶ୍ରୀ ଟିକମନ ବାରିକ, ଶ୍ରୀ ଦେବରାଜ ମାଝୀ ଓ ଶ୍ରୀ ରାମଚନ୍ଦ୍ର ଶବର ପ୍ରମୁଖ ଉପସ୍ଥିତ ଥିଲେ।
ସଭାକୁ ଶ୍ରୀ ରୂପକେଶରୀ ଦଳେଇ ପରିଚାଳନା କରିଥିବାବେଳେ ବ୍ୟାଙ୍କର I/CA.G.M. ଶ୍ରୀମତୀ ପ୍ରତୀକ୍ଷା ମିଶ୍ର ଓ I/CA.G.M. ଶ୍ରୀ ବିଶ୍ୱରଞ୍ଜନ ସାହୁଙ୍କ ଉଦ୍ୟମ ଓ ସଂଯୋଜନାରେ କାର୍ଯ୍ୟକ୍ରମଟି ସଫଳତାର ସହ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନ, ସକ୍ରିୟ ସହଯୋଗ ଓ ମୂଲ୍ୟବାନ ପରାମର୍ଶ ସମାରୋହକୁ ଅଧିକ ସଫଳ ଓ ସ୍ମରଣୀୟ କରିଥିଲା। ସମବାୟ ଆନ୍ଦୋଳନର ବିକାଶ, ସାମୂହିକ ସହଯୋଗ ଓ ପରସ୍ପର ସହଭାଗିତାର ମହତ୍ତ୍ୱକୁ ଏହି କାର୍ଯ୍ୟକ୍ରମ ପ୍ରତିଫଳିତ କରିବା ସହ ସମସ୍ତଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ପ୍ରେରଣା ସୃଷ୍ଟି କରିଥିଲା।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

